କୋରୋନା ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ କଡ଼ା ଚେତାବନୀ ଜାରି କଲା WHO
Advertisement
Article Detail0/zeeodisha/odisha1124919

କୋରୋନା ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ କଡ଼ା ଚେତାବନୀ ଜାରି କଲା WHO

WHO warns on Omicron+Delta Recombinant Virus: WHO ରେ କୋଭିଡ ବୈଷୟିକ ଦଳର ନେତୃତ୍ୱ ନେଉଥିବା ମାରିଆ ଭାନ କିର୍କୋଭ (Maria van Kirkhove) ଏକ ଟ୍ୱିଟରେ କହିଛନ୍ତି ଯେ ଏହା ପୂର୍ବରୁ ଆଶା କରାଯାଉଥିଲା, ବିଶେଷକରି ଏହି ଦୁଇଟି ଭାରିଆଣ୍ଟ ଅତି ଦ୍ରୁତ ଗତିରେ ବ୍ୟାପିଛି । ସେ କହିଛନ୍ତି ଯେ WHO ଏହି ମାମଲାରେ ନଜର ରଖିଛି ଓ ଏ ବାବଦରେ ଅଧ୍ୟୟନ ଚାଲିଛି ।

କୋରୋନା ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ କଡ଼ା ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ: WHO warns on Omicron+Delta Recombinant Virus: କୋରୋନା ଭୂତାଣୁର ଏକ ନୂଆ ଲହର (Coronavirus Wave) ଶେଷ ନ ହେବା ପୂର୍ବରୁ ଆଉ ଏକ ନୂଆ ମ୍ୟୁଟେଶନ (Mutation) ଆସିଯାଇଥାଏ । ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization:WHO) ର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ କୋରୋନା ଭାଇରସ (COVID-19) ର ଏକ ନୂତନ ପରିବର୍ତ୍ତନ ବା ମ୍ୟୁଟେଶନ ଆତଙ୍କ ସୃଷ୍ଟି କରିପାରେ । ଏହି ନୂତନ ଭାରିଆଣ୍ଟ (New COVID19 Variant) ଡେଲ୍ଟା (Delta) ଓ ଓମିକ୍ରନ୍ (Omicron) ରୁ ମିଶି ସୃଷ୍ଟି ହୋଇଛି । WHO କହିଛି ଯେ ଏହି ନୂତନ କମ୍ପିନେଶନ ଭୂତାଣୁ ବିଷୟରେ ପୂର୍ବରୁ ଆଶଙ୍କା ରହିଥିଲା ​​କାରଣ ଉଭୟେ ବହୁତ ଶୀଘ୍ର ବିସ୍ତାର କରୁଥିଲେ ।

ନୂତନ ଭୂତାଣୁ ଉପରେ ଏହି ଅଧ୍ୟୟନ ଫ୍ରାନ୍ସ (French) ର ଏକ ସଂସ୍ଥା ପେଷ୍ଟର୍ ଇନଷ୍ଟିଚ୍ୟୁଟ୍ (Pasteur Institute) ଦ୍ୱାରା କରାଯାଇଛି । ଏଥିରେ ଡେଲଟା (Delta) ଓ ଓମିକ୍ରନ୍ (Omicron) ମିଶ୍ରଣ କରୁଥିବା ଭୂତାଣୁକୁ ନେଇ ଠୋସ୍ ପ୍ରମାଣ ମିଳିଛି । ଅଧ୍ୟୟନ ଅନୁଯାୟୀ, ଫ୍ରାନ୍ସର ଅନେକ ଅଞ୍ଚଳରୁ ନୂତନ କମ୍ପିନେଶନ ଭୂତାଣୁ ଚିହ୍ନଟ ହୋଇଛି । ଜାନୁଆରୀ ୨୦୨୨ ଠାରୁ ଏହି ନୂତନ ଭୂତାଣୁ ବିସ୍ତାର ହୋଇଆସୁଛି ।

ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଡେନମାର୍କ ଓ ନେଦରଲ୍ୟାଣ୍ଡରେ ସମାନ ଜିନୋମ ଓ ପ୍ରୋଫାଇଲର ଭୂତାଣୁ ମଧ୍ୟ ଦେଖିବାକୁ ମିଳିଛି । ଅଧ୍ୟୟନରେ କୁହାଯାଇଛି ଯେ ଏହି ମାମଲାରେ ଅନୁସନ୍ଧାନ ଓ ବିଶ୍ଳେଷଣ କରିବାର ଆବଶ୍ୟକତା ରହିଛି କି ଏହି ସମସ୍ତ ନୂତନ କମ୍ପିନେଶନ ଭୂତାଣୁ ଗୋଟିଏ ହିଁ ମ୍ୟୁଟେଶନରୁ ଉତ୍ପନ୍ନ ହୋଇଛି ନା ଏହିପରି ରିକମ୍ପିନେଶନରେ ଅନେକ ମାମଲା  ମାମଲା ରହିଛି ।

WHO ରେ କୋଭିଡ ବୈଷୟିକ ଦଳର ନେତୃତ୍ୱ ନେଉଥିବା ମାରିଆ ଭାନ କିର୍କୋଭ (Maria van Kirkhove) ଏକ ଟ୍ୱିଟରେ କହିଛନ୍ତି ଯେ ଏହା ପୂର୍ବରୁ ଆଶା କରାଯାଉଥିଲା, ବିଶେଷକରି ଏହି ଦୁଇଟି ଭାରିଆଣ୍ଟ ଅତି ଦ୍ରୁତ ଗତିରେ ବ୍ୟାପିଛି । ସେ କହିଛନ୍ତି ଯେ WHO ଏହି ମାମଲାରେ ନଜର ରଖିଛି ଓ ଏ ବାବଦରେ ଅଧ୍ୟୟନ ଚାଲିଛି ।

ଏହା ବି ପଢ଼ନ୍ତୁ:-ବର୍ଷର ପ୍ରଥମ 'ସୂର୍ଯ୍ୟ ପରାଗ' ଚମକାଇବ ଏହି ୪ଟି ରାଶିର ଭାଗ୍ୟ! ଜାଣି ନିଅନ୍ତୁ ତାରିଖ

ଏହା ବି ପଢ଼ନ୍ତୁ:-ପୁଣି ଫେରୁଛି କୋରୋନା! ଏହି ଦେଶର ୩ କୋଟି ଲୋକଙ୍କୁ କରାଯାଇଛି ଗୃହବନ୍ଦୀ

ଏହା ବି ପଢ଼ନ୍ତୁ:-ଖୁସି ଖବର! ଗାଡ଼ି ଚାଳକଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଗଡକରୀ ଦେଲେ ଏହି ବଡ଼ ସୂଚନା

ଅବଶ୍ୟ, ଯେତେବେଳେ ପ୍ରାରମ୍ଭରେ ଲୋକମାନେ ଡେଲଟା ଓ ଓମିକ୍ରନ୍ ଭାରିଆଣ୍ଟର ଏକ ମିଶ୍ରିତ ଭାରିଆଣ୍ଟକୁ ନେଇ ଆଶଙ୍କା କରୁଥିଲେ ଓ ଏହାକୁ ଡେଲଟାକ୍ରୋନ୍ (Deltacron) ବୋଲି କହିଥିଲେ, ସେତେବେଳେ WHO କହିଥିଲା ଯେ ଡେଲଟା ଓ ଓମିକ୍ରନ୍ କମ୍ପିନେଶନ ଭଳି କିଛି ନାହିଁ । ଅବଶ୍ୟ, ମାରିଆ ପରେ ସ୍ପଷ୍ଟ କରିଛନ୍ତି ଯେ ଜଣେ ବ୍ୟକ୍ତି ଏକ ସମୟରେ ଦୁଇଟି ଅଲଗା ଅଲଗା ଭାରିଆଣ୍ଟରେ ସଂକ୍ରମିତ ହୋଇପାରନ୍ତି ।