Advertisement
Photo Details/zeeodisha/odisha1266964
photoDetails0hindi

ସତ ହେବାରେ ଲାଗିଛି ବାବା ଭେଙ୍ଗାଙ୍କ ଭୟାନକ ଭବିଷ୍ୟବାଣୀ, ତେବେ କ'ଣ ଖୁବ୍ ଶୀଘ୍ର ଧ୍ୱଂସ ହୋଇଯିବ ଦୁନିଆ?

Baba Vanga Predictions 2022: ବୁଲଗେରିଆରେ ରହୁଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରନ୍ତି ।

1/8

ନୂଆଦିଲ୍ଲୀ: Baba Vanga Predictions 2022: ମହାନ ରହସ୍ୟମୟ ଓ ଅନ୍ଧ ବାବା ଭେଙ୍ଗା (Baba Vanga) କିଛି ଅବିଶ୍ୱସନୀୟ ଭବିଷ୍ୟବାଣୀ କରିଛନ୍ତି । ଆଉ ଏପରି ଲାଗୁଛି ଯେ ଦୁଇଟି ସତ ହୋଇଯାଇଛି । ନିଜର ଭୟାନକ ଭବିଷ୍ୟବାଣୀ ପାଇଁ ବାବା ଭେଙ୍ଗା ଭବିଷ୍ୟ‌ଦ୍‌ବକ୍ତା ନୋସ୍ତ୍ରାଡାମୁସଙ୍କ (Nostradamus) ପରି ସମାନ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ମଧ୍ୟରୁ କେତେକ ବର୍ତ୍ତମାନ ସମଗ୍ର ଦୁନିଆରେ ଘଟୁଥିବା ପରି ମନେହେଉଛି । ଏହି ଭବିଷ୍ୟବାଣୀଗୁଡିକ ବହୁ ବର୍ଷ ପୂର୍ବେ ତାଙ୍କ ଦ୍ୱାରା କରାଯାଇଥିଲା । ବର୍ତ୍ତମାନ ସେ ଆଉ ଏହି ଦୁନିଆରେ ନାହାଁନ୍ତି ।

2/8

ବୁଲଗେରିଆରେ ରହୁଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରନ୍ତି । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ । 

3/8

'ଡେଲି ଷ୍ଟାର'ର ରିପୋର୍ଟ ଅନୁଯାୟୀ, ବାବା ଭେଙ୍ଗା ୨୦୨୨ ପାଇଁ ଭବିଷ୍ୟବାଣୀ କରିଥିଲେ ଯେ ଅନେକ ଏସୀୟ ଦେଶ ଓ ଅଷ୍ଟ୍ରେଲିଆରେ ବିପଜ୍ଜନକ ବନ୍ୟା ପରିସ୍ଥିତି ଦେଖାଦେବ ଓ ଏହା ନିଶ୍ଚିତ ଭାବରେ ଘଟୁଛି । ତାଙ୍କର ଭବିଷ୍ୟବାଣୀ ସତ ବୋଲି ପ୍ରମାଣିତ ହେଉଛି, କାରଣ ଚଳିତ ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆର କିଛି ଅଂଶରେ ପ୍ରବଳ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

 

4/8

ବାବା ଭେଙ୍ଗା ଏହା ମଧ୍ୟ କହିଛନ୍ତି ଯେ, ମରୁଡ଼ି ଯୋଗୁଁ ଅନେକ ସହର ଜଳ ଅଭାବରୁ ପ୍ରଭାବିତ ହେବେ । ବର୍ତ୍ତମାନ ୟୁରୋପରେ ଏହା ଘଟୁଛି । ନ୍ୟୁଜ୍ କର୍ପ ରିପୋର୍ଟ କରିଛି ଯେ, ପର୍ତ୍ତୁଗାଲ ନିଜର ନାଗରିକମାନଙ୍କୁ ଜଳ ବ୍ୟବହାର ଉପରେ ନିୟନ୍ତ୍ରଣ କରିବାକୁ କହିଛି । ୧୯୫୦ ଦଶକ ପରେ ଇଟାଲୀ ବର୍ତ୍ତମାନ ସବୁଠାରୁ ଖରାପ ମରୁଡ଼ି ପରସ୍ଥିତି ମଧ୍ୟ ଦେଇ ଗତି କରୁଛି ।

5/8

୨୦୨୨ ମସିହାରେ ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ୬ଟି ଭବିଷ୍ୟବାଣୀ ମଧ୍ୟରୁ ୨ଟି ସତ ପ୍ରମାଣିତ ହୋଇଛି । ଏଥି ସହିତ ବାବା କହିଥିଲେ ଯେ ଚଳିତ ବର୍ଷ ସାଇବରିଆରୁ ଏକ ନୂତନ ମାରାତ୍ମକ ଭୂତାଣୁ, ବିଦେଶୀ ଆକ୍ରମଣ, ପଙ୍ଗପାଳ ଆକ୍ରମଣ ଏବଂ ଭର୍ଚୁଆଲ୍ ରିୟଲିଟି ବୃଦ୍ଧି ପାଇବ ।

6/8

ଏଠାରେ କହି ରଖୁଛୁ ଯେ, ତାଙ୍କର ଅନେକ ଭବିଷ୍ୟବାଣୀ ଏହା ପୂର୍ବରୁ ମଧ୍ୟ ସତ ହୋଇଛି । ବାବା ଭେଙ୍ଗା ୧୯୮୯ରେ କହିଥିଲେ ଯେ ୨୦୦୧ରେ ଆତଙ୍କବାଦୀ ଆକ୍ରମଣରେ ଆମେରିକାର ଦୁଇଟି 'ଷ୍ଟିଲ ବର୍ଡ' ଧ୍ୱଂସ ହେବ । ଅନେକ ଏହାକୁ ୯/୧୧ ଆକ୍ରମଣର ସନ୍ଦର୍ଭ ଭାବରେ ଦର୍ଶାଇଛନ୍ତି । ତାଙ୍କର ଅନ୍ୟ ଭବିଷ୍ୟବାଣୀରେ ୨୦୦୪ ଥାଇଲ୍ୟାଣ୍ଡ ସୁନାମି, ବାରାକ ଓବାମାଙ୍କ ରାଷ୍ଟ୍ରପତି ହେବା, ସୋଭିଏତ୍ ୟୁନିଅନର ପତନ ଏବଂ ପୂର୍ବ ଓ ପଶ୍ଚିମ ଜର୍ମାନୀର ପୁନଃ ମିଶ୍ରଣ ହେବା ସାମିଲ ରହିଛି ।

7/8

ସୂଚନାଯୋଗ୍ୟ, ବାବା ଭେଙ୍ଗା ଭବିଷ୍ୟବାଣୀ (Baba Vanga Prediction 2022) ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା । ସେ ୫ ହଜାରରୁ ଅଧିକ ଭବିଷ୍ୟବାଣୀ କରିଯାଇଛନ୍ତି, ଯେଉଁଥିରୁ ଅନେକ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି । ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରୁଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ ।

ଏହା ବି ପଢ଼ନ୍ତୁ:-ଆଉ ଏହିପରି ଭାବରେ ପିଏମ ମୋଦି ପୂରଣ କଲେ 'ଦିଦି'ଙ୍କ ଦାବି

ଏହା ବି ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଏହି ରାଜ୍ୟ ସରକାର କଲେ ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନଙ୍କ ପାଲଟା ଆକ୍ରମଣରେ ନୱାଜ ସରିଫ ଚିତ୍, ସେନା ମୁଖ୍ୟ ବାଜୱାଙ୍କ ମଧ୍ୟ ଯିବ ଗାଦି!

8/8

୧୨ ବର୍ଷ ବୟସରେ ବାବା ଭେଙ୍ଗାଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ବାସ୍ତବରେ ଏକ ଭୟଙ୍କର ଝଡ଼ ଯୋଗୁଁ ସେ ନିଜ ଆଖିର ଦୃଷ୍ଟି ଶକ୍ତି ହରାଇଥିଲେ । ଭେଙ୍ଗା ବାବାଙ୍କର ୧୯୯୬ ମସିହାରେ ଦେହାନ୍ତ ହୋଇସାରିଛି । ତାଙ୍କର ଭବିଷ୍ୟବାଣୀ (Baba Vanga 2022 Prediction) କୌଣସି ସ୍ଥାନରେ ଲେଖା ନାହିଁ । ଯଦିଓ ଏହା କୁହାଯାଏ ଯେ ସେ ଏହି ଭବିଷ୍ୟବାଣୀଗୁଡ଼ିକୁ ତାଙ୍କ ଅନୁଗାମୀମାନଙ୍କୁ ମୌଖିକ ଭାବରେ ଜଣାଇଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସଠିକ୍ ବୋଲି ପ୍ରମାଣିତ ହୋଇଛି ଓ ଅନେକ ମଧ୍ୟ ଭୁଲ୍ ବୋଲି ଜଣାପଡିଛି ।