ଜାଣନ୍ତୁ ଅସର ମଲିକ କିଏ? ଯାହାଙ୍କୁ ବିବାହ କଲେ ନୋବେଲ ବିଜେତା ମଲାଲା
Advertisement
Article Detail0/zeeodisha/odisha1024993

ଜାଣନ୍ତୁ ଅସର ମଲିକ କିଏ? ଯାହାଙ୍କୁ ବିବାହ କଲେ ନୋବେଲ ବିଜେତା ମଲାଲା

ନୋବେଲ ଶାନ୍ତି ପୁରସ୍କାର ବିଜେତା ୨୪ ବର୍ଷୀୟ ମଲାଲା ୟୁସୁଫଜାଇ (Nobel Peace Prize winner Malala Yousafzai) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମଙ୍ଗଳବାର ସେ ନିଜର ଏକ ଟ୍ୱିଟର ପୋଷ୍ଟରେ ଏହି ସୂଚନା ଦେଇଛନ୍ତି ।

ଜାଣନ୍ତୁ ଅସର ମଲିକ କିଏ? ଯାହାଙ୍କୁ ବିବାହ କଲେ ନୋବେଲ ବିଜେତା ମଲାଲା

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ୨୪ ବର୍ଷୀୟ ମଲାଲା ୟୁସୁଫଜାଇ (Nobel Peace Prize winner Malala Yousafzai) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମଙ୍ଗଳବାର ସେ ନିଜର ଏକ ଟ୍ୱିଟର ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ଏହି ଖୁସି ଅବସରରେ ଇଂଲଣ୍ଡର ବର୍ମିଂହାମ ସହରରେ ଏକ ଛୋଟ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ମଲାଲା ପାକିସ୍ତାନର ଜଣେ ଏଜୁକେଶନ ଆକ୍ଚିଭିଷ୍ଟ । ମଲାଲାଙ୍କୁ ୨୦୧୨ରେ ତାଲିବାନ (Taliban) ଆତଙ୍କୀ ତାଙ୍କ ମୁଣ୍ଡରେ ଗୁଳି ମାରିଥିଲା ।

ସୋସିଆଲ ମିଡିଆରେ ତାଙ୍କ ବିବାହର କିଛି ଫଟୋ ସେୟାର କରି ମଲାଲା (Malala Yousafzai) ଲେଖିଛନ୍ତି, "ଆଜି ମୋ ପାଇଁ ଏକ ବିଶେଷ ଦିନ । ଅସର ଓ ମୁଁ ଜୀବନସାରା ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛି । ଆମ ପରିବାରର ଉପସ୍ଥିତିରେ ଆମେ ବର୍ମିଂହାମରେ ଏକ ଛୋଟ ନିକା ସମାରୋହ ସେଲିବ୍ରେଟ କରିଛୁ । ଦୟାକରି ଆମକୁ ଆର୍ଶିବାଦ ଦିଅନ୍ତୁ । ଆମର ଆଗାମୀ ଜୀବନରେ ଆଗକୁ ବଢିବାକୁ ଆମେ ବହୁତ ଆଗ୍ରହୀ ।"

ଅସର ମଲିକ କିଏ?

ମଲାଲା ୟୁସୁଫଜାଇ (Malala Yousafzai) ଙ୍କ ସ୍ୱାମୀ ଅସର ମଲିକ (Asar Malik) ସ୍ପୋର୍ଟ୍ସ ଇଣ୍ଡଷ୍ଟ୍ରି ସହିତ ଜଡିତ । ତାଙ୍କର ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁଯାୟୀ ସେ କ୍ରିକେଟ୍ ବୋର୍ଡ (PCB) ରେ ହାଇ ପର୍ଫମାନ୍ସ ଜେନେରାଲ୍ ମ୍ୟାନେଜର ଅଛନ୍ତି । ମଲିକ ଲାହୋର ୟୁନିଭର୍ସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସରୁ ଅର୍ଥନୀତି ଓ ରାଜନୈତିକ ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି । ଅସର କୋକା କୋଲା ଓ ଫ୍ରିଜଲ୍ୟାଣ୍ଡ କ୍ୟାମ୍ପିନା ପରି ପ୍ରସିଦ୍ଧ ବ୍ରାଣ୍ଡ ସହିତ ମଧ୍ୟ କାମ କରିଛନ୍ତି ।

ଖବର ଅନୁଯାୟୀ, ଅସର ମଲିକ ପାକିସ୍ତାନ ସୁପର ଲିଗ୍ (Pakistan Super League-PSL) ର ଫ୍ରାଞ୍ଚାଇଜି ମୁଲତାନ୍ ସୁଲତାନର ପାଇଁ  ଅପରେସନ୍ ମ୍ୟାନେଜର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେପଟେ ମଲାଲା ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଦର୍ଶନ, ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତି ଅଧ୍ୟୟନ କରିଛନ୍ତି ।

ମଲାଲା ୟୁସୁଫଜାଇ ପାକିସ୍ତାନରେ ବାଳିକା ଶିକ୍ଷା ପାଇଁ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରିଛନ୍ତି । ସେ ସର୍ବକନିଷ୍ଠ ନୋବେଲ ଶାନ୍ତି ପୁରସ୍କାର ବିଜେତା । ୨୦୧୨ ରେ ଉତ୍ତର-ପଶ୍ଚିମ ପାକିସ୍ଥାନରେ ତାଲିବାନ ଆତଙ୍କୀଙ୍କ ଦ୍ୱାରା ତାଙ୍କ ମୁଣ୍ଡରେ ଗୁଳି ମରାଯାଇଥିଲା । ଏହି ଘଟଣା ପରେ ମଲାଲା ବହୁତ ଲୋକପ୍ରିୟ ହୋଇଯାଇଥିଲେ  । ୧୬ ବର୍ଷ ବୟସରେ ସେ ମିଳିତ ଜାତିସଂଘ (United Nations) ମୁଖ୍ୟାଳୟରେ ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ସମାନତାର ଆବଶ୍ୟକତା ଉପରେ ଏକ ଅଭିଭାଷଣ ମଧ୍ୟ ଦେଇଥିଲେ ।

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ଶୀତଦିନେ ପାଳଙ୍ଗ ଖାଇଲେ ମିଳିଥାଏ ଏସବୁ ଫାଇଦା

ଏହା ବି ପଢ଼ନ୍ତୁ:-ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଥିବା ଦୂରତାକୁ ଶେଷ କରିବେ ପ୍ରିୟଙ୍କା! ରାଜସ୍ଥାନକୁ ନେଇ ରାହୁଲଙ୍କ ଘରେ କଂଗ୍ରେସର ମାନସ ମନ୍ଥନ

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ହରଭଜନ, ଏହି ଖେଳାଳିଙ୍କୁ ଚୟନ ନକରିବାରୁ କହିଲେ-ଲଜ୍ଜା କର