ସେ ଆଗକୁ ଏହି ଚିଠିରେ ଲେଖିଛନ୍ତି ଯେ, MGNREGA ଅଧୀନରେ ଜବକାର୍ଡଧାରୀ ଶ୍ରମିକଙ୍କୁ ପ୍ରାପ୍ୟ ଠିକ୍ ସମୟରେ ପ୍ରଦାନ କରାଯିବା କଥା ।
Trending Photos
ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGA) ର ବକେୟା ଅର୍ଥ ମାଗିଲେ ରାଜ୍ୟ ସରକାର । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) । ରାଜ୍ୟ ସରକାରଙ୍କ ତରଫରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGA) ରେ ୧୦୮୮.୭୨କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଏହି ଅର୍ଥ ମିଳିନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ପିଏମଙ୍କୁ ଚିଠି ଲେଖି କହିଛନ୍ତି ଯେ, ଏହି ମହାମାରୀ ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳର ଅର୍ଥନୈତିକ ପୁନର୍ଜୀବନ ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିଥିବାରୁ ମୁଁ କୃତଜ୍ଞତା ଜଣାଇ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହେଁ ଯେ, ଓଡିଶାର ୧୦୮୮.୭୨ କୋଟି ଟଙ୍କାର ବକେୟା ଅଛି (ବେତନ ଉପାଦାନ ଭାବରେ ୩୭୭.୯୧ କୋଟି ଓ ୭୧୦.୮୧ କୋଟି ଟଙ୍କା ବସ୍ତୁ ଉପାଦାନ ଭାବରେ) ।
ସେ ଆଗକୁ ଏହି ଚିଠିରେ ଲେଖିଛନ୍ତି ଯେ, MGNREGA ଅଧୀନରେ ଜବକାର୍ଡଧାରୀ ଶ୍ରମିକଙ୍କୁ ପ୍ରାପ୍ୟ ଠିକ୍ ସମୟରେ ପ୍ରଦାନ କରାଯିବା କଥା । ଏହି ପରିପ୍ରେକ୍ଷୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଅନୁଦାନ ବିଳମ୍ବ ଯୋଜନାର ରୂପରେଖରେ ଅନ୍ତରାୟ ସୃଷ୍ଟି କରୁଛି । ତେଣୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ କିଭଳି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦେୟ ଦେବ ସେଦିଗରେ ଆବଶ୍ୟକ ପରାମର୍ଶ ଦେବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ ଆହୁରି ମଧ୍ୟ ଏହି ଚିଠିରେ ଲେଖିଛନ୍ତି ଯେ କୋରୋନା ମହାମାରୀ ସମୟରେ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ବିଭିନ୍ନ ରାଜ୍ୟରୁ ଫେରିଥିବା ପ୍ରବାସୀମାନେ ଏବେ ଫେରି ପାରୁନାହାନ୍ତି । ଗ୍ରାମାଞ୍ଚଳସ୍ତରରେ MGNREGA ରେ ଅଧିକ କାର୍ଯ୍ୟର ଚାହିଦା ରହିଛି । ତେଣୁ ରାଜ୍ୟ ସରକାରଙ୍କ ତରଫରୁ ଶ୍ରମ ବଜେଟ ୨୦୨୧-୨୨ ପାଇଁ MGNREGA ବାବଦକୁ ୨୫ କୋଟି ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ ରହିଛି ।
ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍: ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୪୪୩
ଏହା ବି ପଢ଼ନ୍ତୁ:-COP26: ଜଳବାୟୁ ପରିବର୍ତ୍ତନକୁ ନେଇ ପିଏମ ମୋଦିଙ୍କ ୮ଟି ବଡ଼ ଘୋଷଣା, ପଢ଼ନ୍ତୁ ସଂପୂର୍ଣ୍ଣ ରିପୋର୍ଟ
ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ସେମିଫାଇନାଲରେ ପହଞ୍ଚିବାରେ ଏହା ହେଉଛି ଗଣିତ
ଏହା ବି ପଢ଼ନ୍ତୁ:-ଅନିଲ ଦେଶମୁଖ କିଏ? କାହିଁକି ତାଙ୍କୁ ଗିରଫ କଲା ED, ଗୋଟିଏ କ୍ଲିକରେ ଜାଣନ୍ତୁ ସବୁକିଛି