ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ବେଳେ କେଉଁ ପରିସ୍ଥିତିରେ ଅଛନ୍ତି ସେଠାକାର ଭାରତୀୟମାନେ ?
Advertisement
Article Detail0/zeeodisha/odisha762086

ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ବେଳେ କେଉଁ ପରିସ୍ଥିତିରେ ଅଛନ୍ତି ସେଠାକାର ଭାରତୀୟମାନେ ?

Armenia-Azerbaijan war: ଆଜେରବାଇଜାନରେ ସ୍ଥିତ ଭାରତୀୟ ଦୂତାବାସ ଅନୁଯାୟୀ, ବର୍ତ୍ତମାନ ସେଠାରେ ୧୩୦୦ ଭାରତୀୟ ବାସ କରୁଛନ୍ତି । ଏଥି ସହିତ ଆର୍ମେନିଆର ସରକାରୀ ଇମିଗ୍ରେସନ ସେବା ଅନୁଯାୟୀ, ବର୍ତ୍ତମାନ ଆର୍ମେନିଆରେ ପ୍ରାୟ ୩,୦୦୦ ଭାରତୀୟ ବାସ କରୁଛନ୍ତି ।

ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ବେଳେ କେଉଁ ପରିସ୍ଥିତିରେ ଅଛନ୍ତି ସେଠାକାର ଭାରତୀୟମାନେ ?

ନୂଆଦିଲ୍ଲୀ: Armenia-Azerbaijan war: ନାଗୋର୍ଣ୍ଣୋ-କାରବାଖକୁ ନେଇ ଆର୍ମେନିଆ (Armenia) ଓ ଆଜେରବାଇଜାନ (Azerbaijan) ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ସୀମା ବିବାଦ ପୁଣି ଥରେ ଉଗ୍ର ରୂପ ନେଇସାରିଛି । ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଉଭୟ ପକ୍ଷରୁ ଗୁଳି ବିନିମୟ, ବୋମା ବିସ୍ଫୋରଣ ଏବଂ ଆରୋପ-ପ୍ରତ୍ୟାରୋପ ଜାରି ରହିଛି ।

ଏହାକୁ ନେଇ ବର୍ତ୍ତମାନ ଦୁନିଆର ବିଭିନ୍ନ ଦେଶରୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି । ପାକିସ୍ତାନ (Pakistan), ଇରାନ (Iran) ଏବଂ ତୁର୍କୀ (Turkey) ଖୋଲାଖୋଲି ଭାବେ ଆଜେରବାଇଜାନ (Azerbaijan) କୁ ସମର୍ଥନ କରିଛନ୍ତି । କିନ୍ତୁ ଭାରତ (India) ନିଜ ପ୍ରତିକ୍ରିୟାରେ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛି । ଆଉ କେବଳ ଶାନ୍ତି ଏବଂ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଜୋର ଦେଇଛି ।

ଅଧିକ ପଢ଼ନ୍ତୁ:-ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧରେ କାହାକୁ ସମର୍ଥନ କରିବ ଭାରତ ? କାଶ୍ମୀର ପ୍ରସଙ୍ଗ ଉପରେ ପଡ଼ିବ ଗୁରୁତର ପ୍ରଭାବ !

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆର୍ମେନିଆ-ଆଜେରବାଇଜାନର ସୀମାରେ ନାଗୋର୍ନୋ-କାରବାଖ କ୍ଷେତ୍ରରେ ପୁଣି ଅଶାନ୍ତ ସ୍ଥିତି ଦେଖାଦେଇଛି । ଯାହା ସେପ୍ଟେମ୍ବର ୨୭ରୁ ତଡ଼କରୁ ଆରମ୍ଭ ହୋଇଥିଲା । ଉଭୟ ପକ୍ଷରୁ ଜୀବନ ଓ ସମ୍ପତ୍ତି ନଷ୍ଟ ହେବାର ଖବର ରହିଛି । ଏହି ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତାକୁ ନେଇ ଭାରତ ଚିନ୍ତିତ । ଏହି ଅଶାନ୍ତିକୁ ତୁରନ୍ତ ଦୂର କରିବା ପାଇଁ ଆମେ ଦୋହରାଇଛୁ । ଏହାସହ ଏହି କଥା ଉପରେ ଜୋର ଦେଉଛୁ ଯେ, ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି । ତେବେ ତୁର୍କୀ ଓ ପାକିସ୍ତାନ ଯେପରି ଆଜେରବାଇଜାନର ସାଥ୍ ଦେଉଛନ୍ତି, ସେନେଇ ଭାରତ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ମନ୍ତବ୍ୟ ଦେଇନାହିଁ ।

ଆଜେରବାଇଜାନରେ ସ୍ଥିତ ଭାରତୀୟ ଦୂତାବାସ ଅନୁଯାୟୀ, ବର୍ତ୍ତମାନ ସେଠାରେ ୧୩୦୦ ଭାରତୀୟ ବାସ କରୁଛନ୍ତି । ଏଥି ସହିତ ଆର୍ମେନିଆର ସରକାରୀ ଇମିଗ୍ରେସନ ସେବା ଅନୁଯାୟୀ, ବର୍ତ୍ତମାନ ଆର୍ମେନିଆରେ ପ୍ରାୟ ୩,୦୦୦ ଭାରତୀୟ ବାସ କରୁଛନ୍ତି । ଉଭୟ ଦେଶ ସହିତ ଭାରତର ଭଲ ସମ୍ପର୍କ ଅଛି, କିନ୍ତୁ ଆଜେରବାଇଜାନ ଅପେକ୍ଷା ଗତ କିଛି ବର୍ଷ ମଧ୍ୟରେ ଆର୍ମେନିଆ ଓ ଭାରତର ସମ୍ପର୍କ ଦୃଢ଼ ହୋଇଛି ।

ଅଧିକ ପଢ଼ନ୍ତୁ:-ହାଥରସ ଅଭିଯୁକ୍ତଙ୍କ ଜେଲରୁ ଲେଖାଯାଇଥିବା କଥିତ ଚିଠି ହେଲା ଭାଇରାଲ

୧୯୯୧ରେ ସୋଭିଏତ୍ ସଂଘ ବିଭାଜନ ହେବା ପର୍ଯ୍ୟନ୍ତ ଆର୍ମେନିଆ ଏହାର ଏକ ଅଂଶ ଥିଲା । ଏହା ପରେ ମଧ୍ୟ ଭାରତ ସହିତ ଆର୍ମେନିଆର ସମ୍ପର୍କ ନିରନ୍ତର ସତେଜ ରହିଛି । ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ୧୯୯୧ ପରଠାରୁ ଆର୍ମେନିଆର ରାଷ୍ଟ୍ରପତି ତିନିଥର ଭାରତ ଗସ୍ତ କରିଛନ୍ତି । ୨୦୧୭ରେ ଆର୍ମେନିଆର ରାଷ୍ଟ୍ରପତିଙ୍କ ଶେଷ ଭାରତ ଗସ୍ତ ଥିଲା ।

ସେପଟେ ଆଜେରବାଇଜାନ ବିଷୟରେ ଆଲୋଚନା କରିବେ, ତେବେ ଆଜେରବାଇଜାନ ପୂର୍ବରୁ କଶ୍ମୀର ମାମଲାରେ ତୁର୍କି ପରି ପାକିସ୍ତାନ ସ୍ୱରରେ ସ୍ୱର ମିଳାଇ ସାରିଛି । ଭାରତ ସହ ଆଜେରବାଇଜାନର ସମ୍ପର୍କ ଖାସ୍ ନୁହେଁ ଓ ଅନ୍ତର୍ଜାତୀୟ ରାଜନୀତିରେ ଆଜେରବାଇଜାନ ପାକିସ୍ତାନ ପ୍ରତି ନରମ ମନୋଭାବ ରଖିଆସିଛି ।
ଭାରତର ବିଶ୍ୱକବି ରିବନ୍ଦ୍ରନାଥ ଟାଗୋର, ପୂର୍ବତନ ରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣନ ଓ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆଜେରବାଇଜାନ ଗସ୍ତରେ ଯାଇଥିଲେ । କିନ୍ତୁ ଏହା ସେହି ସମୟର କଥା ଯେତେବେଳେ ଏହି ଦେଶ ସୋଭିଏତ ସଂଘରେ ସାମିଲ ଥିଲା । ଯେବେଠାରୁ ଆଜେରବାଇଜାନ ସୋଭିତ ସଂଘରୁ ଅଲଗା ହୋଇଛି, ସେବେଠାରୁ ଭାରତର କୌଣସି ଉଚ୍ଚସ୍ତରୀୟ ଆଲୋଚନା ହୋଇନାହିଁ । 

ଆଜେରବାଇଜାନରେ କେଉଁ ପରିସ୍ଥିତିରେ ଅଛନ୍ତି ଭାରତୀୟମାନେ  ?

ଆଜେରବାଇଜାନରେ ରହୁଥିବା ଅଧିକାଂଶ ଭାରତୀୟ ରାଜଧାନୀ ବାକୁରେ ହିଁ ରୁହନ୍ତି । ଆଜେରବାଇଜାନରେ ରହୁଥିବା ଭାରତୀୟ ଡାକ୍ତର, ଶିକ୍ଷକ କିମ୍ବା ବୃହତ ଗ୍ୟାସ ଏବଂ ତୈଳ କମ୍ପାନୀରେ କାର୍ଯ୍ୟ କରନ୍ତି । 

ରାଜଧାନୀ ବାକୁରେ ଡାକ୍ତର ରଜନୀ ଚନ୍ଦ୍ର ଡିମେଲୋଙ୍କର ନିଜସ୍ୱ କ୍ଲିନିକ୍ ଅଛି । ସେ ଆନ୍ଧ୍ରପ୍ରଦେଶର ବିଜୟୱାଡା ନିବାସୀ । ବିବିସି ସହ ବାର୍ତ୍ତାଳାପରେ ସେ କହିଛନ୍ତି, "ଭାରତୀୟଙ୍କ ବିଷୟରେ ଅଧିକ ଚିନ୍ତା କରିବାର କିଛି ନାହିଁ । ଯେଉଁଠାରେ ଯୁଦ୍ଧ ଚାଲିଛି, ରାଜଧାନୀ ବାକୁ ଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଏବଂ ଅଧିକାଂଶ ଭାରତୀୟ ବାକୁରେ ରୁହନ୍ତି । ମାତ୍ର ଦୁଇ ଦିନ ପୂର୍ବେ ବାକୁ ଠାରୁ ୬୦-୭୦ କିଲୋମିଟର ଦୂରରେ ଜନବସତି ଅଞ୍ଚଳରେ ଆର୍ମେନିଆ ତରଫରୁ ଆକ୍ରମଣ ହୋଇଥିଲା ।"

ବିବାଦର କାରଣ

ନାଗୋର୍ଣ୍ଣୋ-କରାବାଖ୍ ହେଉଛି ୪,୪୦୦ ବର୍ଗ କିଲୋମିଟର ବ୍ୟାପିଥିବା ଏକ କ୍ଷେତ୍ର, ଯେଉଁଠାରେ ଆର୍ମେନିଆ ଖ୍ରୀଷ୍ଟିଆନ ଏବଂ ମୁସଲମାନ ତୁର୍କୀମାନେ ବାସ କରନ୍ତି । ସୋଭିଏତ୍ ସଂଘ ସମୟରେ ଏହା ଆଜେରବାଇଜାନ ମଧ୍ୟରେ ଏକ ସ୍ୱୟଂଶାସିତ ଅଞ୍ଚଳ ହୋଇଯାଇଥିଲା । ଅନ୍ତର୍ଜାତୀୟ ସ୍ତରରେ ଏହା କେବଳ ଆଜେରବାଇଜାନର ଅଂଶ ଭାବରେ ଜଣାଶୁଣା, କିନ୍ତୁ ଏଠାରେ ଅଧିକାଂଶ ଜନସଂଖ୍ୟା ଆର୍ମେନିଆର ।

୧୯୮୦ ଦଶକରୁ ଶେଷରୁ ଆରମ୍ଭ ହୋଇ ୧୯୯୦ ଦଶକ ପର୍ଯ୍ୟନ୍ତ ଚାଲି ଥିବା ଯୁଦ୍ଧ ସମୟରେ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ​​। ଏବଂ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ । ସେହି ସମୟରେ ବିଚ୍ଛିନ୍ନତାବାଦୀ ବାହିନୀ ନାଗୋର୍ଣ୍ଣୋ-କରାବାଖର କିଛି ଅଞ୍ଚଳ ଦଖଲ କରିଥିଲା । ୧୯୯୪ ମସିହାରେ ଏଠାରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା, ଏହା ପରେ ମଧ୍ୟ ଅବରୋଧ ଜାରି ରହିଛି ଏବଂ ଏହି ଅଞ୍ଚଳରେ ଅନେକ ସମୟରେ ଉତ୍ତେଜନା ଦେଖାଦେଇଥାଏ ।