LIC ପଲିସି ବଦଳରେ ସହଜରେ ନେଇପାରିବେ ଶସ୍ତା ଋଣ, ଏହା ହେଉଛି ଉପାୟ
Advertisement

LIC ପଲିସି ବଦଳରେ ସହଜରେ ନେଇପାରିବେ ଶସ୍ତା ଋଣ, ଏହା ହେଉଛି ଉପାୟ

ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଏହାର ଅନେକ ବୀମା ପଲିସି ବଦଳରେ ବ୍ୟକ୍ତିଗତ ଋଣ ପ୍ରଦାନ କରେ ।

LIC ପଲିସି ବଦଳରେ ସହଜରେ ନେଇପାରିବେ ଶସ୍ତା ଋଣ, ଏହା ହେଉଛି ଉପାୟ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC) ବିଗତ ଅନେକ ଦଶନ୍ଧି ଧରି ସାଧାରଣ ଲୋକଙ୍କ ପାଇଁ କଠିନ ସମୟର ସାଥୀ ହୋଇଆସୁଛି । କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ ଯେ LIC ପଲିସି କେବଳ ଆପଣଙ୍କ ଜୀବନ ପରେ ନୁହେଁ ବରଂ ଆପଣଙ୍କ ଜୀବିତି ଅବସ୍ଥାରେ ମଧ୍ୟ କାମରେ ଆସିଥାଏ । ଆଜ୍ଞା ହଁ, LIC ମଧ୍ୟ ଏହାର ପଲିସି ବଦଳରେ ଅତି ସହଜରେ ଏବଂ ବହୁତ କମ୍ ସୁଧରେ ଋଣ ଦେଇଥାଏ । ଏହା ସହିତ ଋଣ ପରିଶୋଧ କରିବା ପାଇଁ ଅନେକ ବିକଳ୍ପ ମଧ୍ୟ ପ୍ରଦାନ କରେ ।

ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଏହାର ଅନେକ ବୀମା ପଲିସି ବଦଳରେ ବ୍ୟକ୍ତିଗତ ଋଣ ପ୍ରଦାନ କରେ । LIC ଏହି ଋଣ କିଛି ଜରୁରୀ ଖର୍ଚ୍ଚ ଯେପରି ଯାତ୍ରା, ଅସୁସ୍ଥତା ପାଇଁ ଚିକିତ୍ସା, ଉଚ୍ଚଶିକ୍ଷା, ବିବାହ, ଘର ମରାମତି ଇତ୍ୟାଦି ପାଇଁ ପ୍ରଦାନ କରେ । ଏହି ଋଣ ବଦଳରେ LIC ଆପଣଙ୍କର ପଲିସି ଡକ୍ୟୁମେଣ୍ଟ୍ ଜମା କରିନେଇଥାଏ । ଏହି କ୍ଷେତ୍ରରେ ଏହା ଏକ ସୁରକ୍ଷିତ ଋଣ ଅଟେ । ଯେଉଁଥିପାଇଁ ଆପଣ ବଜାର ହାରଠାରୁ କମ୍ ସୁଧ ହାରରେ ଋଣ ପାଇପାରିବେ । ଯଦି ଆବେଦନକାରୀ ଋଣ ପରିଶୋଧ କରିବାରେ ଅସମର୍ଥ, ତେବେ ବୀମା ପଲିସିର ପରିପକ୍ୱତା ବା ମ୍ୟାଚ୍ୟୁରିଟି କିମ୍ବା କ୍ଲେମ୍ ରାଶିରୁ ଏହାର ପରିଶୋଧ କରିପାରିବେ ।

ଆପଣଙ୍କୁ କେତେ ମିଳିବ ଋଣ 

LIC ର ନିୟମ ଅନୁଯାୟୀ, ପଲିସି ଧାରକଙ୍କୁ ପଲିସିର ସରେଣ୍ଡ ମୂଲ୍ୟର ୯୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ଦେଇଥାଏ । କିଛି ପେଡ୍ ଅପ୍ ଯୋଜନା କ୍ଷେତ୍ରରେ, ଏହି ସୀମା ପଲିସି ସରେଣ୍ଡର ମୂଲ୍ୟର 85% ପର୍ଯ୍ୟନ୍ତ ହୋଇଥାଏ । ଉଭୟ କ୍ଷେତ୍ରରେ ଏହି ସରେଣ୍ଡ ମୂଲ୍ୟ ସୁରକ୍ଷା ଭାବରେ ବ୍ୟବହାର କରାଯାଇଥାଏ ।

କାହାକୁ ମିଳିଥାଏ ଋଣ 

ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଆବଶ୍ୟକ । ଆବେଦନକାରୀଙ୍କର ଏକ ବୈଧ LIC ପଲିସି ଥିବା ଆବଶ୍ୟକ । ଋଣ ପାଇବା ପାଇଁ ବ୍ୟବହୃତ LIC ପଲିସି ସରେଣ୍ଡର ମୂଲ୍ୟର ଗ୍ୟାରେଣ୍ଟି ଦିଆଯାଇଥିବ ଅର୍ଥାତ ଟର୍ମ ପଲିସି ଉପରେ ଏହି ସୁବିଧା ମିଳିବ ନାହିଁ । ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ LIC ପ୍ରିମିୟମଗୁଡିକ ସମ୍ପୂର୍ଣ୍ଣ ରୂପେ ପୈଠ ହେବା ଆବଶ୍ୟକ । 

LIC ପଲିସି ଉପରେ ଋଣ ପାଇଁ କିପରି କରିବେ ଆବେଦନ

ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ ମୋଡ୍ ମାଧ୍ୟମରେ LIC ପଲିସି ବଦଳରେ ଋଣ ପାଇଁ ଆବେଦନ କରିପାରିବେ । ଆପଣ LIC କାର୍ଯ୍ୟାଳୟ ଭିଜିଟ୍ କରନ୍ତୁ ଏବଂ ପ୍ରଯୁଜ୍ୟ KYC ଡକ୍ୟୁମେଣ୍ଟ ସହିତ ଋଣ ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ମୂଳ ପଲିସି ଦଲିଲ ସହିତ ଜମା କରନ୍ତୁ । ଯଦି ଆପଣ LIC ଇ-ସେବା ପାଇଁ ପଞ୍ଜୀକୃତ କରିଛନ୍ତି, ତେବେ ଆପଣ ଆପଣଙ୍କର ଅନଲାଇନ୍ ଆକାଉଣ୍ଟକୁ ଲଗ୍ଇନ୍ କରି ଏହି ପୋର୍ଟାଲରୁ ଆବେଦନ କରିପାରିବେ । ଆବେଦନପତ୍ର ଜମା କରିବା ସମୟରେ ଆପଣଙ୍କୁ ଆପଣଙ୍କର ଋଣ ଆବେଦନ କରିବା ପାଇଁ KYC ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ କିମ୍ବା ନିକଟସ୍ଥ LIC କାର୍ଯ୍ୟାଳୟକୁ ପଠାଇବାକୁ ପଡିପାରେ ।

ଅଧିକ ପଢ଼ନ୍ତୁ:-DA ୩୧ ପ୍ରତିଶତ ହେବା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଏସବୁ ଲାଭ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

ଅଧିକ ପଢ଼ନ୍ତୁ:-ତାଲିବାନ ସରକାରରେ ଫାଟ: ରାଷ୍ଟ୍ରପତି ଭବନରେ ଡେପୁଟି ପିଏମ ବରାଦର ଉପରେ ହେଲା ଲାତ ଓ ବିଧାର ବର୍ଷା! ବଢ଼ୁଛି ହକ୍କାନୀ ଗୋଷ୍ଠୀର ଦବଦବା

ଏହି ପଲିସିଗୁଡିକ ଉପରେ ମିଳେନାହିଁ ଋଣ 

କେବଳ ଏଣ୍ଡୋମେଣ୍ଟ ପ୍ଲାନ, ଇନକମ ପ୍ଲାନ ଏବଂ ୟୁନିଟ୍ ଲିଙ୍କଡ୍ ପ୍ଲାନରେ ଋଣ ମିଳିଥାଏ । ଯାହାର ସରେଣ୍ଡର ମୂଲ୍ୟ ଅଛି । ଟର୍ମ ପ୍ଲାନରେ ଏହା ମିଳି ନଥାଏ । ଉଦାହରଣ ସ୍ୱରୂପ, ଏହି ଋଣ LIC ର ନ୍ୟୁ ଜୀବନ ଆନନ୍ଦ, ଜୀବନ ରକ୍ଷକ, ଜୀବନ ଲକ୍ଷ୍ମୀ, ଜୀବନ ପ୍ରଗତି, ଜୀବନ ଲାଭ ଇତ୍ୟାଦି ଯୋଜନାରେ ଉପଲବ୍ଧ ରହିଛି ।

ଏହା ହେଉଛି ଋଣ ଅବଧି

ଋଣର ସର୍ବନିମ୍ନ ଅବଧି ୬ ମାସ, କିନ୍ତୁ ଏହା ପୂର୍ଣ୍ଣ ପରିପକ୍ୱତା ଅବଧି ପର୍ଯ୍ୟନ୍ତ ପରିଶୋଧ କରାଯାଇପାରିବ । କେବଳ ଏତିକି ନୁହେଁ, LIC ମଧ୍ୟ ଏହି ସୁବିଧା ଦେଇଥାଏ ଯେ ଆପଣ କେବଳ ସୁଧ ଦେବା ଜାରି ରଖିପାରିବେ ଏବଂ ପରେ ପରିପକ୍ୱତା ରାଶିରୁ ମୂଳ ରାଶି କାଟି ଦିଆଯାଏ ।

LIC ପଲିସି ବଦଳରେ ଋଣର ସୁଧ ହାର 

ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ରୁ ଋଣ ନେବା ଉପରେ ସୁଧ ହାର କମ୍ ହୋଇଥାଏ । ବର୍ତ୍ତମାନ ସମୟରେ ଅନ୍ୟ ବ୍ୟାଙ୍କଗୁଡିକରେ ବ୍ୟକ୍ତିଗତ ଋଣ ହାର ୧୮ ପ୍ରତିଶତରୁ ଅଧିକ ହୋଇଥିବାବେଳେ LIC ଏଥିପାଇଁ ୧୦.୫ ପ୍ରତିଶତ ସୁଧ ଆଦାୟ କରୁଛି, ଯାହା ବଜାରରେ ସର୍ବନିମ୍ନ ଅଟେ ।

ଅଧିକ ପଢ଼ନ୍ତୁ:-କିସମିସରେ ଲୁଚି ରହିଛି ପୁରୁଷଙ୍କ ସ୍ୱାସ୍ଥ୍ୟର ରହସ୍ୟ: ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ଆଖି ବୁଜିଲେ ୨୫୬ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍