ବଦଳିଗଲା ପାଣିପାଗ ଅବସ୍ଥା, ବରଫାବୃତ୍ତ ଦ୍ୱୀପପୁଞ୍ଜରେ ବଢିଗଲା ତାପମାତ୍ରା
Advertisement
Article Detail0/zeeodisha/odisha718851

ବଦଳିଗଲା ପାଣିପାଗ ଅବସ୍ଥା, ବରଫାବୃତ୍ତ ଦ୍ୱୀପପୁଞ୍ଜରେ ବଢିଗଲା ତାପମାତ୍ରା

ସବୁଜ କୋଠରୀ ଗ୍ୟାସର ନିଗର୍ମନ ଫଳରେ ମେରୁ ମଣ୍ଡଳୀୟ ଅଞ୍ଚଳର ତାପମାତ୍ରା ବଢିବାର ଉଦାରଣ ନରେୱେର ଦେଖିବାକୁ ମିଳିଛି ।

ବଦଳିଗଲା ପାଣିପାଗ ଅବସ୍ଥା, ବରଫାବୃତ୍ତ ଦ୍ୱୀପପୁଞ୍ଜରେ ବଢିଗଲା ତାପମାତ୍ରା

ଓସଲୋ: ଉତ୍ତର ମେରୁ ସଂଲଗ୍ନ ୟୁରୋପୀୟ ଦେଶ ନରୱେର ସାଭାଲବାର୍ଡ ଦ୍ୱୀପପୁଞ୍ଜର ତାପମାତ୍ରା ଏବେ ରେକର୍ଡ ଭାଙ୍ଗିଛି। ଗତ ଶୁକ୍ରବାର (ଜୁଲାଇ ୨୪, ୨୦୨୦) ଏଠାକାର ତାପମାତ୍ରା ରେକର୍ଡ ଭାଙ୍ଗିବା ସହ  ୨୧.୭ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ବୋଲି ନରୱେର ପାଣିପାଗ ବିଜ୍ଞାନ ପ୍ରତିଷ୍ଠାନ କହିଛି । ମେରୁ ମଣ୍ଡଳୀୟ ଏହି ବରଫାବୃତ୍ତ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୨୦ ଡିଗ୍ରୀରୁ ଅଧିକ ରହିବା ଏବେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।

ଗତ ବର୍ଷ ନରୱେ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଆର୍କଟିକ ଦ୍ୱୀପପୁଞ୍ଜ ଲଙ୍ଗିୟର୍ବିଏନ୍ ପୃଥିବୀର ଅନ୍ୟ କୌଣସି ସ୍ଥାନ ଅପେକ୍ଷା ଦ୍ରୁତ ଗତିରେ ଉଷ୍ମ ହେବାରେ ଲାଗିଛି। ଏନେଇ ପାଣିପାଗ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ କରାଯାଇଥିବା ଟ୍ୱିଟରେ କୁହାଯାଇଛି ଲଙ୍ଗିଅରବିଏନ୍‌ରେ ତାପମାତ୍ରା ବିଗତ ୪୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି। ୧୯୭୯ ମସିହାରେ ଏଠାକାର ତାପମାତ୍ରା ୨୧.୭ ଡିଗ୍ରୀ ସେଲସିୟସ ରହିଥିବା ନେଇ ଜଣା ପଡିଥିଲା । ଯାହା ପୂର୍ବ ରେକର୍ଡ ଠାରୁ ୦.୪ ଡିଗ୍ରୀ ଅଧିକ।

ପୃଥିବୀର ଉତ୍ତର ମେରୁ ଠାରୁ ୧୩୮୦ କିମି ଦୂରରେ ଅବସ୍ଥି ସାଭାଲବାର୍ଡ ସ୍ଥାନରେ ଲଙ୍ଗିୟର୍ବିଏନ୍ ଅଞ୍ଚଳର ପ୍ରାୟ ୨୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନରୱେ ସେଣ୍ଟର ଫର କ୍ଲାଇମେଟ୍ ଷ୍ଟଡିଜ୍ ପକ୍ଷରୁ କୁହାଯାଇଛି, ଗତ ଫେବୃଆରୀରେ ସାଭାଲବାର୍ଡ ଦ୍ୱୀପପୁଞ୍ଜର ହାରାହାରି ତାପମାତ୍ରା ୩-୫ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା। ସବୁଜ କୋଠରୀ ଗ୍ୟାସ(green house gas) ନିର୍ଗମନ ପ୍ରଭାବରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇପାରେ। 

ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଜମି ରହିଥିବା ବଡ ବଡ ବରଫଖଣ୍ଡ-ଗ୍ଲେସିୟର(glacier) ତରଳିବା କାରଣରୁ ଭୂସ୍ଖଳନ ଭଳି ଘଟଣା ଘଟିପାରେ। ଯାହା ଫଳରେ ସଡକ, ଘରଦ୍ୱାର, ବିମାନ ବନ୍ଦର, ସଡକ ଆଦି ପ୍ରଭାବିତ ହୋଇପାରେ । ଗତ ୨୦୧୫ ବର୍ଷରେ ଲଙ୍ଗିୟର୍ବିଏନ୍ ଅଞ୍ଚଳରେ ଏପରି ସମାନ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୧୦ଟି ଘର କ୍ଷତିଗ୍ରସ୍ତ ହୋଇଥିଲା।