Advertisement
Photo Details/zeeodisha/odisha1389510
photoDetails0hindi

Bharat Jodo Yatra: ପ୍ରବଳ ବର୍ଷାରେ ବି ଚାଲୁଛନ୍ତି ରାହୁଲ ଗାନ୍ଧୀ, ଡିକେ ଶିବକୁମାରଙ୍କ ସହ ଦୌଡ଼ିଲେ କଂଗ୍ରେସ ନେତା

Bharat Jodo Yatra: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରା କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଛି । ଯାହା କାଶ୍ମୀର ପର୍ଯ୍ୟନ୍ତ ଚାଲିବ । ବର୍ତ୍ତମାନ ଏହି ଯାତ୍ରା କର୍ଣ୍ଣାଟକରେ ଜାରି ରହିଛି । ଏହି ଯାତ୍ରାରେ ଅନେକ ସିଭିଲ୍ ସୋସାଇଟ ମଧ୍ୟ ସାମିଲ ହୋଇଛନ୍ତି । ଏହା ଯାତ୍ରାରେ ଲୋକଙ୍କ ପ୍ରବଳ ସମର୍ଥନ ମଧ୍ୟ ମିଳୁଛି ।

1/10

ନୂଆଦିଲ୍ଲୀ: Bharat Jodo Yatra: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଭାରତ ଯୋଡ଼ୋ ଯାତ୍ରା ସମୟରେ ପ୍ରବଳ ବର୍ଷାରେ ବି ପାଦରେ ମାର୍ଚ୍ଚ କରିଛନ୍ତି । ଏହାସହ କଂଗ୍ରେସ ନେତାଙ୍କ ସମର୍ଥନରେ ଶହ ଶହ ଲୋକ ନାରା ଲଗାଇଛନ୍ତି ।

2/10

ରାହୁଲ କର୍ଣ୍ଣାଟକର ତୁମକୁର ଜିଲ୍ଲାର ଏହି ସହରରେ ମଧ୍ୟାହ୍ନ ଭୋଜନ ପାଇଁ କିଛି ସମୟ ଅଟକି ଥିଲେ । ପରେ ନିଜର ଯାତ୍ରା ଆରମ୍ଭ କରିଥିଲେ । କିଛି ସମୟ ପରେ ହିଁ ବର୍ଷା ଆରମ୍ଭ ହୋଇଯାଇଥିଲା । କିନ୍ତୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ତାଙ୍କ ସହଯୋଗୀ ଦଳର ନେତା ତଥା କର୍ମୀମାନେ ବର୍ଷାରେ ବର୍ଷା ଭିଜିଭିଜି ଚାଲିବା ଜାରି ରଖିଥିଲେ ।

3/10

ରାହୁଲ ଗାନ୍ଧୀ ଗତ ସପ୍ତାହରେ ମୈସୁରର ଉପକଣ୍ଠରେ ଏକ ସାଧାରଣ ସଭାରେ ପ୍ରବଳ ବର୍ଷାରେ ଭିଜିଭିଜି ସମ୍ବୋଧିତ କରିଥିଲେ । ତାଙ୍କ ଭାଷଣ ଶେଷରେ କହିଥିଲେ ଯେ, ଆମକୁ କେହି ଅଟକାଇ ପାରିବେ ନାହିଁ ।

4/10

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ଯାତ୍ରା କନ୍ୟାକୁମାରୀରୁ କାଶ୍ମୀରକୁ ଯିବ ଓ ବନ୍ଦ ହେବ ନାହିଁ । ଆପଣ ଦେଖନ୍ତୁ ଯେ ବର୍ଷା ହେଉଛି କିନ୍ତୁ ବର୍ଷା ଏହି ଯାତ୍ରାକୁ ଅଟକାଇ ପାରିଲା ନାହିଁ । ଝଡ଼ କିମ୍ବା ଥଣ୍ଡା ଏହି ଯାତ୍ରାକୁ ବନ୍ଦ କରିପାରିବ ନାହିଁ ।

5/10

ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ନଦୀ ପରି ଯାତ୍ରା କନ୍ୟାକୁମାରୀରୁ କାଶ୍ମୀରକୁ ଯିବ ଓ ଆପଣ ଏହି ନଦୀରେ ଘୃଣା ଓ ହିଂସାର କୌଣସି ଚିହ୍ନ ଦେଖିବେ ନାହିଁ । ଏଥିରେ କେବଳ ପ୍ରେମ ଓ ଭାଇଚାରା ରହିବ । କାରଣ ଏହା ହେଉଛି ଭାରତର ଇତିହାସ ଓ ଏହା ଏହାର DNA ରେ ଅଛି ।

6/10

ଦୁଇ ଦିନ ପୂର୍ବେ ରାହୁଲ ଗାନ୍ଧୀ ପୂର୍ବତନ କର୍ଣ୍ଣାଟକ ସିଏମ ସିଦ୍ଧରମୈୟାଙ୍କ ସହ ଦୌଡ଼ି ଥିବାର ନଜରକୁ ଆସିଥିଲେ । ଏହା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର  ଭାରତ ଯୋଡ଼ୋ ଯାତ୍ରା ସମୟରେ ରାଜ୍ୟର କଂଗ୍ରେସ ମୁଖ୍ୟ ଡିକେ ଶିବକୁମାରଙ୍କ ସହ ଦୌଡ଼ି ପରିସ୍ଥିତିକୁ ସନ୍ତୁଳିତ କରିଛନ୍ତି ।

7/10

ରାହୁଲ ଗାନ୍ଧୀଙ୍କ ସହ ଅଳ୍ପ ଦୂର ଦୌଡ଼ିବା ପରେ ଶିବକୁମାରଙ୍କୁ କଂଗ୍ରେସ ପତାକା ଧରିଥିବାର ନଜର ଆସିଥିଲେ । କର୍ଣ୍ଣାଟକରେ ବିଜେପିକୁ କ୍ଷମତା ହଟାଇ କଂଗ୍ରେସ ପୁଣି ଥରେ ସରକାର ଗଠନ କରିବାକୁ ଚାହୁଁଛି । କିନ୍ତୁ ଉଭୟ ସିଦ୍ଧରମୈୟା ଓ ଶିବକୁମାର ସିଏମ୍ ପଦବୀ ପାଇଁ ଦାବିଦାର ଅଛନ୍ତି ।

8/10

ଗତକାଲିର ଯାତ୍ରାରେ ରାହୁଲ ଗାନ୍ଧୀ ଧଳା ଟି-ସାର୍ଟ ଓ ନୀଳ ଟ୍ରାଉଜର ପିନ୍ଧି ବର୍ଷାରେ ଚାଲୁଥିଲେ । ତାଙ୍କ ସହ ରଣଦୀପ ସୁରଜେୱାଲା ଓ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ସହ ଅନ୍ୟ ନେତାମାନେ ସାଥ୍ ଦେଉଥିଲେ ।

9/10

ରାହୁଲ ଗାନ୍ଧୀ ତୁମକୁର ଜିଲ୍ଲାର ଓଦା ରାସ୍ତାରେ ବୁଲୁଥିବା ବେଳେ କଂଗ୍ରେସ ନେତାମାନେ ହୁରିୟୁର ଠାରେ ଥିବା ତାଙ୍କ କ୍ୟାମ୍ପ ସାଇଟରୁ ଜଳ ନିଷ୍କାସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ ।

10/10

ରାହୁଲ ଗାନ୍ଧୀ ସୋମବାର ପୋଚକଟ୍ଟେରୁ ଯାତ୍ରା ଆରମ୍ଭ କରିଥିଲେ । ୧୧ କିଲୋମିଟର ଚାଲିବା ପରେ ହୁଲିୟରର କେନକେରେ ସେ ପ୍ରଥମ ବିଶ୍ରାମ ନେଇଥିଲେ ।