କୋରୋନା ମୁକାବିଲାରେ ଭାରତ ଉଦ୍ୟମକୁ ପ୍ରଶଂସା କଲା WHO
Advertisement
Article Detail0/zeeodisha/odisha785482

କୋରୋନା ମୁକାବିଲାରେ ଭାରତ ଉଦ୍ୟମକୁ ପ୍ରଶଂସା କଲା WHO

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋରୋନା ଭ୍ୟାକ୍ସିନ ବା ଟୀକା ଉପରେ କରାଯାଉଥିବା ପ୍ରୟାସକୁ ନେଇ ପ୍ରଶଂସା କରିଛନ୍ତି । 

କୋରୋନା ମୁକାବିଲାରେ ଭାରତ ଉଦ୍ୟମକୁ ପ୍ରଶଂସା କଲା WHO

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ (Coronavirus) ସଙ୍କଟ ବଢ଼ିବାରେ ଲାଗିଛି । ଦୁନିଆର ଅନେକ ଦେଶ ଏହି ମହାମାରୀରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେଏସ୍ (Tedros Adhanom Ghebreyesus) କୋଭିଡ-19 (COVID-19) ମହାମାରୀର ମୁକାବିଲା ପାଇଁ  ବୁଧବାର ଚାଲିଥିବା ବିଶ୍ୱ ଭାଗିଦାରୀ ଉପରେ ଆଲୋଚନା କରିଛନ୍ତି । WHO ପ୍ରଥମ ଥର ପାଇଁ କରୋନା ଚିକିତ୍ସାରେ ପାରମ୍ପାରିକ ଔଷଧ ସହିତ ଆଧୁନିକ ଔଷଧ ସାମିଲ କରିବାକୁ ରାଜି ହୋଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋରୋନା ଭ୍ୟାକ୍ସିନ ବା ଟୀକା ଉପରେ କରାଯାଉଥିବା ପ୍ରୟାସକୁ ନେଇ ପ୍ରଶଂସା କରିଛନ୍ତି । ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ, ଅନ୍ୟ ରୋଗ ବିରୋଧରେ ଲଢ଼େଇରେ ବିଭ୍ରାନ୍ତ ହେବା ଉଚିତ୍ ନୁହେଁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ WHO ମୁଖ୍ୟ ସଂଗଠନ ଏବଂ ଭାରତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ମଧ୍ୟରେ ଘନିଷ୍ଠ ତଥା ନିୟମିତ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଆୟୁଷ୍ମାନ ଭାରତ ଏବଂ ଯକ୍ଷ୍ମା (TB) ବିରୋଧରେ ଅଭିଯାନ ଭଳି ଘରୋଇ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂପର୍କରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି ।

ବୟାନରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଏବଂ WHO ମୁଖ୍ୟଙ୍କ ମଧ୍ୟରେ ପାରମ୍ପାରିକ ଔଷଧ ବ୍ୟବସ୍ଥା ଉପରେ ବିଶେଷ ଆଲୋଚନା ହୋଇଛି । ବିଶେଷ କରି ବିଶ୍ୱର ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପ୍ରସଙ୍ଗରେ ଆଲୋଚନା କରାଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ବଢ଼ାଇ ଦେଇଛି ଏହି ମାରାତ୍ମକ ରୋଗର ବିପଦ, ୨୩ ବର୍ଷର ଭାଙ୍ଗିଲା ରେକର୍ଡ

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ସଂଗଠନର ମୁଖ୍ୟଙ୍କୁ କହିଛନ୍ତି ଯେ 'କୋଭିଡ-19 ପାଇଁ ଆୟୁର୍ବେଦ' ବିଷୟବସ୍ତୁ ଉପରେ ଆଧାର କରି ନଭେମ୍ବର ୧୩ରେ ଦେଶରେ ଆୟୁର୍ବେଦ ଦିବସ ପାଳନ କରାଯିବ । ପରବର୍ତ୍ତୀ ଟ୍ୱିଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ କାର୍ଯ୍ୟ ଏବଂ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଛନ୍ତି ।