ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଗଦୀପ ଧନଖର ନେଲେ ଏହି ପଦକ୍ଷେପ
Advertisement
Article Detail0/zeeodisha/odisha1275735

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଗଦୀପ ଧନଖର ନେଲେ ଏହି ପଦକ୍ଷେପ

ଉପରାଷ୍ଟ୍ରପତି ପଦ ପାଇଁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ତରଫରୁ ପ୍ରାର୍ଥୀ କରାଯାଇଛି । ସଂସଦର ଉଭୟ ଗୃହରେ ଶାସକ ଦଳର ସଂଖ୍ୟାବଳ ଥିବାରୁ ତାଙ୍କ ନିର୍ବାଚନରେ ​​ଜିତିବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି ।

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଗଦୀପ ଧନଖର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖର (Jagdeep Dhankhar) ସୁପ୍ରିମକୋର୍ଟ (Supreme Court) ପରିସରରେ ଆଡଭୋକେଟ ଭାବରେ ରୁମ ଦାବି କରିବା ପ୍ରକ୍ରିୟା ଠାରୁ ନିଜକୁ ଦୂରେଇ ରଖିଛନ୍ତି । ଏହାର ସୂଚନା ମଙ୍ଗଳବାର ସୁପ୍ରିମକୋର୍ଟ ବାର ଆସୋସିଏସନ (SCBA) ଦେଇଛି । SCBA ସଭାପତି ବିକାଶ ସିଂ ସର୍ବୋଚ୍ଚ ନ୍ୟାୟାଳୟର ସଂପୃକ୍ତ ରେଜିଷ୍ଟ୍ରାରଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ, ଜଗଦୀପ ଧନଖରଙ୍କ ନାମ ପ୍ରକ୍ରିୟାରୁ ଦୂରେଇ ରଖାଯାଉ ।

ଏସସିବିଏ ସଭାପତି ଚିଠିରେ କହିଛନ୍ତି ଯେ, ବାରର ହିତକୁ ଦୃଷ୍ଟିରେ ରଖି ଜଗଦୀପ ଧନଖର ଚାମ୍ବର ଆବଣ୍ଟନ ପ୍ରକ୍ରିୟାରୁ ସ୍ବେଚ୍ଛାକୃତ ଭାବେ ପଛକୁ ହଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯାହା ଦ୍ୱାରା ଅନ୍ୟ ଆଇନଜୀବୀଙ୍କୁ ମଧ୍ୟ ଚାମ୍ବର ବଣ୍ଟନ କରାଯାଇପାରିବ । ଚାମ୍ବର ଆବଣ୍ଟନ ପାଇଁ ଆଇନଜୀବୀମାନଙ୍କ ଉପରେ ବିଚାର କରାଯିବା ଆବଶ୍ୟକ, ଏହାର ତାଲିକା ପୁନଃ କାର୍ଯ୍ୟକାରୀ କରାଯାଉ । ଏହି ସୂଚନା ଖବର ସରବରାହ ସଂସ୍ଥା PTI ଦ୍ୱାରା ଦିଆଯାଇଛି ।

ଉପରାଷ୍ଟ୍ରପତି ପଦ ପାଇଁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ତରଫରୁ ପ୍ରାର୍ଥୀ କରାଯାଇଛି । ସଂସଦର ଉଭୟ ଗୃହରେ ଶାସକ ଦଳର ସଂଖ୍ୟାବଳ ଥିବାରୁ ତାଙ୍କ ନିର୍ବାଚନରେ ​​ଜିତିବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି । ନିର୍ବାଚନରେ ​​ବିରୋଧୀ ପ୍ରାର୍ଥୀ ହେଉଛନ୍ତି ମାର୍ଗେଟ୍ ଅଲଭା । ତେବେ ତୃଣମୂଳ କଂଗ୍ରେସ (TMC)  ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଓ ନିର୍ବାଚନରେ ​​ଅଂଶ ନ ନେବାକୁ ଘୋଷଣା କରିଛି । ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ପ୍ରାର୍ଥୀ କରିବା ପୂର୍ବରୁ ତାଙ୍କୁ ବିରୋଧୀ ଦଳ କହି ନଥିଲେ ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତିଙ୍କୁ ମିଳି ନଥାଏ SPG ଓ NSG ସୁରକ୍ଷା, ଜାଣନ୍ତୁ କିଏ ମହାମହିମଙ୍କୁ ପ୍ରଦାନ କରନ୍ତି ସୁରକ୍ଷା?

ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କୁ ହେପାଜତକୁ ନେଲା ପୋଲିସ

ଏହା ବି ପଢ଼ନ୍ତୁ:-କେଉଁ କାରରେ ଯାତାୟାତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଏହାର କେତେ ମୂଲ୍ୟ ଓ କ'ଣ କ'ଣ ରହିଛି ବିଶେଷତା

ସେପଟେ ରୁମ ଆବଣ୍ଟନ ସୁପ୍ରିମକୋର୍ଟରେ ଏକ ଅସନ୍ତୋଷର ବିଷୟ ପାଲଟିଛି ଯେଉଁଥିରେ ପ୍ରସ୍ତାବିତ ଅଂଶୀଦାର ବ୍ୟବସ୍ଥା ଉପରେ ଅନେକ ଓକିଲ ଅଭିଯୋଗ କରିଛନ୍ତି । ଏଥିରେ ଗୋଟିଏ ଚାମ୍ବରକୁ ଦୁଇ ଜଣଙ୍କ ମଧ୍ୟରେ ଭାଗ ବଣ୍ଟା ଯାଇଛି । ସୋମବାର ଯେତେବେଳେ ସୁପ୍ରିମକୋର୍ଟରେ ଏହି ମାମଲା ଆସିଲା, ସେତେବେଳେ ସୁପ୍ରିମକୋର୍ଟର ଜଷ୍ଟିସ୍ ଡିବାଇ ଚନ୍ଦ୍ରଚୁଡ଼ ମନେ ପକାଇଲେ ଯେ କିପରି ସେ ମୁମ୍ୱାଇରେ ୧୨୦ ବର୍ଗ ଫୁଟର ଏକ ଛୋଟ ଚାମ୍ୱରକୁ ଦଖଲ କରି ନେଇଥିଲେ, ଯେତେବେଳେ ସେ ଅତିରିକ୍ତ ସଲିସିଟର ଜେନେରାଲ୍ ଥିଲେ ।