ପୁରୁଣା ସଂସଦ ଭବନର କ'ଣ ହେବ, ଜାଣନ୍ତୁ କ'ଣ ରହିଛି ମୋଦି ସରକାରଙ୍କ ଯୋଜନା?
Advertisement
Article Detail0/zeeodisha/odisha803783

ପୁରୁଣା ସଂସଦ ଭବନର କ'ଣ ହେବ, ଜାଣନ୍ତୁ କ'ଣ ରହିଛି ମୋଦି ସରକାରଙ୍କ ଯୋଜନା?

ସୂଚନାନୁସାରେ, ସଂସଦୀୟ କାର୍ଯ୍ୟକ୍ରମ ପାଇଁ ବର୍ତ୍ତମାନର ସଂସଦ ଭବନ ସମୟ ସମୟରେ ବ୍ୟବହୃତ ହେବ । ଏହା ବ୍ୟତୀତ ଏହା ସଂଗ୍ରହାଳୟ ଭାବରେ ବ୍ୟବହୃତ ହେବ, ଯାହା ଦ୍ୱାରା ଆଗାମୀ ପିଢ଼ି ଦେଶର ଗଣତାନ୍ତ୍ରିକ ଯାତ୍ରା ବିଷୟରେ ଜାଣିପାରିବେ ।

ପୁରୁଣା ସଂସଦ ଭବନର କ'ଣ ହେବ, ଜାଣନ୍ତୁ କ'ଣ ରହିଛି ମୋଦି ସରକାରଙ୍କ ଯୋଜନା?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୂଆଦିଲ୍ଲୀରେ ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୨୦୨୨ ସୁଦ୍ଧା ଏକ ନୂତନ ସଂସଦ ଭବନ ନିର୍ମାଣ ହୋଇଯିବ, ଯେଉଁଥିରେ ଆହୁରି ଅନେକ ସୁବିଧା ରହିବ । ଭବିଷ୍ୟତର ଆବଶ୍ୟକତା, ସାଂସଦଙ୍କ ସଂଖ୍ୟା ଆଧାରରେ ନୂତନ ସଂସଦ ଗୃହ ନିର୍ମାଣ କରାଯାଉଛି । ତେବେ ପୁରୁଣା ତଥା ବର୍ତ୍ତମାନ ସଂସଦ ଭବନ ମଧ୍ୟ ବ୍ୟବହାରରେ ରହିବ ।

ସୂଚନାନୁସାରେ, ସଂସଦୀୟ କାର୍ଯ୍ୟକ୍ରମ ପାଇଁ ବର୍ତ୍ତମାନର ସଂସଦ ଭବନ ସମୟ ସମୟରେ ବ୍ୟବହୃତ ହେବ । ଏହା ବ୍ୟତୀତ ଏହା ସଂଗ୍ରହାଳୟ ଭାବରେ ବ୍ୟବହୃତ ହେବ, ଯାହା ଦ୍ୱାରା ଆଗାମୀ ପିଢ଼ି ଦେଶର ଗଣତାନ୍ତ୍ରିକ ଯାତ୍ରା ବିଷୟରେ ଜାଣିପାରିବେ ।

ଏଠାରେ କହି ରଖୁଛୁ ଯେ ବର୍ତ୍ତମାନର ସଂସଦ ଭବନର ୫୬୦ ଫୁଟ ବ୍ୟାସ ଅଛି, ଯାହା ବଡ କାର୍ଯ୍ୟକ୍ରମ କରିବାକୁ ସକ୍ଷମ ଅଟେ । ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ପୁରୁଣା ସଂସଦକୁ ୯୩ ବର୍ଷ ବିତିଯାଇଛି, ଏହି ସଂସଦ ଭବନ ଦେଶର ସ୍ୱାଧୀନତା, ସମ୍ବିଧାନର ରଚନା ସମେତ ଐତିହାସିକ ମୂହୁର୍ତ୍ତ ଦେଖିଛି ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନର ସଂସଦ ଭବନର ମୂଳଦୁଆ ୧୨ ଫେବୃଆରୀ ୧୯୨୧ରେ ନିର୍ମିତ ହୋଇଥିଲା ଏବଂ ଏହା ଛଅ ବର୍ଷ ମଧ୍ୟରେ ୮୩ ଲକ୍ଷ ବ୍ୟୟରେ ନିର୍ମିତ ହୋଇଥିଲା । ଏହାକୁ ୧୮ ଜାନୁଆରୀ ୧୯୨୭ରେ ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ଇରୱିନ୍ ଉଦଘାଟନ କରିଥିଲେ ।

ଗୁରୁବାର ନୂତନ ସଂସଦ ଗୃହର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ପୁରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଏହି ଦିନ କେବଳ ଭାରତରେ ନୁହେଁ ବିଶ୍ୱ ଇତିହାସରେ ଗୁରୁତ୍ୱପୂର୍ଣ୍ଣ । ଦୀର୍ଘ ଦିନ ଧରି ଭାରତରେ ଗଣତନ୍ତ୍ର ଏବଂ ଲୋକତନ୍ତ୍ର ସ୍ଥାପିତ ରହିଛି ।