ଭାରତରେ କୋରୋନା ଯୋଗୁଁ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କଲା WHO, ଏହି ୫ଟି କାରଣରୁ ରିପୋର୍ଟ ଉପରେ ଉଠୁଛି ପ୍ରଶ୍ନ
Advertisement
Article Detail0/zeeodisha/odisha1175649

ଭାରତରେ କୋରୋନା ଯୋଗୁଁ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କଲା WHO, ଏହି ୫ଟି କାରଣରୁ ରିପୋର୍ଟ ଉପରେ ଉଠୁଛି ପ୍ରଶ୍ନ

ଦେଶର ଶୀର୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ WHO ତରଫରୁ କୋରୋନା କିମ୍ୱା ଏହାର ପ୍ରଭାବ ଯୋଗୁଁ ଭାରତରେ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁର ଆକଳନ କରିବା ପାଇଁ ବ୍ୟବହୃତ 'ମଡେଲିଂ' ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ସେମାନେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (WHO) ଦ୍ୱାରା ଆପଣାଇଯାଇଥିବା ଦୃଷ୍ଟିକୋଣକୁ ନେଇ ନିରାଶ ହୋଇଛନ୍ତି, ଯାହାକି ସମସ୍ତଙ୍କ ପାଇଁ  ଗୋଟିଏ ନୀତି ଆପଣାଇ ସହିତ ସମାନ ।

ଭାରତରେ କୋରୋନା ଯୋଗୁଁ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କଲା WHO, ଏହି ୫ଟି କାରଣରୁ ରିପୋର୍ଟ ଉପରେ ଉଠୁଛି ପ୍ରଶ୍ନ

ନୂଆଦିଲ୍ଲୀ: WHO Report On Corona Deaths In India: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization:WHO) ଦ୍ୱାରା ଭାରତରେ କୋରୋନା ଯୋଗୁଁ ହୋଇଥିବା ମୃତ୍ୟୁକୁ ନେଇ ଦିଆଯାଇଥିବା ରିପୋର୍ଟକୁ କେନ୍ଦ୍ର ସରକାର (Central Government) ଖାରଜ କରିଛନ୍ତି । WHO ନିଜ ରିପୋର୍ଟରେ ଭାରତରେ କୋଭିଡ-19 ମହାମାରୀ ଯୋଗୁଁ ପ୍ରାୟ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ (Coronavirus Deaths In India) ହୋଇଥିବା ଅନୁମାନ କରିଛି । ଗୁରୁବାର WHO ଦ୍ୱାରା ଜାରି ରିପୋର୍ଟରେ କୁହାଯାଇଛି ଯେ ଜାନୁୟାରୀ ୨୦୨୦ରୁ ଡିସେମ୍ବର ୨୦୨୧ ମଧ୍ୟରେ ପ୍ରାୟ ୪୭ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି, ଯାହା ଆଧିକାରୀକ ଭାବରେ ଦିଆଯାଇଥିବା ଆକଳନଠାରୁ ୧୦ ଗୁଣ ଅଧିକ ।

ଦେଶର ଶୀର୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ WHO ତରଫରୁ କୋରୋନା କିମ୍ୱା ଏହାର ପ୍ରଭାବ ଯୋଗୁଁ ଭାରତରେ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁର ଆକଳନ କରିବା ପାଇଁ ବ୍ୟବହୃତ 'ମଡେଲିଂ' ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ସେମାନେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (WHO) ଦ୍ୱାରା ଆପଣାଇଯାଇଥିବା ଦୃଷ୍ଟିକୋଣକୁ ନେଇ ନିରାଶ ହୋଇଛନ୍ତି, ଯାହାକି ସମସ୍ତଙ୍କ ପାଇଁ  ଗୋଟିଏ ନୀତି ଆପଣାଇ ସହିତ ସମାନ ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (Indian Council of Medical Research:ICMR) ର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପାଲ୍ ଏବଂ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ (AIIMS director Randeep Guleria) ଙ୍କ ସମେତ ଅନେକ ବିଶେଷଜ୍ଞ ଏହି ରିପୋର୍ଟକୁ ଅଗ୍ରହଣୀୟ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଭି.କେ ପାଲ୍ WHO ରିପୋର୍ଟକୁ ଖାରଜ କରି କହିଛନ୍ତି ଯେ ଭାରତ ଦୁନିଆକୁ ଅତି ବିନମ୍ରତା ସହ ଓ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ତଥ୍ୟ ଏବଂ ତର୍କ ସଙ୍ଗତ ଯୁକ୍ତି ସହିତ ସ୍ପଷ୍ଟ ଭାବେ କହିଛି ଯେ ସେ ନିଜ ଦେଶ ପାଇଁ ଆପଣା ଯାଇଥିବା ପଦ୍ଧତି ସହ ସହମତ ନୁହେଁ ।

NITI ଆୟୋଗ ସଦସ୍ୟ କହିଛନ୍ତି ଯେ, " ଯେତେବେଳେ ବର୍ତ୍ତମାନ ସମସ୍ତ କାରଣରୁ ଅଧିକ ମୃତ୍ୟୁର ପ୍ରକୃତ ସଂଖ୍ୟା ଉପଲବ୍ଧ ଅଛି, କେବଳ ମଡେଲିଂ ଭିତ୍ତିକ ଆକଳନ ବ୍ୟବହାର କରିବାର କୌଣସି ଯଥାର୍ଥତା ନାହିଁ । ଦୁର୍ଭାଗ୍ୟବଶତଃ ଆମର ବାରମ୍ବାର ଲେଖିବା ଓ ମନ୍ତ୍ରୀ ସ୍ତରୀୟ ବାର୍ତ୍ତାଳାପ ସତ୍ତ୍ୱେ ସେମାନେ ମଡେଲିଂ ଏବଂ ଅନୁମାନ ଉପରେ ଆଧାର କରି ସଂଖ୍ୟା ବ୍ୟବହାର କରିବାକୁ ବାଛିଛନ୍ତି । ଭାରତ ପରି ବଡ଼ ଆକାରର ଦେଶ ପାଇଁ ଏହି ଧାରଣାଗୁଡ଼ିକ ବ୍ୟବହାର କରାଯିବା ଓ ଆମକୁ ଖରାପ ଭାବେ ଉପସ୍ଥାପନା କରିବା ଉଚିତ ନୁହେଁ ।"

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ଏଣିକି ପରିବାରକୁ ମିଳିବ ୧.୨୫ ଲକ୍ଷ ଟଙ୍କା

ଏହା ବି ପଢ଼ନ୍ତୁ:-ୟୁପି ଛାଡ଼ିବାକୁ ଧମକ ଦେଇଥିବା ମୁନାୱାର ରାଣାଙ୍କ ହୃଦୟର ପରିବର୍ତ୍ତନ! ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସାରେ ଲେଖିଲେ ଶାୟରୀ

ଏହା ବି ପଢ଼ନ୍ତୁ:-କିଏ ସେ ବୁଲବୁଲ ସାହା, ଯିଏ ୨୮ ବର୍ଷ ବଡ଼ ପୂର୍ବତନ କ୍ରିକେଟର ଅରୁଣ ଲାଲଙ୍କୁ କଲେ ବିବାହ

 

 

ନ୍ୟାସନାଲ ଟିକାକରଣ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (NTAGI) ର ଅଧ୍ୟକ୍ଷ ଏନକେ ଆରୋରା ଏହି ରିପୋର୍ଟକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଓ ଅନେକ ବିକଶିତ ଦେଶ ତୁଳନାରେ ଭାରତରେ ମୃତ୍ୟୁ ହାର (ପ୍ରତି ୧୦ ଲକ୍ଷ) କମ୍ ରହିଛି । ବଳରାମ ଭାର୍ଗବ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ କୋଭିଡ ମୃତ୍ୟୁ ଘଟିଥିଲା, ସେତେବେଳେ ଆମର ମୃତ୍ୟୁର ସଂଜ୍ଞା ନଥିଲା । ଏପରିକି WHO ପାଖରେ ଏ ବିଷୟରେ କୌଣସି ସଂଜ୍ଞା ନଥିଲା । ସେପଟେ ରଣଦୀପ ଗୁଲେରିଆ ମଧ୍ୟ ଏହି ରିପୋର୍ଟକୁ ନେଇ ଆପତ୍ତି କରିଛନ୍ତି ।