Mahua Moitra: ଆଜି ଆସିବ ରିପୋର୍ଟ, ତୃଣମୂଳ ସାଂସଦ ମହୂଆଙ୍କୁ ବହିଷ୍କାର ସୁପାରିସ କରିପାରେ ସଦାଚାର କମିଟି
Advertisement
Article Detail0/zeeodisha/odisha1951289

Mahua Moitra: ଆଜି ଆସିବ ରିପୋର୍ଟ, ତୃଣମୂଳ ସାଂସଦ ମହୂଆଙ୍କୁ ବହିଷ୍କାର ସୁପାରିସ କରିପାରେ ସଦାଚାର କମିଟି

Mahua Moitra  : ତୃଣମୂଳ ସାଂସଦ ମହୂଆ ମୈତ୍ରଙ୍କୁ (Mahua Moitra,Member of the Lok Sabha) ଲୋକସଭାରୁ ବହିଷ୍କାର ପାଇଁ ଆଜି ସୁପାରିସ୍‍ କରିପାରେ ସଦାଚାର କମିଟି।  ପ୍ରଶ୍ନ ପାଇଁ ଲାଞ୍ଚ ଘଟଣାରେ ଏହି ନିଷ୍ପତ୍ତି ନେଇ ପାରନ୍ତି କମିଟି। ଲୋକସଭାର(Lok Sabha) ସଦାଚାର କମିଟି  ଏ ପ୍ରସଙ୍ଗରେ ଆଜି ବୈଠକ ଡକାଇଛନ୍ତି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Mahua Moitra (ଭୁବନେଶ୍ୱର) : ତୃଣମୂଳ ସାଂସଦ ମହୂଆ ମୈତ୍ରଙ୍କୁ (Mahua Moitra,Member of the Lok Sabha) ଲୋକସଭାରୁ ବହିଷ୍କାର ପାଇଁ ଆଜି ସୁପାରିସ୍‍ କରିପାରେ ସଦାଚାର କମିଟି।  ପ୍ରଶ୍ନ ପାଇଁ ଲାଞ୍ଚ ଘଟଣାରେ ଏହି ନିଷ୍ପତ୍ତି ନେଇ ପାରନ୍ତି କମିଟି। ବିଦେଶରୁ ତାଙ୍କ ସଂସଦୀୟ ପୋର୍ଟାଲ୍‍ ଆଇଡି ବ୍ୟବହାର କରି ଅନ୍ୟ ଜଣଙ୍କ ଦ୍ୱାରା ପ୍ରଶ୍ନ ପଚରାଯିବା ପ୍ରସଙ୍ଗର ତଦନ୍ତ କରିଥିବା ସଦାଚାର କମିଟି ଏହି ନିଷ୍ପତ୍ତି ଉପରେ ଆଜି ମୋହର ଲଗାଇପାରନ୍ତି। କମିଟିର ସଦସ୍ୟଙ୍କୁ ପ୍ରଦାନ କରାଯାଇଥିବା ୫୦୦ ପୃଷ୍ଠାର ରିପୋର୍ଟରେ ଏ ବିଷୟ ଉଲ୍ଲେଖ ରହିଛି।  ଲୋକସଭାର(Lok Sabha) ସଦାଚାର କମିଟି  ଏ ପ୍ରସଙ୍ଗରେ ଆଜି ବୈଠକ ଡକାଇଛନ୍ତି। 

ଯଦି ମହୂଆଙ୍କୁ (tmc mp mahua moitra) ବହିଷ୍କାର ବା ଅଯୋଗ୍ୟ ଘୋଷଣା ପାଇଁ କମିଟି ସୁପାରିସ କରନ୍ତି ତାହା ସଂସଦରେ ପ୍ରମୁଖ ଆଲୋଚନାର ବିଷୟ ହେବ। ବିରୋଧୀ ଦଳ ଏହାକୁ କେନ୍ଦ୍ର କରି ଗୃହ ଭିତରେ ହଙ୍ଗାମା କରିପାରନ୍ତି। ଆସନ୍ତାଶୀତ ଅଧିବେଶନରେ ଏ ବାବଦରେ ଆଲୋଚନା ହୋଇ ଭୋଟ୍‍ ଗ୍ରହଣ କରାଯାଇପାରେ। ବୁଧବାର ରାତିରେ ଏହି ୫୦୦ ପୃଷ୍ଠାର ରିପୋର୍ଟକୁ କମିଟି ସଦସ୍ୟଙ୍କୁ ପ୍ରଦାନ କରାଯାଇଛି। ଜଣେ ପ୍ରମୁଖ ବ୍ୟବସାୟୀଙ୍କୁ ନିଜର ସଂସଦୀୟ ପୋର୍ଟାଲ୍‍ ଆଇଡି ପ୍ରଦାନ କରିବା, ତାଙ୍କ ପକ୍ଷରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପ୍ରଶ୍ନ ପଚାରିବାକୁ ସୁଯୋଗ ଦେବା ଆଦି ପ୍ରସଙ୍ଗ ସଂସଦୀୟ ପରମ୍ପରା, ଆଚରଣର ଉଲ୍ଲଂଘନ କରୁଛି। ଏହା ଜାତୀୟ ସୁରକ୍ଷା ପ୍ରତି ବି ଆଞ୍ଚ ଆଣୁଛି ବୋଲି ମଧ୍ୟ କମିଟି ଉଲ୍ଲଖ କରିଛି। 

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗକୁ ଆଧାର କରି ସଦାଚାର କମିଟି ତଦନ୍ତ ଆରମ୍ଭ କରିଥିଲା। କମିଟି ଆଗରେ ଉପସ୍ଥିତ ରହି ମହୂଆ ନିଜର ବକ୍ତବ୍ୟ ରଖିବା ସହ କମିଟି ଏଣୁ ତେଣୁ ପ୍ରଶ୍ନ ପଚାରୁଥିବା ଅଭିଯୋଗ କରି ଅଧାରୁ ଉଠି ଚାଲି ଆସିଥିଲେ। ଏହାକୁ ନେଇ କମିଟି ଅଧ୍ୟକ୍ଷ କ୍ଷୁବ୍ଧ ହୋଇଥିଲେ।  ଶ୍ରୀ ଦୁବେ କହିଥିଲେ, ମହୂଆ ଭାରତ ବାହାରେ ରହୁଥିବା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଦ୍ୱାରା ବିଦେଶରୁ ପ୍ରଶ୍ନ ଖଞ୍ଜୁଥିଲେ। ଏସବୁ ପ୍ରଶ୍ନ ଆଦାନୀ ଗ୍ରୁପ୍‍ ବିରୁଦ୍ଧରେ ଥିଲା। ପ୍ରତିବଦଳରେ ମହୂଆ ତାଙ୍କଠାରୁ ଉପହାର ଗ୍ରହଣ କରିଥିବା ନେଇ ଦୁବେ ଅଭିଯୋଗ କରିଥିଲେ।