ବିସ୍ଫୋରକ ପାକିସ୍ତାନରୁ ଆସିଛି ବୋଲି ଏନଆଇଏର ପାଖରେ ପ୍ରମାଣ ରହିଛି । ଜୈଶ କମାଣ୍ଡରଙ୍କ କିଛି ଫୋନ୍ ନମ୍ବର ମଧ୍ୟ ମିଳିଛି । ଗୋଟିଏ ନାମ ଜୈଶର ଆତଙ୍କବାଦୀ ଓମାର ବୋଲି ଜଣାପଡିଛି ।
Trending Photos
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ CRPF ଉପରେ ଆତଙ୍କବାଦୀ ଆକ୍ରମଣ ମାମଲାରେ ନୂଆ ଖୁଲାସା ହୋଇଛି । ଏହି ଆକ୍ରମଣର ମାଷ୍ଟରମାଇଣ୍ଡ କାମରାନ ଛଦ୍ମନାମ ଗାଜି ରସିଦଙ୍କ ମୋବାଇଲରୁ କିଛି ସୂଚନା ମିଳିଛି । ଆକ୍ରମଣର ଚାରି ଦିନ ପରେ ଫେବୃଆରୀ ୧୮ରେ କାମରାନଙ୍କୁ ନିପାତ କରାଯାଇଥିଲା । କାମରାନଙ୍କ ମୋବାଇଲରେ କିଛି ଭିଡିଓ ଦେଖିବାକୁ ମିଳିଛି, ଯେଉଁଥିରେ RDX ବ୍ୟବହାର କରି କିପରି ବୋମା ତିଆରି କରାଯିବ ତାହା ବର୍ଣ୍ଣନା କରାଯାଇଛି ।
ବିସ୍ଫୋରକ ପାକିସ୍ତାନରୁ ଆସିଛି ବୋଲି ଏନଆଇଏର ପାଖରେ ପ୍ରମାଣ ରହିଛି । ଜୈଶ କମାଣ୍ଡରଙ୍କ କିଛି ଫୋନ୍ ନମ୍ବର ମଧ୍ୟ ମିଳିଛି । ଗୋଟିଏ ନାମ ଜୈଶର ଆତଙ୍କବାଦୀ ଓମାର ବୋଲି ଜଣାପଡିଛି । ଏନଆଇଏ ପୂର୍ବରୁ ମହମ୍ମଦ ଇଶଫାକ ଭଟଙ୍କୁ ଗିରଫ କରିଥିଲା, ତାଙ୍କ ଠାରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଗତ ବର୍ଷ ଫେବୃଆରୀ ୧୪ରେ ପୁଲୱାମାରେ ଏକ CRPF ବଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୪୦ ଯବାନ ଶହୀଦ ହୋଇଥିଲେ ।
ୟୁସୁଫ ଚୋପନର ଜାମିନକୁ ନେଇ ବିବାଦ
ଆତଙ୍କବାଦୀ ସଂଗଠନ ଜୈଶ-ଅଇ-ମହମ୍ମଦଙ୍କ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ୟୁସୁଫ ଚୋପାନକୁ ଦିଲ୍ଲୀର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୟୁସୁଫ ଚୋପାନକୁ ଜାମିନ ପ୍ରଦାନ ପାଇଁ କଂଗ୍ରେସ ବିଜେପି ଉପରେ ଆକ୍ରମଣ କରିଥିଲା । କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୟୁସୁଫ ଚୋପାନକୁ ଦୋଷୀ ବୋଲି କହି ପୁଲୱାମା ଆକ୍ରମଣ ଦୋଷୀଙ୍କୁ ଜାମିନ ମିଳିଛି, କାରଣ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) କୌଣସି ପ୍ରମାଣ ସଂଗ୍ରହ କରି ନାହିଁ କିମ୍ବା ଚାର୍ଜସିଟ୍ ଦାଖଲ କରି ନାହିଁ ।
ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା ସୁର୍ଜେୱାଲା କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ରାଜନୀତି କରି ସରକାର ଗଠନ କରିଥିଲେ । ବର୍ତ୍ତମାନ ଦେଶ ତଥା ସହୀଦଙ୍କ ବଳିଦାନକୁ ନେଇ ମୋଦୀ ସରକାର କେଉଁଠାରେ ଧ୍ୟାନ ଦେଉଛନ୍ତି ? ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୟୁସୁଫ ଚୋପାନକୁ ଅଭିଯୁକ୍ତ କହିବା ଉପରେ ଏନଆଇଏ ସ୍ପଷ୍ଟୀକରଣ ଦେଇଥିଲା ।