ଭତ୍ତା ପାଇଁ ହଟହଟା : ସରକାରଙ୍କ ଅଣଦେଖାର ଶିକାର ବିଧବା, ବୃଦ୍ଧା
Advertisement
Article Detail0/zeeodisha/odisha1277787

ଭତ୍ତା ପାଇଁ ହଟହଟା : ସରକାରଙ୍କ ଅଣଦେଖାର ଶିକାର ବିଧବା, ବୃଦ୍ଧା

୧୦ବର୍ଷ ହେବ ଭତ୍ତା ପାଇଁ ଆବେଦନ କରିଆସୁଥି ଭିନ୍ନକ୍ଷମ , ୩୦ ବର୍ଷ ପୂର୍ବରୁ ବିଧବା ହୋଇଥିବା ମହିଳା ଓ ଅନେକ ଯୋଗ୍ଯ ହିତାଧିକାରୀ ବୃଦ୍ଧବୃଦ୍ଧାଙ୍କୁ ମିଳୁନି ଭତ୍ତା ।

ଭତ୍ତା ପାଇଁ ହଟହଟା : ସରକାରଙ୍କ ଅଣଦେଖାର ଶିକାର ବିଧବା, ବୃଦ୍ଧା

Government Ignorance: କେନ୍ଦୁଝର: ଆର୍ଥିକ ସ୍ତରରେ ଅନଗ୍ରସର ବୃଦ୍ଧ ବୃଦ୍ଧା , ଭିନ୍ନକ୍ଷମ (Physical Handicape) ଓ ବିଧବା ମହିଳାଙ୍କ (Widow) ସାମାଜିକ ସୁରକ୍ଷା (Social Saftey)ରେ ଅଭିବୃଦ୍ଧି ଲକ୍ଷରେ ସରକାର ଆର୍ଥିକ ସହାୟତା (Government Financial Support) ସ୍ବରୁପ ଭିନ୍ନ ଭିନ୍ନ ଯୋଜନା ମାଧ୍ଯମରେ ଭତ୍ତା (Pension) ପ୍ରଦାନ କରିଥାନ୍ତି । ମହତ୍ ଉଦେଶ୍ଯରଖି ଲୋକ ଙ୍କ ପାଇଁ ସରକାରୀ ସ୍ତରରେ ହୋଇଥିବା ଏହି ଯୋଜନା ତୃଣମୁଳ ସ୍ତରରେ ବାଟବଣା ହେଉଥିବା ପରି ମନେହେଉଛି । ୧୦ବର୍ଷ ହେବ ଭତ୍ତା ପାଇଁ ଆବେଦନ କରିଆସୁଥି ଭିନ୍ନକ୍ଷମ , ୩୦ ବର୍ଷ ପୂର୍ବରୁ ବିଧବା ହୋଇଥିବା ମହିଳା ଓ ଅନେକ ଯୋଗ୍ଯ ହିତାଧିକାରୀ ବୃଦ୍ଧବୃଦ୍ଧାଙ୍କୁ ମିଳୁନି ଭତ୍ତା ।

ବୟସ ହୋଇଗଲାଣି, ସରକାରୀ ବାର୍ଧକ୍ଯ ଭତ୍ତା ଯୋଜନାରେ ସାମିଲ କରିବାକୁ କିଏ ଦୁଇଥର ଆବେଦନ କରିଛି ତ ଆଉ କିଏ ଚାରି ରୁ ପାଞ୍ଚଥର ଆବେଦନ କଲେଣି ହେଲେ ଭତ୍ତା ମିଳୁନି । ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅତା ଗ୍ରାମର ଏ ବୃଦ୍ଧ ଦମ୍ପତି ଗୋଲକ ବିହାରୀ ନାଥ ଓ ରେଣୁକା ଙ୍କ କଥା ଟିକେ ଶୁଣନ୍ତୁ , ଉଭୟ ଚାରିଥର ଲେଖାଏଁ ଭତ୍ତା ପାଇଁ ଆବେଦନ କଲେଣି ହେଲେ ଭତ୍ତା ମିଳୁନାହିଁ । ଏହାଉପରେ ଘରର ଏକ ମାତ୍ର ରୋଜଗାରିଆ ପୁଅ ପ୍ରାୟ ଦେଢ ମାସ ତଳେ ରୋଗରେ ପଡି ଚାଲିଗଲା ଆରପାରିକୁ, ଏବେ ବହୁ ଓ ନାତୀ କୁ ଧରି କେମିତି ଚଳିବେ ତାକୁ ନେଇ ଚିନ୍ତାରେ । 

ସେପଟେ ସମାନ ଅବସ୍ତା ଗାଁ ର ଜଣେ ଭିନ୍ନକ୍ଷମ ଙ୍କର , ଭିନ୍ନକ୍ଷମ ହୋଇ ୧୦ ବର୍ଷ ଧରି ନିଜର ଜୀବନ ଅତିବାହିତ କରୁଥିଲେ ମଧ୍ୟ ଯୋଜନା ଅପହଞ୍ଚ। ହେଲେ ଦିର୍ଘ ୧୦ ବର୍ଷ ହେବ ଭତ୍ତାପାଇଁ ବ୍ଲକ୍ କାର୍ଯ୍ଯାଳୟ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କୁ ଭେଟିଥିଲେ ମଧ୍ଯ ଏଯାଏଁ ଭତ୍ତା ମିଳିପାରିନାହିଁ। ଏହା ଉପରେ ସବୁଠାରୁ ଆଶ୍ଚର୍ଯ୍ଯ କଲା ଭଳି ଘଟଣା ଘଟିଛି ଗାଁ ର କଣ୍ଡେଇ ବେହେରାଙ୍କ କ୍ଷେତ୍ରରେ । ବୟସ ତାଙ୍କର ଏବେ ୭୦ ଛୁଇଁଥିବା ବେଳେ ଦିର୍ଘ ୩୦ ବର୍ଷ ତଳୁ ସେ ବିଧବା ହେଲେଣି , ଏହାରି ମଧ୍ଯରେ ଭତ୍ତା ପାଇଁ ସେ କାହିଁ ଯେ କେତେଥର ଆବେଦନ କଲେଣି ତାର ହିସାବ ନାହିଁ ।ହେଲେ ଏ ଯାଏଁ ତାଙ୍କର ମଧ୍ଯ ଭତ୍ତା ହୋଇପାରିନି ।

ଭାତ ହାଣ୍ଡି ରୁ କେତୋଟି ଚାଉଳ ପରି ଆମେ ଦେଖାଉଥିଲୁ ଏହି ତିନି ଯୋଗ୍ଯ ହିତାଧିକାରୀ ଙ୍କ କଥା । ଏମାନ ଙ୍କ ବାଦ୍ ଏମିତି ଅନେକ ବୃଦ୍ଧ ବୃଦ୍ଧା , ଦିବ୍ଯାଙ୍ଗ ଓ ବିଧବା ପଞ୍ଚାୟତ ରେ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି ତାହା ପୁଣି ବର୍ଷ ବର୍ଷ ଧରି ତେବେ କେଉଁଠି ରହୁଛି ତୃଟି , କାହାର ଅବହେଳା ଯୋଗୁଁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏମାନେ , ଏମାନଙ୍କୁ ଭତ୍ତା ପ୍ରଦାନରେ ଅବହେଳା ପଛରେ କିଛି ଉଦେଷ୍ଯ ନାହିଁ ତ ? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନା କୁ ଆସିଛି । ବାତୋ ପଞ୍ଚାୟତରେ ଭତ୍ତା କୁ ନେଇ ଲାଗିରହିବା ଦିର୍ଘଦିନର ଏଭଳି ସମସ୍ଯା ସମ୍ପର୍କରେ ଆମେ ଉପଜିଲ୍ଲାପାଳ ଙ୍କ ଦୃଷ୍ଟିକୁ ଆଣିବାପରେ କ୍ୟାମେରା ଆଗରେ କିଛି ନକହି ତଦନ୍ତ କରିତୁରନ୍ତ ଏହାର ସମାଧାନ ପାଇଁ ପ୍ରତିଶ୍ରୁତୀ ଦେଇଛନ୍ତି ।

ଲୋକଙ୍କ ହିତ କୁ ଦୃଷ୍ଟିରେ ରଖି ସରକାର କରିଛନ୍ତି ଯୋଜନା , ହେଲେ ପ୍ରକୃତପକ୍ଷେ ଏଠି ସରାକାରୀ ଯୋଜନା ହିତାଧିକାରୀ ଙ୍କ ଠାରୁ ଜୋଜନ ଦୂରେରେ । ଅତିଷ୍ଟ ହେଲେଣି ଲୋକେ , ତୁରନ୍ତ ଭତ୍ତା ପ୍ରଦାନ ନହେଲେ ଆନ୍ଦୋଳନ ର ମଧ୍ଯ ଚେତାବନି ଦେଲେଣି ।