ଫାଶୀ ପୂର୍ବରୁ ଶେଷ ଯାଏ କ'ଣ କ'ଣ ହୋଇଥାଏ, ଜାଣନ୍ତୁ ଜହ୍ଲାଦ ପବନଠୁ
Advertisement
Article Detail0/zeeodisha/odisha656273

ଫାଶୀ ପୂର୍ବରୁ ଶେଷ ଯାଏ କ'ଣ କ'ଣ ହୋଇଥାଏ, ଜାଣନ୍ତୁ ଜହ୍ଲାଦ ପବନଠୁ

ଫାଶୀ ଦେବାର ପ୍ରକ୍ରିୟା ଉପରେ ପବନ କହିଛନ୍ତି ଯେ ଫାଶୀର ଯେଉ ସମୟ ହୋଇଥାଏ, ଏହାର ୧୫ ମିନିଟ ପୂର୍ବରୁ ଫାଶୀ ଘରକୁ ଦୋଷୀଙ୍କୁ ଅଣାଯାଇଥାଏ । ଆମେ ସେହି ସମୟ ପାଇଁ ଅପେକ୍ଷା କରିଥାଉ । ଫାଶୀର ଆଗୁଆ ପ୍ରସ୍ତୁତି ପାଇଁ ଏକରୁ ଦେଢ଼ ଘଣ୍ଟାର ସମୟ ଲାଗିଥାଏ । ଦୋଷୀଙ୍କୁ ବ୍ୟାରକରୁ ଫାଶୀ ଘରୁ ଆଣିବା ପୂର୍ବରୁ ସେମାନଙ୍କ ହାତରେ ହ୍ୟାଣ୍ଡକପ ଲଗାଯାଇଥାଏ, ନ ହେଲେ ହାତକୁ ଦୌଡ଼ି ଦ୍ୱାରା ବନ୍ଧାଯାଇଥାଏ । ୨ ସିପାହୀ ଦୋଷୀଙ୍କୁ ଧରି ଫାଶୀ ଘରକୁ ଆଣନ୍ତି । 

 

ଫାଶୀ ପୂର୍ବରୁ ଶେଷ ଯାଏ କ'ଣ କ'ଣ ହୋଇଥାଏ, ଜାଣନ୍ତୁ ଜହ୍ଲାଦ ପବନଠୁ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଅନ୍ତିମ ସମୟ ଆସି ଯାଇଛି । ଆଉ କିଛି ଘଣ୍ଟାର ଅପେକ୍ଷା, ତା'ପରେ ଫାଶୀ ଖୁଣ୍ଟିରେ ଝୁଲିବ ୪ ନିର୍ଭୟା ଦୋଷୀ । ଏହି କାମକୁ ଅନ୍ତିମ ରୁପ ଦେବା ପାଇଁ ତିହାଡ଼ ଜେଲ ପହଞ୍ଚିଛନ୍ତି ପବନ ଜହ୍ଲାଦ । ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଦୋଷୀ ମୁକେଶଙ୍କ ଯାଚିକାକୁ ଖାରଜ କରିଦେଇଛନ୍ତି । ନିର୍ଭୟା ଦୋଷୀ ମୁକେଶ ଦିଲ୍ଲୀର ପଟିୟାଲା ହାଉସ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ନିଜ ଫାଶୀ ଉପରେ ରୋକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲା ।  ସେହିପରି ଦୋଷୀଙ୍କ ତରଫରୁ ସେମାନଙ୍କ ଫାଶୀ ଉପରେ ରୋକ ଲଗାଇବାର ଏକ ଯାଚିକା ପଟିୟାଲା ହାଉସ କୋର୍ଟରେ ମଧ୍ୟ ଦାଖଲ କରାଯାଇଥିଲା । ଯାହାକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛି ।

ପୂର୍ବରୁ ଇସାରାରେ କ'ଣ କଥା କୁହାଯାଇଥାଏ ଓ ଏହାପରେ ଫାଶୀର ଫନ୍ଦାରେ କିପରି ପହଞ୍ଚାଇ ଯାଇଥାଏ, ସେହି ବିଷୟରେ ପବନ ଜହ୍ଲାଦ କହିଛନ୍ତି । ପବନ କହିଛନ୍ତି ଯେ, ଫାଶୀର ଦିନ ଧାର୍ଯ୍ୟ ହେବା ପରେ ଆମକୁ ଜେଲରେ ଡକାଯାଇଥାଏ ।  ଦୋଷୀଙ୍କ ଗୋଡ଼ କିପରି ବନ୍ଧା ଯିବ ଓ ଦୌଡ଼ି କିପରି ବାନ୍ଧିବାକୁ ପଡ଼ିବ, ଫାଶୀ ପୂର୍ବରୁ ଏହି ସମସ୍ତ ପ୍ଲାନ କରାଯାଇଥାଏ ।

ଫାଶୀ ଦେବାର ପ୍ରକ୍ରିୟା ଉପରେ ପବନ କହିଛନ୍ତି ଯେ ଫାଶୀର ଯେଉ ସମୟ ହୋଇଥାଏ, ଏହାର ୧୫ ମିନିଟ ପୂର୍ବରୁ ଫାଶୀ ଘରକୁ ଦୋଷୀଙ୍କୁ ଅଣାଯାଇଥାଏ । ଆମେ ସେହି ସମୟ ପାଇଁ ଅପେକ୍ଷା କରିଥାଉ । ଫାଶୀର ଆଗୁଆ ପ୍ରସ୍ତୁତି ପାଇଁ ଏକରୁ ଦେଢ଼ ଘଣ୍ଟାର ସମୟ ଲାଗିଥାଏ । ଦୋଷୀଙ୍କୁ ବ୍ୟାରକରୁ ଫାଶୀ ଘରୁ ଆଣିବା ପୂର୍ବରୁ ସେମାନଙ୍କ ହାତରେ ହ୍ୟାଣ୍ଡକପ ଲଗାଯାଇଥାଏ, ନ ହେଲେ ହାତକୁ ଦୌଡ଼ି ଦ୍ୱାରା ବନ୍ଧାଯାଇଥାଏ । ୨ ସିପାହୀ ଦୋଷୀଙ୍କୁ ଧରି ଫାଶୀ ଘରକୁ ଆଣନ୍ତି । 

ପବନ ଆହୁରି କହିଛନ୍ତି ଯେ, ଫାଶୀ ଦେବା ସମୟରେ ୪-୫ରୁ ସିପାହୀ ଉପସ୍ଥିତ ରୁହନ୍ତି । ସେମାନେ ଦୋଷୀଙ୍କୁ ଫାଶୀ ଦେବା ସ୍ଥାନରେ ଛିଡ଼ା କରାନ୍ତି । ସେମାନେ ମଧ୍ୟ କିଛି କହନ୍ତିନି । କେବଳ ଇସାରାରେ କଥା ଚାଲିଥାଏ । ଏହାର ପୂର୍ବ ଦିନ ସମସ୍ତେ ମିଶି ଜେଲ ଅଧୀକ୍ଷକଙ୍କ ସହ ମିଶି ବୈଠକ କରନ୍ତି । ଫାଶୀ ଘରରେ ଜେଲ ଅଧୀକ୍ଷକ, ଡିପ୍ଟି ଜେଲର ଓ ଡାକ୍ତର ମଧ୍ୟ ଉପସ୍ଥିତ ରହିଥାଏ । ଫାଶୀ ଦେବା ସମୟରେ ସେଠାରେ ଉପସ୍ଥିତି ଲୋକ କିଛି କଥା ହୁଅନ୍ତିନି । ଏହା ପଛର କାରଣ ହେଉଛି ଦୋଷୀମାନେ ଡିଷ୍ଟର୍ବ ହୋଇପାରନ୍ତି ବା ଅନ୍ୟ କୌଣସି ଡ୍ରାମା କରିପାରନ୍ତି । ଏଥିପାଇଁ ସମସ୍ତଙ୍କୁ ସବୁ କିଛି ଜଣାଥାଏ କିନ୍ତୁ କେହିଁ କିଛି କୁହନ୍ତିନି ।

ଏପରି ହୋଇଥାଏ ଫାଶୀ

ଫାଶୀ ଦେବାକୁ ୧୦-୧୫ ମିନିଟ ଲାଗିଥାଏ । ଏହା ପୂର୍ବରୁ ଦୋଷୀଙ୍କ ହାତ ବାନ୍ଧି ଦିଆଯାଇଥାଏ । ପୁଣି ସେମାନଙ୍କ ଗୋଡ଼ ବନ୍ଧା ଯାଇଥାଏ । ମୁଣ୍ଡରେ ଟୋପି ପକାଇ ଦିଆଯାଇଥାଏ । ପରେ ବେକରେ ଫାଶୀର ଫନ୍ଦା ଲଗାଇବା ପାଇଁ କଏଦୀଙ୍କୁ ଚାରିପାଶ୍ୱରେ ବୁଲାଇବାକୁ ପଡ଼ିଥାଏ । ଯେପରି ସମସ୍ତ କାର୍ଯ୍ୟ ଶେଷ ହୋଇଯିବ, ଆମେ ଲିବର ନିକଟକୁ ପହଞ୍ଚିଥାଉ ଓ ଜେଲ ଅଧୀକ୍ଷକଙ୍କୁ ଆଙ୍ଗୁଠି ଦେଖାଇ ଇସାରା କରିଥାଉ ଯେ ଆମର କାମ ସରିଯାଇଛି । ଏହାପରେ ଇସାରା ହୋଇଥାଏ ଲିବର ଟାଣିବାର ବୋଲି ପବନ ଜହ୍ଲାଦ କହିଛନ୍ତି ।



ଏହା ବ୍ୟତୀତ କଏଦୀଙ୍କୁ ଯେଉଠି ଛିଡ଼ା କରାଯାଇଥାଏ, ସେଠାରେ ଗୋଲ ଚିହ୍ନ କରାଯାଇଥାଏ । ଏହା ନିଶ୍ଚିତ ହେବ ଯେ ସେହି ଗୋଲାକାର ଚିହ୍ନ ଭିତରେ କଏଦୀଙ୍କ ଗୋଡ଼ ରହିବ । ଜେଲ ଅଧୀକ୍ଷକ ରୁପାଲ ଦେଖାଇ ଇସାରା କରିଥାଏ । ସେତେବେଳେ ଆମେ ଲିବର ଟାଣିଥାଉ । କଏଦୀମାନେ ସିଧା କୂଅଁରେ ଟାଙ୍ଗି ହୋଇଯାଇଥାଏ । ୧୦-୫ ମିନିଟ ମଧ୍ୟରେ ସେମାନଙ୍କ ଶରୀର ଶାନ୍ତ ହୋଇଯାଇଥାଏ । ଏହାପରେ ଡାକ୍ତର କଏଦୀଙ୍କ ଶରୀର ପାଖକୁ ଯାଇ ସେମାନଙ୍କ ହାର୍ଟବିଟକୁ ଚେକ୍ କରନ୍ତି । ଏହି ସମୟରେ କଏଦୀଙ୍କ ଶରୀର ଥଣ୍ଡା ହୋଇସାରିଥାଏ । ଏହାପରେ ଡାକ୍ତର, ସିପାହୀଙ୍କୁ ଇସାରା କରିଥାଏ , ସେହି ସମୟରେ ଫନ୍ଦାରୁ କଏଦୀଙ୍କ ଶରୀରକୁ ତଳକୁ ଅଣାଯାଇଥାଏ । ସେଠାରେ ଥିବା ଚାଦର ଦେଇ ସେହି ଶରୀରକୁ ଘୋଡ଼େଇ ଦିଆଯାଏ । ଫନ୍ଦା ଓ ଦୌଡ଼ିକୁ ବାହାର କରି ଆମେ ଅନ୍ୟତ୍ର ରଖି ଦେଇଥାଉ ବୋଲି ପବନ ଜହ୍ଲାଦ କହିଛନ୍ତି ।