ମୋଦିଙ୍କୁ ହନୁମାନଙ୍କ ସହ ତୁଳନା କଲେ ବ୍ରାଜିଲ ରାଷ୍ଟ୍ରପତି
Advertisement

ମୋଦିଙ୍କୁ ହନୁମାନଙ୍କ ସହ ତୁଳନା କଲେ ବ୍ରାଜିଲ ରାଷ୍ଟ୍ରପତି

କେବଳ ବ୍ରାଜିଲ କାହିଁକି, ଅନ୍ୟ ସମସ୍ତ ପଡ଼ୋଷୀ ଦେଶ ଏବଂ ବିଶ୍ୱର ଅନେକ ଦେଶକୁ ସହାୟତାର ହାତ ବଢ଼ାଇଛି ଭାରତ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ସଙ୍କଟ ସମୟରେ ସଙ୍କଟମୋଚକ ସାଜିଛି ଭାରତ । ଯେତେବେଳେ ସମଗ୍ର ବିଶ୍ୱରେ କୋରୋନା କାୟା ବିସ୍ତାର କରୁଛି, ଠିକ୍ ସେହି ସମୟରେ ଏହି ଭାଇରସକୁ ମାତ ଦେବା ପାଇଁ ବିଶ୍ୱର ଅନେକ ଦେଶକୁ ଭାରତ ଔଷଧ ଏବଂ ଅନ୍ୟନ୍ୟ ଚିକିତ୍ସା ଉପକରଣ ପଠାଉଛି । ଯେଉଁଥିପାଇଁ ତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ଦେଶ ପ୍ରଶଂସାରେ ପୋତି ପକାଉଛନ୍ତି । ଏବେ ସାମ୍ନାକୁ ଆସିଛି ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରେଙ୍କ ବୟାନ । ମୋଦିଙ୍କୁ ବଜରଙ୍ଗବାଲି ହନୁମାନଙ୍କ ସହ ସେ ତୁଳନା କରିଛନ୍ତି । 

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ବ୍ରାଜିଲ ରାଷ୍ଟ୍ରପତି କହିଛନ୍ତି, ଲକ୍ଷ୍ମଣଙ୍କ ପାଇଁ ଦିନେ ହନୁମାନ ହିମାଳୟ ପର୍ବତରୁ ସଞ୍ଜୀବନୀ ନେଇ ଯାଇଥିଲେ । ଯାହା ଆଜି ମୋଦି କରୁଛନ୍ତି । ଏଠାରେ ଆପଣଙ୍କୁ କହିରଖୁଛୁ, କୋରୋନା ମୁକାବିଲା ପାଇଁ ବ୍ରାଜିଲ ଭାରତକୁ ସାହାଯ୍ୟ ମାଗିଥିଲା । ତେବେ ଭାରତ ପକ୍ଷରୁ ମଧ୍ୟ ଡାକ୍ତରୀ ଉପକରଣ ଏବଂ ଜରୁରୀ ଔଷଧ ଯୋଗାଇ ଦିଆଯାଇଛି । ଭାରତର ଏପରି ସାହାଯ୍ୟକୁ ପ୍ରଶଂସା ନକରି ରହିପାରିନାହାଁନ୍ତି ବ୍ରାଜିଲ ରାଷ୍ଟ୍ରପତି । 

fallback

ତେବେ କେବଳ ବ୍ରାଜିଲ କାହିଁକି, ଅନ୍ୟ ସମସ୍ତ ପଡ଼ୋଷୀ ଦେଶ ଏବଂ ବିଶ୍ୱର ଅନେକ ଦେଶକୁ ସହାୟତାର ହାତ ବଢ଼ାଇଛି ଭାରତ । କୋରୋନା ମୁକାବିଲା ପାଇଁ ଔଷଧ ଏବଂ ଡାକ୍ତରୀ ଉଊପକରଣ ପଠାଉଛି । ଯାହାକୁ ନେଇ ବିଶ୍ୱର ଅନେକ ଦେଶର ମୁଖ୍ୟ ଭାରତକୁ ପ୍ରଶଂସା କରୁଛନ୍ତି । ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମଧ୍ୟ ଭାରତକୁ ପ୍ରଶଂସା କରିଥିଲେ । ଠିକ ସେହିପରି ଆଜି ମୋଦିଙ୍କୁ ମହାନ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।