Vi New Prepaid Plan: ଦମଦାର୍ ରିଚାର୍ଜ ପ୍ଲାନ୍! ୧୫୧ ଟଙ୍କାରେ ୩ ମାସ ପର୍ଯ୍ୟନ୍ତ ମାଗଣାରେ ମିଳିବ Disney+ Hotstar, ଡାଟା ମଧ୍ୟ ଫ୍ରି
Advertisement

Vi New Prepaid Plan: ଦମଦାର୍ ରିଚାର୍ଜ ପ୍ଲାନ୍! ୧୫୧ ଟଙ୍କାରେ ୩ ମାସ ପର୍ଯ୍ୟନ୍ତ ମାଗଣାରେ ମିଳିବ Disney+ Hotstar, ଡାଟା ମଧ୍ୟ ଫ୍ରି

Vi New Prepaid Plan: ଯଦି ଆପଣ ଅଧିକ ଡାଟା ସହିତ ଡିଜନି+ ହଟଷ୍ଟାର୍ ମାଗଣା ଚାହୁଁଛନ୍ତି, ତେବେ ୩୯୯ ଟଙ୍କାର ରିଚାର୍ଜ ପ୍ଲାନ୍ ଆପଣଙ୍କ ପାଇଁ ସର୍ବୋତ୍ତମ ହେବ । ଏହି ପ୍ଲାନରେ କମ୍ପାନୀ ଆପଣଙ୍କୁ ୨୮ ଦିନର ବୈଧତା ପ୍ରଦାନ କରୁଛି । ଇଣ୍ଟରନେଟ୍ ବ୍ୟବହାର କରିବାକୁ ଆପଣଙ୍କୁ ଏଥିରେ ପ୍ରତିଦିନ ୨.୫ ଜିବି ଡାଟା ମିଳିବ ।

Vi New Prepaid Plan: ଦମଦାର୍ ରିଚାର୍ଜ ପ୍ଲାନ୍! ୧୫୧ ଟଙ୍କାରେ ୩ ମାସ ପର୍ଯ୍ୟନ୍ତ ମାଗଣାରେ ମିଳିବ Disney+ Hotstar, ଡାଟା ମଧ୍ୟ ଫ୍ରି

ନୂଆଦିଲ୍ଲୀ: Vi New Prepaid Plan: ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ (Vi) ନିଜର ଉପଭୋକ୍ତାମାନଙ୍କୁ ବହୁତ ଭଲ ପ୍ରିପେଡ୍ ପ୍ଲାନ୍ ଅଫର୍ ପ୍ରଦାନ କରୁଛି । କମ୍ପାନୀର ୧୫୧ ଟଙ୍କା ପ୍ଲାନ ଏଥି ମଧ୍ୟରୁ ଗୋଟିଏ । ଏହି ପ୍ଲାନ୍ ସେହି ଉପଭୋକ୍ତାମାନଙ୍କ ପାଇଁ ସର୍ବୋତ୍ତମ, ଯେଉଁମାନେ ଅଧିକ ଅର୍ଥ ଖର୍ଚ୍ଚ ନକରି ପୂରା ମନୋରଞ୍ଜନ ଚାହୁଁଛନ୍ତି । ପ୍ଲାନରେ ମିଳୁଥିବା ଲାଭ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଭୋଡାଫୋନ୍-ଆଇଡିଆର ଏହି ଅତି ଶସ୍ତା ପ୍ଲାନ୍ ୩୦ ଦିନର ବୈଧତା ସହିତ ଆସିଥାଏ । ଏଥିରେ କମ୍ପାନୀ ଇଣ୍ଟରନେଟ୍ ବ୍ୟବହାର ପାଇଁ ୮ ଜିବି ଡାଟା ଦେଉଛି । ପ୍ଲାନର ସବୁଠାରୁ ବଡ଼ ବିଶେଷତା ହେଉଛି ଏଥିରେ ଆପଣ ତିନିମାସ ପାଇଁ ଡିଜନି+ ହଟଷ୍ଟାର (Disney+ Hotstar) ମୋବାଇଲର ମାଗଣା ସବସ୍କ୍ରିପସନ୍ ପାଇବେ । ଏହି ପ୍ଲାନରେ କଲିଂ ଓ ମାଗଣା SMS ସୁବିଧା ଉପଲବ୍ଧ ନାହିଁ ।

ଯଦି ଆପଣ ଅଧିକ ଡାଟା ସହିତ ଡିଜନି+ ହଟଷ୍ଟାର୍ ମାଗଣା ଚାହୁଁଛନ୍ତି, ତେବେ ୩୯୯ ଟଙ୍କାର ରିଚାର୍ଜ ପ୍ଲାନ୍ ଆପଣଙ୍କ ପାଇଁ ସର୍ବୋତ୍ତମ ହେବ । ଏହି ପ୍ଲାନରେ କମ୍ପାନୀ ଆପଣଙ୍କୁ ୨୮ ଦିନର ବୈଧତା ପ୍ରଦାନ କରୁଛି । ଇଣ୍ଟରନେଟ୍ ବ୍ୟବହାର କରିବାକୁ ଆପଣଙ୍କୁ ଏଥିରେ ପ୍ରତିଦିନ ୨.୫ ଜିବି ଡାଟା ମିଳିବ । ଏହି ପ୍ଲାନରେ କମ୍ପାନୀ ଅସୀମିତ କଲିଂ ଓ ଦୈନିକ ୧୦୦ ମାଗଣା SMS ମଧ୍ୟ ପ୍ରଦାନ କରୁଛି । ଏହି ପ୍ଲାନରେ ୟୁଜର୍ସମାନଙ୍କୁ କମ୍ପାନୀ ଡିଜନି+ ହଟଷ୍ଟାର ମୋବାଇଲକୁ ତିନିମାସ ପାଇଁ ମାଗଣା ସବସ୍କ୍ରିପସନ୍ ପ୍ରଦାନ କରୁଛି ।

କମ୍ପାନୀ ଏହାର ୪୯୯ ଟଙ୍କା ପ୍ଲାନରେ ଡିଜନି+ ହଟଷ୍ଟାର ମୋବାଇଲର ମାଗଣା ସବସ୍କ୍ରିପସନ୍ ପ୍ରଦାନ କରୁଛି । ଏହି ପ୍ଲାନକୁ ସବସ୍କ୍ରାଇବ କରି ଆପଣ ଏକ ବର୍ଷ ପାଇଁ ଡିଜନି+ ହଟଷ୍ଟାର ଉପଭୋଗ କରିପାରିବେ । ଏହି ପ୍ଲାନ ୨୮ ଦିନର ବୈଧତା ସହିତ ଆସିଥାଏ । ଏହି ପ୍ଲାନରେ କମ୍ପାନୀ ପ୍ରତିଦିନ ୨ ଜିବି ଡାଟା ପ୍ରଦାନ କରୁଛି । ଏଥିରେ ଆପଣ ଦେଶର ସମସ୍ତ ନେଟୱାର୍କକୁ ଅସୀମିତ କଲିଂ ଓ ଦୈନିକ ୧୦୦ ମାଗଣା SMS ମଧ୍ୟ ପାଇବେ ।

ଅଧିକ ପଢ଼ନ୍ତୁ:-'ଦୁର୍ଗା ପୂଜା ସମୟରେ...ଯଦି କିଛି ଘଟେ ତ... ', ମନ୍ତ୍ରୀମାନଙ୍କୁ ଚେତାବନୀ ଦେଲେ ମମତା ବାନାର୍ଜୀ

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ବିଧାୟକ

ଅଧିକ ପଢ଼ନ୍ତୁ:-ଆପଣଙ୍କ ହାତପାହାନ୍ତରେ ଥିବା ଗଛଗୁଡ଼ିକର ଔଷଧୀୟ ଗୁଣ ସମ୍ପର୍କରେ ଜାଣିଛନ୍ତି କି? ନ ଜାଣିଲେ ଆଜି ହିଁ ଜାଣି ନିଅନ୍ତୁ

୩୯୯ ଓ ୪୯୯ ଟଙ୍କା ପ୍ଲାନରେ ଅନେକ ବଡ଼ ଅତିରିକ୍ତ ସୁବିଧା ମଧ୍ୟ ଦିଆଯାଉଛି । ଏହି ପ୍ଲାନଗୁଡିକ Binge All Night Benefit ସହିତ ଆସିଥାଏ, ଯାହାକି ପ୍ରତିଦିନ ସକାଳ ୧୨ରୁ ୬ଟା ପର୍ଯ୍ୟନ୍ତ ଅସୀମିତ ଡାଟା ପ୍ରଦାନ କରିଥାଏ । ଆପଣ ଉଭୟ ପ୍ଲାନରେ ୱିକେଣ୍ଡ୍ ଡାଟା ରୋଲଓଭର ମଧ୍ୟ ପାଇବେ । ଏହା ସହିତ ପ୍ଲାନଗୁଡିକରେ କମ୍ପାନୀ ମଧ୍ୟ ପ୍ରତି ମାସରେ ୨ ଜିବି ପର୍ଯ୍ୟନ୍ତ ମାଗଣା ଡାଟା ଡିଲାଇଟ୍ ବେନିଫଟ୍ ପ୍ରଦାନ କରୁଛି । ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଦୁଇଟି ପ୍ଲାନରେ ଆପଣ ଭି ମୁଭିସ୍ ଓ ଟିଭି ( Vi movies and TV) ଆପ୍କୁ ମାଗଣା ଆକ୍ସେସ୍ ପାଇବେ ।