ଚୀନକୁ ପୁଣି ଚେତାବନୀ ଦେଲା ଆମେରିକା, କହିଲା-ବେଜିଂ ଜାଣିଛି US କ'ଣ କରିପାରେ...
Advertisement
Article Detail0/zeeodisha/odisha1162352

ଚୀନକୁ ପୁଣି ଚେତାବନୀ ଦେଲା ଆମେରିକା, କହିଲା-ବେଜିଂ ଜାଣିଛି US କ'ଣ କରିପାରେ...

US warns China: ବ୍ରୁସେଲ୍ସରେ ଚୀନ ଉପରେ ୟୁରୋପୀୟ ସଂଘ-ଆମେରିକା ବାର୍ତ୍ତାର ତୃତୀୟ ବୈଠକ ପରେ ଉପ ବୈଦେଶିକ ମନ୍ତ୍ରୀ ୱେଣ୍ଡି ଶେର୍ମନ ( US Deputy Secretary of State Wendy Sherman)  ଗୁରୁବାର ଏହି ଚେତାବନୀ ଦେଇଛନ୍ତି । 

ଚୀନକୁ ପୁଣି ଚେତାବନୀ ଦେଲା ଆମେରିକା, କହିଲା-ବେଜିଂ ଜାଣିଛି US କ'ଣ କରିପାରେ...

ନୂଆଦିଲ୍ଲୀ: US warns China: ଋଷ ଓ ୟୁକ୍ରେନ ଯୁଦ୍ଧ (Russia-Ukraine War) ମଧ୍ୟରେ ଆମେରିକା (America) ଚୀନ (China) କୁ ପୁଣି ଥରେ ଚେତାବନୀ ଦେଇଛି । ଋଷ (Russia) କୁ ସାମରିକ ସମର୍ଥନ ଦେବାପରେ ଆମେରିକା (US) ଚୀନକୁ ଚେତାବନୀ ଦେଇଛି । ୟୁଏସ୍ କ'ଣ କରିପାରେ, ତାହା ବେଜିଂ (Beijing) ଜାଣିଛି ବୋଲି ଆମେରିକା କହିଛି । ଆମେରିକାର ଜଣେ ବରିଷ୍ଠ ଅଧିକାରୀ ୟୁକ୍ରେନ (Ukraine) ସହ ଯୁଦ୍ଧରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କୁ ସାମରିକ ସମର୍ଥନ ଯୋଗାଇବା ପାଇଁ ଚୀନକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଋଷ ବିରୋଧରେ ଲାଗିଥିବା ପ୍ରତିବନ୍ଧକରୁ ବେଜିଂକୁ ଏହା ଧାରଣା ହୋଇଯାଇଛି ଯେ ଆମେରିକା କ'ଣ କରିପାରେ ।

ବ୍ରୁସେଲ୍ସରେ ଚୀନ ଉପରେ ୟୁରୋପୀୟ ସଂଘ-ଆମେରିକା ବାର୍ତ୍ତାର ତୃତୀୟ ବୈଠକ ପରେ ଉପ ବୈଦେଶିକ ମନ୍ତ୍ରୀ ୱେଣ୍ଡି ଶେର୍ମନ ( US Deputy Secretary of State Wendy Sherman)  ଗୁରୁବାର ଏହି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ପୁଟିନ (Putin)  ୟୁକ୍ରେନ ବିରୁଦ୍ଧରେ ଏକ ଅପ୍ରାକୃତିକ ଯୁଦ୍ଧ ଆରମ୍ଭ କରିବାର ତିନି ସପ୍ତାହ ପୂର୍ବରୁ ସେ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ (Chinese President Xi Jinping) ଘୋଷଣା କରିଥିଲା ଯେ ଚୀନ ଓ ଋଷ ମଧ୍ୟରେ ଭାଗିଦାରୀ ଅସୀମ ଅଟେ । ସେହି ଦିନଠାରୁ ଆମେ ଚୀନକୁ ଋଷ ପାଇଁ ନିଜର ସମର୍ଥନର ସଙ୍କେତ ଦେଉଥିବାର ଦେଖିଛୁ । ସେ (ଚୀନ) ଋଷର ଯୁଦ୍ଧ ଅପରାଧକୁ ନିନ୍ଦା କରି ନାହିଁ ଓ ଋଷକୁ ମାନବାଧିକାର ପରିଷଦରୁ ବହିଷ୍କାର କରିବାର ପ୍ରସ୍ତାବ ବିରୋଧରେ ଭୋଟ କରିଛି ।

ଏହା ବି ପଢ଼ନ୍ତୁ:-ଏହି ପ୍ରସିଦ୍ଧ ଗାୟିକାଙ୍କ MMS ଲିକ୍, ଭାଇରାଲ ହେଉଛି ଭିଡିଓ

ଏହା ବି ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା, ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର!

ଏହା ବି ପଢ଼ନ୍ତୁ:-ସୁର ରାଉତରାୟଙ୍କ ବଡ଼ ଦାବି, କଂଗ୍ରେସ ନୁହେଁ ବିଜେଡିର ଏହି ନେତାଙ୍କ ଇସାରରେ ସ୍ଥିର ହୋଇଥାଏ ପିସିସି ସଭାପତି

ଶେର୍ମନ କହିଛନ୍ତି ଯେ, ଋଷର ସାମରିକ କାର୍ଯ୍ୟାନୁଷ୍ଠାନ ଓ ୟୁକ୍ରେନର ଆତ୍ମରକ୍ଷା ପଦକ୍ଷେପ ମଧ୍ୟରେ ଚୀନ ବାରମ୍ବାର ମିଥ୍ୟା ସମାନତା ଆଙ୍କିଛି । ସେ ଚୀନର ସରକାରୀ ଗଣମାଧ୍ୟମ କ୍ରେମଲିନର ଭୁଲ ତଥ୍ୟକୁ ଦୋହରାଇଥିବା ଅଭିଯୋଗ କରିଛନ୍ତି, ଯେଉଁଥିରେ ନାଟୋ (NATO) ଓ ୟୁକ୍ରେନ ଋଷ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ଦାବି କରାଯାଇଛି ।