ସେଣ୍ଟ୍ରାଲ କମାଣ୍ଡର କମାଣ୍ଡର ଜେନେରାଲ କେନେଥ ମ୍ୟାକେନଜି କହିଛନ୍ତି ଯେ ଆମେ ଭାବୁଛୁ ଯେ ଆତଙ୍କବାଦୀମାନେ ପୁନର୍ବାର ଆକ୍ରମଣ କରିପାରନ୍ତି, ତେଣୁ ଏହି ଆକ୍ରମଣର ମୁକାବିଲା ପାଇଁ ଆମେ ସବୁ ପ୍ରକାର ଚେଷ୍ଟା କରୁଛୁ । ଏଥିରେ ତାଲିବାନ ସହିତ ଯୋଗାଯୋଗ ମଧ୍ୟ ଅନ୍ତର୍ଭୁକ୍ତ ରହିଛି, ଯେଉଁମାନେ ପ୍ରକୃତରେ ବିମାନ ବନ୍ଦରର ଚାରିପାଖରେ ବାହ୍ୟ ସୁରକ୍ଷା କର୍ଡନ ଯୋଗାଉଛନ୍ତି ।
Trending Photos
କାବୁଲ: Kabul Airport Suicide Blast:ଆଫଗାନିସ୍ତାନ (Afghanistan) ର କାବୁଲ ବିମାନବନ୍ଦ (Kabul Airport) ର ନିକଟରେ ଦୁଇ ଆତ୍ମଘାତୀ ବିସ୍ଫୋରଣ ଓ ବନ୍ଧୁକଧାରୀଙ୍କ ଦ୍ୱାରା ଭିଡ଼ ଉପରେ କରାଯାଇଥିବା ଆକ୍ରମଣରେ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଛି । କ୍ରମାଗତ ୩ଟି ଆତ୍ମଘାତୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନିକ (US Army) ନିହତ ହୋଇଛନ୍ତି । ଏହାସହ ୧୮ ଜଣ ଆହତ ହୋଇଛନ୍ତି । ଏହାସହ ୯୦ରୁ ଅଧିକ ଆଫଗାନିସ୍ତାନର ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । କାବୁଲ ପ୍ରଶାସନ ଅନୁଯାୟୀ, ଏହି ଆକ୍ରମଣରେ ୧୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ଆଇଏସଆଇଏସ ଖୋରାସାନ (ISIS Khorasan) ନିଜକୁ ଦାୟୀ କରିଛି।
ଭାରତୀୟ ସମୟ ଅନୁଯାୟୀ, ରାତି ପ୍ରାୟ ୨.୪୫ ମିନିଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଗଣମାଧ୍ୟମକୁ ପୁରା ପରିସ୍ଥିତି ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ସତର୍କତା ଅବଲମ୍ବନ କରି ବର୍ତ୍ତମାନ କାବୁଲ ବିମାନବନ୍ଦର ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ସେ ଆଗକୁ କହିଛନ୍ତି ଯେ, "ଏହି ଆକ୍ରମଣର ଅପରାଧୀ ତଥା ଆମେରିକାର କ୍ଷତି କରିବାକୁ ଚାହୁଁଥିବା ବ୍ୟକ୍ତି ଏହା ଜାଣି ନିଏ ଯେ ଆମେ ତୁମକୁ କ୍ଷମା କରିବୁ ନାହିଁ । ଆମେ ତୁମକୁ ଭୁଲିବୁ ନାହିଁ । ଆମେ ତୁମକୁ ମାରିଦେବୁ, ତୁମକୁ ଏହାର ମୂଲ୍ୟ ଦେବାକୁ ପଡିବ । ଆମେ ନିଜ ତଥା ଆମ ଲୋକଙ୍କ ସ୍ୱାର୍ଥ ରକ୍ଷା କରିବୁ ।"
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
ଆଇଏସ୍ ଖୋରାସାନ (ISIS Khorasan) ର ଆତଙ୍କୀମାନେ ଦାବି କରିଛନ୍ତି ଯେ ସେମାନେ ଆମେରିକୀୟ ସୈନିକଙ୍କୁ ଟାର୍ଗେଟ କରିଛନ୍ତି । ଆମେରିକା କାବୁଲରେ ଏକ ବିଶାଳ ଉଦ୍ଧାର କାର୍ଯ୍ୟ କରୁଛି । ବିମାନ ବନ୍ଦର ବାହାରେ ହଜାର ହଜାର ଲୋକଙ୍କ ଭିଡ଼ ଜମା ହୋଇଛି ଓ ଏହି ଭିଡ଼ର ସୁଯୋଗ ନେଇ ଆଇଏସ୍ ଖୋରାସାନର ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ ।
ପୁଣିଥରେ ଆକ୍ରମଣ କରିପାରେ ଆଇଏସ୍ ଖୋରାସାନ୍
ଭବିଷ୍ୟତରେ ଆତଙ୍କବାଦୀମାନେ ଆଉ କୌଣସି ଆକ୍ରମଣ ଯେପରି ନ କରିପାରେ, ସେଥିପାଇଁ ଆମେରିକା ବିମାନବନ୍ଦର ଚାରିପାଖରେ ନିଜର ସାମରିକ ସ୍ଥିତିକୁ ମଜବୁତ କରିଛି । ଅତ୍ୟାଧୁନିକ ଯୁଦ୍ଧ ବିମାନ F-15 ଓ ଆପାଚେ ହେଲିକପ୍ଟର ସୁରକ୍ଷା ମିଶନରେ ନିୟୋଜିତ କରାଯାଇଛି । ଆତଙ୍କବାଦୀଙ୍କୁ ସେମାନଙ୍କ ସ୍ଥାନରୁ ଖୋଜିବା ପାଇଁ ରେପର୍ ଡ୍ରୋନ୍ ନିୟୋଜିତ କରାଯାଇଛି .. କାରଣ ପେଣ୍ଟାଗନ୍ ଭୟ କରୁଛି ଯେ ଆଇଏସ୍ ଖୋରାସାନ୍ ପୁନର୍ବାର ଆକ୍ରମଣ ପ୍ରକ୍ରିୟାରେ ଅଛି ।
ସେଣ୍ଟ୍ରାଲ କମାଣ୍ଡର କମାଣ୍ଡର ଜେନେରାଲ କେନେଥ ମ୍ୟାକେନଜି କହିଛନ୍ତି ଯେ ଆମେ ଭାବୁଛୁ ଯେ ଆତଙ୍କବାଦୀମାନେ ପୁନର୍ବାର ଆକ୍ରମଣ କରିପାରନ୍ତି, ତେଣୁ ଏହି ଆକ୍ରମଣର ମୁକାବିଲା ପାଇଁ ଆମେ ସବୁ ପ୍ରକାର ଚେଷ୍ଟା କରୁଛୁ । ଏଥିରେ ତାଲିବାନ ସହିତ ଯୋଗାଯୋଗ ମଧ୍ୟ ଅନ୍ତର୍ଭୁକ୍ତ ରହିଛି, ଯେଉଁମାନେ ପ୍ରକୃତରେ ବିମାନ ବନ୍ଦରର ଚାରିପାଖରେ ବାହ୍ୟ ସୁରକ୍ଷା କର୍ଡନ ଯୋଗାଉଛନ୍ତି ।
ଅଧିକ ପଢ଼ନ୍ତୁ:-ଦେଶ ଚଳାଇବା ପାଇଁ ଦୁନିଆ ଆଗରେ ଆର୍ଥିକ ସହାୟତାର ଗୁହାରି କରୁଛି ତାଲିବାନ, ଭାରତକୁ ଦେଲା ଏହି ଖାସ୍ ବାର୍ତ୍ତା
ଅଧିକ ପଢ଼ନ୍ତୁ:-ପିଶାଚ ପାଲଟିଲା ତାଲିବାନ! ମହିଳାଙ୍କ ମୃତଦେହ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରୁଛି ଆତଙ୍କୀ
ଅଧିକ ପଢ଼ନ୍ତୁ:-ତାଲିବାନକୁ ବଡ଼ ଝଟକା ଦେଲା ପଡ଼ୋଶୀ ଦେଶ, ପାକିସ୍ତାନ ସାମ୍ନାରେ ଖୋଲାଖୋଲି କହିଲା- ଆମେ ଦେବୁ ନାହିଁ ମାନ୍ୟତା
ଅଧିକ ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୪୫ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ