କୋରୋନା ସହିତ ବଞ୍ଚିବାକୁ ହେବ, ଦୀର୍ଘକାଳୀନ ଲକଡାଉନ୍ ଠିକ ନୁହେଁ: କେନ୍ଦ୍ରମନ୍ତ୍ରୀ ଗଡକରୀ
Advertisement
Article Detail0/zeeodisha/odisha721671

କୋରୋନା ସହିତ ବଞ୍ଚିବାକୁ ହେବ, ଦୀର୍ଘକାଳୀନ ଲକଡାଉନ୍ ଠିକ ନୁହେଁ: କେନ୍ଦ୍ରମନ୍ତ୍ରୀ ଗଡକରୀ

କୋରୋନାର ମୁକାବିଲା ଲାଗି ଦୀର୍ଘକାଳୀନ ଲକ ଡାଉନ ଠିକ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡକରୀ ।  

କୋରୋନା ସହିତ ବଞ୍ଚିବାକୁ ହେବ, ଦୀର୍ଘକାଳୀନ ଲକଡାଉନ୍ ଠିକ ନୁହେଁ: କେନ୍ଦ୍ରମନ୍ତ୍ରୀ ଗଡକରୀ

ମୁମ୍ବାଇ: ବିଶ୍ୱ ମହାମାର କୋରୋନାର ମୁକାବିଲା ଲାଗି ଦୀର୍ଘ ସମୟ ଧରି ଦେଶର ଲକ ଡାଉନ ଲାଗୁ କରିବା ଦ୍ୱାରା ଗୁରୁତର ସଂକଟ ଉତ୍ପନ ହେବ। ଏହି ଭାଇରସ ସହ କିପରି ବଞ୍ଚିବାକୁ ହେବା ସେ ନେଇ ଶିଖିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡକରୀ।

ଲୋକଙ୍କ ସୁରକ୍ଷା ଏବଂ ଅର୍ଥ ବ୍ୟବସ୍ଥା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ହେବ ବୋଲି କହିଛନ୍ତି ସେ। କାରଣ କୋରୋନା ସଂକଟର ପ୍ରଭାବ ଅର୍ଥନୀତିରେ ଅନୁଭୂତ ହୋଇ ସାରିଲାଣି।  

ଏହା ସହିତ ମନ୍ତ୍ରୀ କହିଛନ୍ତି, 'ଭୋକିଲା ପେଟରେ କୌଣସି ପ୍ରଦାର ଦର୍ଶନ କାମରେ ଆସିନଥାଏ। ଆମକୁ କୋଭିଡ୧୯ ସହିତ କିପରି ବଞ୍ଚିବାକୁ ହେବ ସେ ବାବଦରେ  ଜାଣିବାକୁ ହେବ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଗଡକରୀ କହିଛନ୍ତି, ଆମକୁ ଆମର ସୁରକ୍ଷା ଏବଂ ଅର୍ଥନୀତି ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ଲାଗି ପ୍ରୟାସ କରିବାକୁ ହେବ।

ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି କରୋନାର ମୁକାବିଲା ଲାଗି ଲାଗୁ ହୋଇଥିବା ଲକ ଡାଉନ କାରଣରୁ ଅର୍ଥନୈତିକ ସଙ୍କଟ ଦେଖାଦେଇଛି ଏବଂ କେନ୍ଦ୍ର ସରକାରଙ୍କ ରାଜସ୍ୱ ହ୍ରାସ ପାଇଛି। ଯଦି ଦୀର୍ଘ ଦିନ ଧରି ଲକ ଡାଉନ ଲାଗୁ କରାଯାଏ ତାହେଲେ, ଏହା ଦ୍ୱାରା କୋଭିଡ୧୯ ମହାମାରୀ ଅପେକ୍ଷା ଅଧିକ ଗୁରୁତର ସଂକଟ ସୃଷ୍ଟି ହେବ। ଏହା ତାଙ୍କର ବ୍ୟକ୍ତିଗତ ମତାମତ ବୋଲି କହିଛନ୍ତି ସେ । ଲକଡାଉନକୁ ନେଇ କୌଣସି ପ୍ରକାର ଲାଭକ୍ଷତି ବାବଦରେ ହିସାବ କରିବା ଠିକ ନୁହେଁ।

ଲକଡାଉନର ଆବଶ୍ୟକତା ଥିଲା କି ନାହିଁ ସେ ବାବଦରେ ଆଲୋଚନା କରିବା ଯୁକ୍ତିଯୁକ୍ତ ନୁହେଁ । କାରଣ ସେତେବଳେ ପରିସ୍ଥିତିକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଥିଲା। ଆମକୁ ଅନୁଭୂତିରୁ ଶିଖିବାକୁ ପଡିବ। ଲକଡାଉନ୍ ଉପରେ ରାଜନୀତି କରିବାର କୌଣସି ଆବଶ୍ୟକତା ନାହିଁ। କୋଭିଡ୧୯ସଂକଟ ଏବଂ ଏହାର ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡକରୀ।