Advertisement
Photo Details/zeeodisha/odisha2184777
photoDetails0hindi

General Knowledge: ୬୦-୮୦ ଫୁଟ ଉଚ୍ଚରେ ନଡ଼ିଆ ଗଛରେ ଝୁଲୁଥିବା ପଇଡ଼ରେ କେଉଁଠୁ ଆସେ ପାଣି?

Coconut Water: ନଡ଼ିଆ ଅଧିକ ଉଚ୍ଚତା ରହିଥିବା ଗଛରେ ଫଳିଥାଏ। ଯାହାର ଲମ୍ବ ସାଧାରଣତ ୬୦ ଫୁଟ ଠାରୁ ଆରମ୍ଭ ୮୦ ଫୁଟ ପର୍ଯ୍ୟନ୍ତ ହୋଇଥାଏ। ଏପରି ସ୍ଥିତିରେ, ଆପଣ କେବେ ଚିନ୍ତା କରିଛନ୍ତି କି ୬୦-୮୦ ଫୁଟ ଉଚ୍ଚରେ ନଡ଼ିଆ ଗଛରେ ଝୁଲୁଥିବା ପଇଡ଼ରେ ପାଣି କେଉଁଠୁ ଆସେ? 

1/6

ଆପଣ ନିଶ୍ଚୟ ପଇଡ଼ ପାଣି ପିଇଥିବେ। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ବୋଲି କୁହାଯାଏ। ହେଲେ ନଡିଆ ଗଛ ଦେଖିବା ପରେ କେବେ ନାଁ କେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଯେ  ୬୦-୮୦ ଫୁଟ ଉଚ୍ଚରେ ଝୁଲୁଥିବା ପଇଡ଼ରେ କେଉଁଠୁ ପାଣି ଆସେ?

 

2/6

ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିନାହାଁନ୍ତି ତାହେଲେ ଜାଣିରଖନ୍ତୁ। ୬୦-୮୦ ଫୁଟ ଉଚ୍ଚରେ ନଡ଼ିଆ ଗଛରେ ଝୁଲୁଥିବା ପଇଡ଼ରେ ପାଣି ଗଛର ମୂଳରୁ କ୍ୟାପିଲାରୀ ମାଧ୍ୟମରେ ଉପରେ ଝଲୁଥିବା ପଇଡ଼ରେ ପହଞ୍ଚିଥାଏ। ନଡ଼ିଆ ଗଛରେ ମୂଳରେ ରହିଥିବା ପାଣି ପତଳା ପାଇପ ଭଳି ହୋଇଥାଏ। 

3/6

ମୂଳରୁ ଟାଣାଯାଇଥିବା ପାଣି ପଇଡ଼ ସମେତ ଗଛରେ ବ୍ୟାପିଥାଏ। ପଇଡ଼ରେ ରହିଥିବା ପାଣିକୁ ଗଛର ଏଣ୍ଡୋସ୍ପର୍ମ କୁହାଯାଏ। 

4/6

ବିଜ୍ଞାନ ଅନୁଯାୟୀ ଏଣ୍ଡୋସ୍ପର୍ମ ମଧ୍ୟରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ। ଯାହା ନଡ଼ିଆ ଗଛରେ ଫଳୁଥିବା ପଇଡ଼ର ବୃଦ୍ଧି ପାଇଁ ଆବଶ୍ୟକ ହୋଇଥାଏ। 

 

5/6

ଯେତେବେଳେ ନଡ଼ିଆ ପାକଳ ହେବା ଆରମ୍ଭ କରେ ସେତେବେଳେ ପଇଡ଼ରେ ରହିଥିବା ପାଣି ଯାହାକୁ "ଏଣ୍ଡୋସ୍ପର୍ମ" କୁହାଯାଏ ତାହା ଶୁଖିବା ଆରମ୍ଭ କରିଥାଏ। "ଏଣ୍ଡୋସ୍ପର୍ମ" ହେଉଛି ରଙ୍ଗହୀନ ତରଳ ଜଳ।

 

6/6

ପାକଳ ହେବା ସମୟରେ କିଛି ଏଣ୍ଡୋସ୍ପର୍ମ ଅଂଶ ଦୃଢ ହୋଇଯାଏ। ଯାହକୁ ନାଳି କୁହାଯାଇଥାଏ। ଯେତେବେଳେ ଆପଣ ପଇଡ଼଼ ପିଇବେ, ସେତେବେଳେ ଆପଣ ଏହା ମଧ୍ୟରେ ନରମ ପତଳା ସ୍ତରକୁ ଦେଖିବାକୁ ପାଇବେ। ଏହି ପତଳା ସ୍ତରକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ।