ଭାରତରେ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଚେତାବନୀ ଜାରି କଲା WHO, କହିଲା-ପୂର୍ବ ଅପେକ୍ଷା ଅଧିକ କଠିନ ହୋଇପାରେ...
Advertisement

ଭାରତରେ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଚେତାବନୀ ଜାରି କଲା WHO, କହିଲା-ପୂର୍ବ ଅପେକ୍ଷା ଅଧିକ କଠିନ ହୋଇପାରେ...

WHO ସ୍ୱାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିୟାନ୍ କହିଛନ୍ତି ଯେ, କୋରୋନୋ ଭୂତାଣୁ ମହାମାରୀର ଦ୍ୱିତୀୟ ବର୍ଷ ଟ୍ରାନ୍ସମିସନ୍ ଡାଇନାମିକ୍ସ ଉପରେ ପ୍ରଥମ ଅପେକ୍ଷା ଅଧିକ କଷ୍ଟସାଧ୍ୟ ହୋଇପାରେ ।

ଭାରତରେ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଚେତାବନୀ ଜାରି କଲା WHO, କହିଲା-ପୂର୍ବ ଅପେକ୍ଷା ଅଧିକ କଠିନ ହୋଇପାରେ...

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ (Coronavirus) ରୁ ବିଶ୍ୱକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅନେକ ଦେଶରେ ଟିକାକରଣ (Vaccination) ଆରମ୍ଭ ହେବା ସହିତ ମାମଲା ମଧ୍ୟ ହ୍ରାସ ପାଇଛି । ଭାରତରେ ମଧ୍ୟ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ସହରରେ ଟିକା ଦିଆଯାଉଛି । ଏସବୁ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ କୋରୋନା ମହାମାରୀ (Corona Epidemic) ପ୍ରଥମ ବର୍ଷ ଅପେକ୍ଷା ଦ୍ୱିତୀୟ ବର୍ଷ ଅଧିକ କଠିନ ହୋଇପାରେ ।

ଅଧିକ ପଢ଼ନ୍ତୁ:-କେବଳ ୩୦ ମିନିଟରେ ଆପଣଙ୍କ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର, ଫେବୃଆରୀ ୧ରୁ ଆରମ୍ଭ ହେଉଛି ଏହି ସୁବିଧା!

WHO ସ୍ୱାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିୟାନ୍ କହିଛନ୍ତି ଯେ, କୋରୋନୋ ଭୂତାଣୁ ମହାମାରୀର ଦ୍ୱିତୀୟ ବର୍ଷ ଟ୍ରାନ୍ସମିସନ୍ ଡାଇନାମିକ୍ସ ଉପରେ ପ୍ରଥମ ଅପେକ୍ଷା ଅଧିକ କଷ୍ଟସାଧ୍ୟ ହୋଇପାରେ । ଏକ ପ୍ରଶ୍ନ-ଉତ୍ତର ଅଧିବେଶନରେ ବୁଧବାର ବିଳମ୍ବିତ ରାତିରେ ରିୟାନ୍ କହିଛନ୍ତି ଯେ ଆମେ ଦ୍ୱିତୀୟ ବର୍ଷକୁ ଯାଉଛୁ, ଟ୍ରାନ୍ସମିସନ୍ ଡାଇନାମିକ୍ସ ଏବଂ କିଛି ପ୍ରସଙ୍ଗ ଦେଖି ଏହା କଠିନ ହୋଇପାରେ ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର! ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କଲା ରେଲୱେ

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ମାର୍ଚ୍ଚ ୧୧ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା COVID-19 ର ପ୍ରକୋପକୁ ମହାମାରୀ ଘୋଷଣା କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଦୁନିଆରେ ୯.୨୧ କୋଟିରୁ ଅଧିକ ଲୋକ କୋରୋନୋ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୧୯.୭ ଲକ୍ଷ ରୋଗୀଙ୍କର ସ୍ଥିତି ଅଧିକ ସାଂଘାତିକ ରହିଛି ।