ରାଷ୍ଟ୍ରପତିଙ୍କ ସେହି ସବୁ କ୍ଷମତା ଯାହା ପ୍ରଧାନମନ୍ତ୍ରୀଙ୍କ ପାଖରେ ନାହିଁ, ଆପଣ ମଧ୍ୟ ଜାଣି ନିଅନ୍ତୁ ଏହା ବିଷୟରେ...
Advertisement

ରାଷ୍ଟ୍ରପତିଙ୍କ ସେହି ସବୁ କ୍ଷମତା ଯାହା ପ୍ରଧାନମନ୍ତ୍ରୀଙ୍କ ପାଖରେ ନାହିଁ, ଆପଣ ମଧ୍ୟ ଜାଣି ନିଅନ୍ତୁ ଏହା ବିଷୟରେ...

President of India: ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଭୋଟର ମୂଲ୍ୟକୁ ଦେଖିବା, ତେବେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ୩,୭୮,୦୦୦୦ ଭୋଟ୍ ଓ ଯଶୱନ୍ତ ସିହ୍ନାଙ୍କ ସପକ୍ଷରେ ୧,୪୫,୬୦୦ ଭୋଟ୍ ପଡ଼ିଥିଲା । ଏହି ଭୋଟ୍ କେବଳ ସାଂସଦଙ୍କ ପାଇଁ ଥିଲା । ମୋଟ ଭୋଟ୍ ବିଷୟରେ କହିବାକୁ ଗଲେ ଦ୍ରୌପଦୀ ମୁର୍ମୁ ୬,୭୬,୮୦୩ ଭୋଟ୍ ପାଇଥିବାବେଳେ ସିହ୍ନା ୩,୮୦,୧୭୭ ଭୋଟ୍ ପାଇଛନ୍ତି । ଦ୍ରୌପଦୀ ମୁର୍ମୁ ସମସ୍ତ ଭୋଟର ପ୍ରାୟ ୬୪.୨୩ ପ୍ରତିଶତ ପାଇଛନ୍ତି ।

ରାଷ୍ଟ୍ରପତିଙ୍କ ସେହି ସବୁ କ୍ଷମତା ଯାହା ପ୍ରଧାନମନ୍ତ୍ରୀଙ୍କ ପାଖରେ ନାହିଁ, ଆପଣ ମଧ୍ୟ ଜାଣି ନିଅନ୍ତୁ ଏହା ବିଷୟରେ...

ନୂଆଦିଲ୍ଲୀ: President of India: ଦ୍ରୌପଦୀ ମୁର୍ମୁ (Draupadi Murmu) ଭାରତର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁ ବିପକ୍ଷ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟରେ ପରାସ୍ତ କରିଛନ୍ତି । ଦ୍ରୌପଦୀ ମୁର୍ମୁ ୬,୭୬,୮୦୩ ଭୋଟ ପାଇଥିବାବେଳେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୩,୮୦,୧୭୭ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅନେକ ବଡ଼ ନେତା ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ଯେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ପଦରେ ବସିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଭାରତର ରାଷ୍ଟ୍ରପତିଙ୍କର ଏପରି କିଛି କ୍ଷମତା ଅଛି ଯାହା ପ୍ରଧାନମନ୍ତ୍ରୀଙ୍କ ପାଖରେ ମଧ୍ୟ ନାହିଁ ।

ସୂଚନାଯୋଗ୍ୟ, ଦେଶର ପ୍ରଧାନମନ୍ତ୍ରୀ ନ୍ୟାୟିକ ବ୍ୟବସ୍ଥାରେ ହସ୍ତକ୍ଷେପ କରନ୍ତି ନାହିଁ । କିନ୍ତୁ ଭାରତର ରାଷ୍ଟ୍ରପତିଙ୍କ ପାଖରେ ଏପରି କ୍ଷମତା ଅଛି, ଯାହାକୁ ବ୍ୟବହାର କରି ସେ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡକୁ କ୍ଷମା କରିଦେଇପାରେ । ପ୍ରଧାନମନ୍ତ୍ରୀଙ୍କ ପାଖରେ ଏପରି କ୍ଷମତା ନାହିଁ । ଏହା ବ୍ୟତୀତ ରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର ଅଧିକାର ରହିଛି । ପ୍ରଧାନମନ୍ତ୍ରୀ ନିଜେ ଏହାକୁ ଲାଗୁ କରିପାରନ୍ତି ନାହିଁ । ରାଷ୍ଟ୍ରପତିଙ୍କ ମାଧ୍ୟମରେ ହିଁ ସେ ଏହାକୁ ଲାଗୁ କରିପାରିବେ । ସମ୍ବିଧାନର ଧାରା ୭୪(୧) ଅନୁଯାୟୀ ରାଷ୍ଟ୍ରପତିଙ୍କୁ କ୍ୟାବିନେଟ ସାହାଯ୍ୟ କରିବ ଓ ଏହାର ମୁଖ୍ୟ ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଇଛି । ରାଷ୍ଟ୍ରପତି କେବଳ ତାଙ୍କ ପରାମର୍ଶରେ ସମସ୍ତ ଆଦେଶ ଦିଅନ୍ତି ।  

ଏହା ବ୍ୟତୀତ ରାଷ୍ଟ୍ରପତିଙ୍କ ପାଖରେ ଲୋକସଭା ( Lok Sabha) ଭଙ୍ଗ କରିବାର କ୍ଷମତା ଅଛି । ସଂସଦର ଉଭୟ ଗୃହ ଦ୍ୱାରା ପାରିତ ହୋଇଥିବା କୌଣସି ବିଲ୍ କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହିଁ ଆଇନରେ ପରିଣତ ହୋଇପାରେ । ରାଷ୍ଟ୍ରପତିଙ୍କ ପାଖରେ ବିଧେୟକକୁ ସଂସଦକୁ ଫେରାଇବାର କ୍ଷମତା ଅଛି । କିନ୍ତୁ ରାଷ୍ଟ୍ରପତିଙ୍କୁ ଏହି ବିଧେୟକକୁ ଅଧିକ ସମୟ ଅଟକାଇବାର ଅଧିକାର ନାହିଁ । ବିଜ୍ଞାନ, କଳା, ସାହିତ୍ୟ ଏବଂ ସାମାଜିକ ସେବା କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିଥିବା ରାଜ୍ୟସଭାରେ ୧୨ ଜଣ ସଦସ୍ୟଙ୍କୁ ମନୋନୀତ କରିବାର କ୍ଷମତା ରାଷ୍ଟ୍ରପତିଙ୍କ ପାଖରେ ରହିଛି ।

ଭାରତର ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତ କରିବାର କ୍ଷମତା ଓ ଦାୟିତ୍ୱ ରାଷ୍ଟ୍ରପତିଙ୍କ ପାଖରେ ରହିଛି । ଭାରତର ରାଷ୍ଟ୍ରପତି ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତ କରନ୍ତି । ରାଷ୍ଟ୍ରପତି ରାଜ୍ୟଗୁଡିକ ପାଇଁ ରାଜ୍ୟପାଳ ନିଯୁକ୍ତ କରନ୍ତି ଓ ନିଜ କାର୍ଯ୍ୟରେ ସମ୍ବିଧାନର ଉଲ୍ଲଂଘନ କରିଥିବା ଜଣେ ରାଜ୍ୟପାଳଙ୍କୁ ବରଖାସ୍ତ କରିବାର କ୍ଷମତା ମଧ୍ୟ ରହିଛି । ଏସବୁ ପଦଗୁଡିକ ବ୍ୟତୀତ, ରାଷ୍ଟ୍ରପତିଙ୍କ ପାଖରେ ଅନେକ ପଦବୀରେ ନିଯୁକ୍ତ କରିବାର କ୍ଷମତା ଅଛି, ଯେପରିକି IAS, IPS, IFS, ଆଟର୍ଣ୍ଣି ଜେନେରାଲ୍, ଇତ୍ୟାଦି ।

ଭାରତର ରାଷ୍ଟ୍ରପତି ହେଉଛନ୍ତି ସମସ୍ତ ଭାରତୀୟ ସଶସ୍ତ୍ର ବାହିନୀର ମୁଖ୍ୟ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ଯୁଦ୍ଧ ଘୋଷଣା କିମ୍ବା କୌଣସି ଦେଶ ସହିତ ଶାନ୍ତି ସ୍ଥାପନ କରିବାର କ୍ଷମତା ରାଷ୍ଟ୍ରପତିଙ୍କ ପାଖରେ ଅଛି । କୌଣସି ବିଦେଶୀ ଦେଶ ସହିତ ସମସ୍ତ ଚୁକ୍ତିନାମା ଭାରତର ରାଷ୍ଟ୍ରପତିଙ୍କ ନାମରେ ସ୍ୱାକ୍ଷରିତ ହୋଇଥାଏ ।

ଏହା ବି ପଢ଼ନ୍ତୁ:-ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆପଣଙ୍କୁ ଲାଗିବ ଜୋରଦାର ଝଟକା! ଏତେ ବଢ଼ିବ ବିଦ୍ୟୁତ ଦର

ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ କାର-ବାଇକ୍-ଅଟୋ ଚାଳକଙ୍କ ପାଇଁ କଲେ ଏପରି କିଛି ଘୋଷଣା, ଶୁଣି ଚକିତ ହୋଇଯିବେ ଆପଣ

ଏହା ବି ପଢ଼ନ୍ତୁ:-ଅଖିଳେଶଙ୍କୁ ଲାଗିବ ଝଟକା, ଯୋଗୀ ସରକାରରେ ମନ୍ତ୍ରୀ ହେବେ ଓପି ରାଜଭର!

 

ଏଠାରେ କହି ରଖୁଛୁ, ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଭୋଟର ମୂଲ୍ୟକୁ ଦେଖିବା, ତେବେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ୩,୭୮,୦୦୦୦ ଭୋଟ୍ ଓ ଯଶୱନ୍ତ ସିହ୍ନାଙ୍କ ସପକ୍ଷରେ ୧,୪୫,୬୦୦ ଭୋଟ୍ ପଡ଼ିଥିଲା । ଏହି ଭୋଟ୍ କେବଳ ସାଂସଦଙ୍କ ପାଇଁ ଥିଲା । ମୋଟ ଭୋଟ୍ ବିଷୟରେ କହିବାକୁ ଗଲେ ଦ୍ରୌପଦୀ ମୁର୍ମୁ ୬,୭୬,୮୦୩ ଭୋଟ୍ ପାଇଥିବାବେଳେ ସିହ୍ନା ୩,୮୦,୧୭୭ ଭୋଟ୍ ପାଇଛନ୍ତି । ଦ୍ରୌପଦୀ ମୁର୍ମୁ ସମସ୍ତ ଭୋଟର ପ୍ରାୟ ୬୪.୨୩ ପ୍ରତିଶତ ପାଇଛନ୍ତି । ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମାତ୍ର ୩୪ ପ୍ରତିଶତ ଭୋଟ ମିଳିଛି ।