Advertisement
photoDetails0hindi

Health Tips: ଚାପଗ୍ରସ୍ତ ରହୁଛନ୍ତି କି? ତାହାଲେ ଜାଣନ୍ତୁ କିପରି କରିବେ ଏହାର ନିରାକରଣ...

Health Tips: ଆଜିକାଲିର ବ୍ୟସ୍ତ ବହୁଳ ଜୀବନଯାପନ ଯୋଗୁଁ ପ୍ରାୟତଃ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇପାରୁନାହାନ୍ତି । ଯାହା ଫଳରେ ଖୁବ କମ୍ ବୟସରେ ଲୋକେ ନାନାଦି ରୋଗର ଶିକାର ହେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଚାପ ଏକ ସାଧାରଣ ସମସ୍ୟା ପାଲଟିଯାଇଛି। ସେ ପିଲା ହୁଅନ୍ତୁ କି ଯୁବକ କିମ୍ବା ବୃଦ୍ଧ ଯେକୌଣସି ବୟସର ବ୍ୟକ୍ତି ଚାପର କବଳକୁ ଆସିପାରନ୍ତି। ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ନିରାକରଣ ବିଷୟର ।

1/5

ଥକ୍କାପଣ ଓ ଅନିନ୍ଦ୍ରା ରହିବା ଚାପର ପ୍ରମୁଖ କାରଣ ଅଟେ । ସେହପରି ହଜମ ପ୍ରକ୍ରିୟାରେ ବ୍ୟାଘତ, ଭୋକରେ ପରିବର୍ତ୍ତନ, ଓଜନ ବୃଦ୍ଧି ବା ହ୍ରାସ, ମୁଣ୍ତ ବିନ୍ଧା ଓ ମାଂସପେଶୀରେ ଯନ୍ତ୍ରଣା ଚାପର ଲକ୍ଷଣ ଅଟେ ।

2/5

ନିୟମିତ ବ୍ୟାୟାମ: ଚାପ କମାଇବା ପାଇଁ ଶାରୀରିକ ବ୍ୟାୟାମ ଏକ ଉତ୍ତମ ଉପାୟ ଅଟେ। ଦିନରେ ଅତି କମରେ ୩୦ ମିନିଟ୍ ବ୍ୟାୟାମ କରନ୍ତୁ। ଏହା ଚାଲିବା, ଦ୍ରୁତ ଗତିରେ ଚାଲିବା, କିମ୍ବା ସାଇକେଲ ଚଲାଇବା ମଧ୍ୟ ହୋଇପାରେ।

3/5

ଗୁଣାତ୍ମକ ନିଦ: ପ୍ରତିଦିନ ରାତିରେ ୭ରୁ ୮ ଘଣ୍ଟା ଶୋଇବା ଶରୀର ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ଉତ୍ତମ ନିଦ୍ରା ଅଭ୍ୟାସ ଏବଂ ପ୍ରତିଦିନ ସମାନ ସମୟରେ ଉଠିବା ଏକ ସୁସ୍ଥ ଶରୀର ପ୍ରଦାନ କରିଥାଏ। ନିଦ ଚାପକୁ କମ୍ କରିବାରେ ସାହାଯ୍ୟ କରିଥାଏ ।

4/5

ସୁସ୍ଥ ଖାଦ୍ୟ: ଫଳ, ପନିପରିବା ଓ ସନ୍ତୁଳିତ ଖାଦ୍ୟ ଖାଇବା ଶରୀର ସୁସ୍ଥ ରହିବା ସହ ଚାପ ହ୍ରାସ ହୋଇଥାଏ ।

5/5

ଥେରାପୀ: ବରମ୍ବାର ଚାପଗ୍ରସ୍ତ ହେଉଥିଲେ ଥେରାପିଷ୍ଟଙ୍କ ସହ ଯୋଗାଯୋଗ କରିବା ମଧ୍ୟ ଏକ ଉତ୍ତମ ବିକଳ୍ପ। ସେମାନଙ୍କ କୌଶଳ ମଧ୍ୟ ଚାପମୁକ୍ତ କରିବାରେ ସାହାଯ୍ୟ କରେ।