ଭୟଙ୍କର ପରମାଣୁ ବୋମା ସହ ସଜ୍ଜିତ ପୁଟିନଙ୍କ ସମୁଦ୍ର ଡ୍ରୋନ୍ ପ୍ରସ୍ତୁତ; ୧୬୦୦ ଫୁଟ ଉଚ୍ଚ ଲହରରେ ବୁଡ଼ିଯିବ ବ୍ରିଟେନ, ଜାଣନ୍ତୁ କିପରି?
Advertisement

ଭୟଙ୍କର ପରମାଣୁ ବୋମା ସହ ସଜ୍ଜିତ ପୁଟିନଙ୍କ ସମୁଦ୍ର ଡ୍ରୋନ୍ ପ୍ରସ୍ତୁତ; ୧୬୦୦ ଫୁଟ ଉଚ୍ଚ ଲହରରେ ବୁଡ଼ିଯିବ ବ୍ରିଟେନ, ଜାଣନ୍ତୁ କିପରି?

Russia-Ukraine War: ଋଷର ଲୋକପ୍ରିୟ ଋଷିଆନ ଷ୍ଟେଟ୍ ଟିଭିର ଆଙ୍କର୍ ନିଜ ପ୍ରାଇମ୍ ଟାଇମ୍ ଶୋ'ରେ ୟୁକ୍ରେନକୁ ସମର୍ଥନ କରିଥିବାରୁ ବ୍ରିଟେନ ଉପରେ ଋଷର ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି ।

ଭୟଙ୍କର ପରମାଣୁ ବୋମା ସହ ସଜ୍ଜିତ ପୁଟିନଙ୍କ ସମୁଦ୍ର ଡ୍ରୋନ୍ ପ୍ରସ୍ତୁତ; ୧୬୦୦ ଫୁଟ ଉଚ୍ଚ ଲହରରେ ବୁଡ଼ିଯିବ ବ୍ରିଟେନ, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: Russia-Ukraine War: ୟୁକ୍ରେନ (Ukraine) ଓ ଋଷ (Russia) ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଋଷ ଲଗାତର ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ସେପଟେ ଏହି ଯୁଦ୍ଧରେ ଆମେରିକା (America) ଓ ପାଶ୍ଚାତ୍ୟ ଦେଶ (Western Countries) ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି, ଯାହା ଋଷର କ୍ରୋଧକୁ ଆହୁରି ବଢ଼ାଇଦେଇଛି । ଏହି ସମୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ଚ୍ୟାନେଲ କୁହାଯାଉଥିବା ଋଷିଆନ ଟିଭି ପରମାଣୁ ଆକ୍ରମଣ (Nuclear Attack) ର ଧମକ ଦେଇଛି । ଚ୍ୟାନେଲ କହିଛି ଯେ ବ୍ରିଟେନ (Britain) କୁ ସମୁଦ୍ରର ଗଭୀରତାରେ ବୁଡ଼ାଇ ଦିଆଯିବ ।

ଏହି ଚ୍ୟାନେଲର ଆଙ୍କର୍ ଏକ ଗ୍ରାଫିକ୍ ମାଧ୍ୟମରେ ଦେଖାଇଛନ୍ତି ଯେ, ଋଷର ସରମତ କ୍ଷେପଣାସ୍ତ୍ର ବା ମିସାଇଲ (Sarmat Missile) ଓ ଏହାର ପୋସିଡନ ନାମକ ପରମାଣୁ ଡ୍ରୋନ୍ (Poseidon Nuclear Drone) ବ୍ରିଟେନ (Britain) କୁ ବିଶ୍ୱ ମାନଚିତ୍ରରୁ ଲିଭାଇବା ପାଇଁ ଯଥେଷ୍ଟ । ବ୍ରିଟେନ୍ ଉପରେ ପରମାଣୁ ଆକ୍ରମଣର ଧମକ ପରେ  ଋଷର ପୋସିଡନ ପରମାଣୁ ଡ୍ରୋନର ଅନେକ ଚର୍ଚ୍ଚା ହେଉଛି । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଋଷର ପରମାଣୁ ଡ୍ରୋନ୍ ପୋସିଡନ୍ କ’ଣ? ଏହା ସହିତ ଋଷ ବ୍ରିଟେନକୁ ବୁଡ଼ାଇବାକୁ ଦାବି କଲା କିପରି? ଆଉ ପୋସିଡନର ବିଶେଷତା କ’ଣ ରହିଛି?

ଋଷର ଲୋକପ୍ରିୟ ଋଷିଆନ ଷ୍ଟେଟ୍ ଟିଭିର ଆଙ୍କର୍ ନିଜ ପ୍ରାଇମ୍ ଟାଇମ୍ ଶୋ'ରେ ୟୁକ୍ରେନକୁ ସମର୍ଥନ କରିଥିବାରୁ ବ୍ରିଟେନ ଉପରେ ଋଷର ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି । ଋଷର ସର୍ବାଧିକ ଦେଖାଯାଇଥିବା ଚ୍ୟାନେଲ ୱାନର ଆଙ୍କର୍ ଦିମିତ୍ରି କିସଲୀଭ (Dmitry Kiselyov) ଦାବି କରିଛନ୍ତି ଯେ, ଋଷର ଅଣ୍ଡର ୱାଟର ଡ୍ରୋନ୍ ପୋସିଡନ୍ (Poseidon) ସମୁଦ୍ରରେ ୧୬୦୦ ଫୁଟ ଉଚ୍ଚର ଲହର ସୃଷ୍ଟି କରି ସମଗ୍ର ବ୍ରିଟେନକୁ ବୁଡ଼ାଇ ଦେଇପାରେ ।

ଚ୍ୟାନେଲ ଏକ ଭିଡିଓରେ ଏକ ଗ୍ରାଫିକ୍ ମାଧ୍ୟମରେ ଦର୍ଶାଇଛି ଯେ, ପୋସିଡନ କିପରି ବ୍ରିଟେନର ନାମ ଓ ଚିହ୍ନକୁ ଧ୍ୱଂସ କରିପାରେ । ଦିମିତ୍ରି ଏହା ମଧ୍ୟ କହିଛନ୍ତି ଯେ, ପୋସିଡନର ଆକ୍ରମଣ କେବଳ ଉଚ୍ଚ ଲହର ସୃଷ୍ଟି କରିବ ନାହିଁ, ବରଂ ଜବରଦସ୍ତ ବିକିରଣ ବା ରେଡିଏଶନ ମଧ୍ୟ ସୃଷ୍ଟି କରିବ, ଯାହା ବ୍ରିଟେନକୁ ଏକ ରେଡିଏକ୍ଟିଭ ମରୁଭୂମିରେ ପରିଣତ କରିଦେବ । କିଛି ବିଶେଷଜ୍ଞ ମନେ କରନ୍ତି ଯେ ଏହି ଭିଡିଓରେ ଦେଖାଯାଇଥିବା ଅଞ୍ଚଳ ବ୍ରିଟେନ ସହ ଆୟରଲ୍ୟାଣ୍ଡର ମଧ୍ୟ ରହିଛି, ଯାହା ବ୍ରିଟେନର ପଡୋଶୀ ଅଟେ ।

ସୂଚନାଯୋଗ୍ୟ, ଋଷର ପୋସିଡନ୍ ହେଉଛି ଏକ ଅଣ୍ଡର ୱାଟର ଡ୍ରୋନ୍ । ଯାହାକୁ ଷ୍ଟେଟସ୍-6 ନାମରେ ମଧ୍ୟ ଜଣାଯାଏ । ଆମେରିକାରେ ଏହାକୁ କ୍ୟାନୟନ କୁହାଯାଏ । ସରଳ ଭାବରେ କହିବାକୁ ଗଲେ, ଋଷର ପୋସିଡନ୍ ହେଉଛି ଏକ ଅଣ୍ଡର ୱାଟର ଡ୍ରୋନ୍ ଯାହା ପରମାଣୁ କ୍ଷମତା ସହିତ ସଜ୍ଜିତ । ଏହା ଡ୍ରୋନ୍ ଓ ଟର୍ପେଡୋର ମିଶ୍ରଣ ଅଟେ, ଯାହା ଦୁନିଆର ଯେକୌଣସି ପ୍ରତିରକ୍ଷା ପ୍ରଣାଳୀକୁ ଭେଦ କରିପାରେ । ପୋସିଡନ୍ ହେଉଛି ଏକ ବୃହତ, ପରମାଣୁ ଚାଳିତ, ପରମାଣୁ ଅସ୍ତ୍ର ସହିତ ଅଟୋନୋମସ ବା ସ୍ୱୟଂଚାଳିତ ଟର୍ପେଡୋ ।

ପୋସିଡନକୁ ଶତ୍ରୁ ଦେଶର ନୌବାହିନୀ ଓ ଉପକୂଳବର୍ତ୍ତୀ ସହରଗୁଡ଼ିକୁ ଟାର୍ଗେଟ କରିବା ପାଇଁ  ଡିଜାଇନ୍ କରାଯାଇଛି । ଋଷ ଦାବି କରିଛି ଯେ ଆମେରିକାର ନ୍ୟୁୟର୍କ ଓ ଲସ୍ ଆଞ୍ଜେଲସ୍ ଭଳି ସହରକୁ ଟାର୍ଗେଟ କରିପାରିବାର କ୍ଷମତା ରହିଛି । ଆମେରିକା ସମେତ ଦୁନିଆର କୌଣସି ଦେଶ ପାଖରେ ବର୍ତ୍ତମାନ ପୋସିଡନ୍ ଭଳି ଟେକ୍ନୋଲୋଜି ଥିବା ଅସ୍ତ୍ର ନାହିଁ ।

ରିପୋର୍ଟ ଅନୁଯାୟୀ, ପୋସିଡନ ନାମକ ଏହି ଋଷିଆନ୍ ଟର୍ପେଡୋ ପ୍ରାୟ ୬୫ ଫୁଟ ଲମ୍ବ ଟ୍ୟୁବରେ ନିର୍ମିତ ଓ ଏହାର ବ୍ୟାସ ୬.୫ ଫୁଟ । ଏହା ଏକ କିଲୋମିଟର ଗଭୀରକୁ ଯାଇପାରେ ଓ ଏହାର ରେଞ୍ଜ ବା ପରିସର ପ୍ରାୟ ୧୦ ହଜାର କିଲୋମିଟର ରହିଛି । ଏହା ୧୦୦-୧୮୫ କିଲୋମିଟର ବେଗରେ ନିଜର ଲକ୍ଷ୍ୟକୁ ଛୁଇଁପାରେ ।

ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ବିସ୍ଫୋରଣରୁ ୧,୬୦୦ ଫୁଟ ଉଚ୍ଚରେ ଲହର ସୃଷ୍ଟି କରିପାରେ, ଯାହା ଏକ ସମଗ୍ର ସହରକୁ ବୁଡ଼ାଇ ଦେଇପାରେ । ଏହାର ସବୁଠାରୁ ବଡ଼ ଶକ୍ତି ହେଉଛି ଜଳରେ ଅତି ଗଭୀର ଓ ଅତି ଦ୍ରୁତ ଗତିରେ କାର୍ଯ୍ୟ କରିବାର କ୍ଷମତା, ଯାହା ଟ୍ରାକ୍ କରିବା କଷ୍ଟକର ହୋଇଥାଏ । ପୋସିଡନର ଗତି ପାରମ୍ପାରିକ ସବମରୀନ ତୁଳନାରେ ଦୁଇରୁ ତିନି ଗୁଣ ଅଧିକ ହୋଇଥାଏ ।

ଏହା ବି ପଢ଼ନ୍ତୁ:-'ବିହାରରେ ଅଛନ୍ତି ନୀତିଶ ଓ ଲାଲୁଙ୍କ ପରି ଧୁରନ୍ଧର, ପ୍ରଶାନ୍ତ କିଶୋର କିଛି କରିପାରିବେନି'

ଏହା ବି ପଢ଼ନ୍ତୁ:-ଦିଲ୍ଲୀରେ ମାଗଣା ବିଦ୍ୟୁତକୁ ନେଇ କେଜ୍ରିୱାଲଙ୍କ ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-କଂଗ୍ରେସକୁ ଲାଗିଲା ଜୋରଦାର ଝଟକା, ଦଳରୁ ଇସ୍ତଫା ଦେଲେ ଏହି ବଡ଼ ନେତା

 

ରିପୋର୍ଟ ଅନୁଯାୟୀ, ପୋସିଡନ ୨ ମେଗାଟନ୍ କ୍ଷମତା ବିଶିଷ୍ଟ ପରମାଣୁ ଅସ୍ତ୍ର ସହିତ ସଜ୍ଜିତ ହୋଇପାରେ । ଏହି କ୍ଷମତାକୁ ଋଷର ନ୍ୟୁଜ୍ ଏଜେନ୍ସି TASS ଦ୍ୱାରା ନିକଟ ଅତୀତରେ ଅନେକ ଥର ଉଲ୍ଲେଖ କରାଯାଇଛି । ୨ ମେଗାଟନ୍ ପରମାଣୁ ଅସ୍ତ୍ର କ୍ଷମତାର ଅର୍ଥ ହେଉଛି ଏହା ହିରୋସିମା ଉପରେ ପଡିଥିବା ପରମାଣୁ ବୋମା ଠାରୁ ୧୦୦ ଗୁଣ ଅଧିକ ଶକ୍ତିଶାଳୀ । ହିରୋସିମା ଉପରେ ୧୫ କିଲୋଟନ ପରମାଣୁ ବୋମା ମାଡ଼ କରାଯାଇଥିଲା । ଆମେରିକାର B61 ପରମାଣୁ ବୋମା ଅପେକ୍ଷା ଏହା ୧୦ ଗୁଣ ଅଧିକ ଶକ୍ତିଶାଳୀ ।

ଏହି ଟର୍ପେଡୋ ଭିତରେ ଏକ ପରମାଣୁ ରିଆକ୍ଟର ଅଛି, ଯାହା ଏହି ଅଣ୍ଡର ୱାଟର ଡ୍ରୋନକୁ ଅସୀମିତ ଶକ୍ତି ଯୋଗାଇଥାଏ, ଯାହା ଦ୍ୱାରା ଏହା ଏକ ବଡ ପରମାଣୁ ଆକ୍ରମଣ କରିପାରେ । ଋଷ ଦାବି କରିଛି ଯେ ତା'ର ଅଣ୍ଡର ୱାଟର ଡ୍ରୋନ୍ ଯେକୌଣସି ଦେଶର ପରମାଣୁ ପ୍ରତିରକ୍ଷାକୁ ଭେଦ କରି ଆକ୍ରମଣ କରିବାରେ ସକ୍ଷମ ।