Advertisement
Photo Details/zeeodisha/odisha2048383
photoDetails0hindi

Animal Success Party: 'ଆନିମଲ' ସକସେସ ପାର୍ଟିରେ ଏମିତି ନଜର ଆସିଲେ ତ୍ରିପ୍ତି ଦିମ୍ରି ଙ୍କ ସହ ରଶ୍ମିକା

Animal Film: ରିଲିଜ ହେବା ପରଠାରୁ ଖୁବ ଚର୍ଚ୍ଚାରେ ରହିଛି ଫିଲ୍ମ ଆନିମଲ୍ । ଏହି ବଲିଉଡ ଫିଲ୍ମ ଅଲ ଟାଇମ ହିଟ୍ ସାବ୍ୟସ୍ତ ହୋଇଥିବା ବେଳେ ୯୦୦ କୋଟି ଇନକମ୍ କରିଛି। ତେବେ ଏହି ଖୁସିରେ ଥିଲା ସକସେସ ପାର୍ଟି । ଏଥିରେ ସାମିଲ ହୋଇଥିଲେ ଫିଲ୍ମ ଆନିମଲ ର ଷ୍ଟାର କାଷ୍ଟଙ୍କ ସହ ବଲିଉଡର ଅନେକ ବଡ଼ କଳାକାର । ହେଲେ ସମସ୍ତଙ୍କ ନଜରରେ ରହିଥିଲା ତ୍ରିପ୍ତି ଦିମ୍ରି ଓ ରଶ୍ମିକାଙ୍କ ଆଉଟ ଫିଟ୍ ଉପରେ । ଏହି ପାର୍ଟିରେ ପ୍ରାୟତଃ ସମସ୍ତଙ୍କୁ ବ୍ଲାକ୍ ଆଉଟ ଫିଟରେ ଦେଖିବାକୁ ମିଳିଥିଲା। ରଣବୀର କପୁର, ତ୍ରିପ୍ତି ଦିମ୍ରିଓ ରଶ୍ମିକା ଙ୍କୁ ବ୍ଲାକ୍ ଆଉଟ ଫିଟ୍ ରେ ଦେଖିବାକୁ ମିଳିଥିଲା । 

 

1/6

ସକସେସ ପାର୍ଟିରେ ରଣବୀର କପୁରଙ୍କ ସହ ପତ୍ନୀ ଆଲିଆ ଭଟ୍ଟ ବି ଥିଲେ । ଏହା ସହ ରଣବୀରଙ୍କ ମା ନୀତୁ କପୁର ମଧ୍ୟ ଏହି ସକସେସ ପାର୍ଟିରେ ସାମିଲ ହୋଇଥିଲେ । 

 

2/6

ଆନିମଲ୍ ଫିଲ୍ମରୁ ପ୍ରଂଶସା ସାଉଁଣ୍ଟିଥିବା ଅଭିନେତ୍ରୀ ତ୍ରିପ୍ତି ଦିମ୍ରି କନ୍ ଷ୍ଟାଇଲ ୱାନ ପିସ୍ ରେ ଦେଖିବାକୁ ମିଳିଥିଲା । ଅତି ସୁନ୍ଦର ଦିଶୁଥିବା ତ୍ରିପ୍ତି ଦିମ୍ରି ପୂରା ସକସେସ ପାର୍ଟିର ମେହଫିଲ ଲୁଟି ନେଇଥିଲେ।

 

3/6

ସେହିପରି ଫିଲ୍ମରେ ବବି ଦେଓଲଙ୍କ ସାଇଲେଣ୍ଟ କିଲର୍ ଲୁକ୍ କୁ ଖୁବ ପସନ୍ଦ କରିଥିଲେ ଦର୍ଶକ। ତେବେ ସକସେସ୍ ପାର୍ଟିରେ ହ୍ୱାଇଟ୍ ହାଫ ଜ୍ୟାକେଟରେ ଦେଖିବାକୁ ମିଳିଥିଲା। 

 

4/6

ଅନ୍ୟପଟେ ଫିଲ୍ମର ଡାଇରେକ୍ଟର ସନ୍ଦୀପ ରେଡ୍ଡି ୱାଙ୍ଗାକୁ ମେହରୁନ ଆଉଟ ଫିଟ୍ ରେ ଦେଖିବାକୁ ମିଳିଥିଲା। 

 

5/6

ବବି ଦେଓଲଙ୍କ ସହ ଗଣମାଧ୍ୟମ ଠୁ ଆରମ୍ଭ କରି ଅନେକ ସେଲିବ୍ରିଟି ପୋଜ୍ ଦେଇ ଫଟୋ ଉଠାଇଥିଲେ। ତେବେ ଏକ ଭିଡିଓରେ ନିଜ ସିକ୍ୟୁରିଟି ଫ୍ୟାନ୍ସଙ୍କ ପାଇଁ ଢିଲା ରଖିବାକୁ କହିଥିଲେ ବବି। ଯାହା ଏବେ ଭାଇରାଲ ହୋଇଛି। 

 

6/6

ଏହାସହ ଫିଲ୍ମରେ ବବିଙ୍କ ସାନ ଭାଇ ଭୂମିକାରେ ଥିବା ଅଭିନେତାଙ୍କ ସହ ରଣବୀର ସେଲଫି ନେଇଥିଲେ। ଯାହାର ଫଟୋ ଏବେ ଭାଇରାଲ ହେଉଛି।