Advertisement
Photo Details/zeeodisha/odisha1726112
photoDetails0hindi

Indian Railway Facts: ଦେଶର ସର୍ବ ପୁରାତନ ଟ୍ରେନ୍, ଯିଏ ସେବା ଦେବାରେ ପୂରଣ କରିସାରିଛି ୧୦୦ ବର୍ଷ

Indian Railways History: ଦେଶରେ ଏପରି କିଛି ଟ୍ରେନ ରହିଛି ଯିଏ ସେବା ପ୍ରଦାନ କରିବାରେ ୧୦୦ ବର୍ଷ ପୂରଣ କରିସାରିଛି।

1/5

କାଲକା ମେଲ୍: ଭାରତୀୟ ରେଳବାଇ ଇତିହାସର ଅନ୍ୟତମ ପୁରାତନ ଟ୍ରେନ୍ ହେଉଛି କାଲ୍କା ମେଲ୍। ଯିଏ ଚଳିତ ବର୍ଷ ସେବା ଯୋଗାଇବାରେ ୧୫୬ ବର୍ଷ ପୂରଣ କରିଛି। ୧୮୬୬ ମସିହା ଜାନୁଆରୀ ପହିଲାରୁ ଏହି ଟ୍ରେନ୍ ୧ ଅପ୍ ଏବଂ ୩ ଡାଉନ୍ ନମ୍ବର ପ୍ଲେଟ୍ ସହିତ ରେଳ ଧାରଣାରେ ଗଡ଼ିବା ଆରମ୍ଭ କରିଥିଲା। ସେତେବେଳେ ଏହାର ନାମ ଇଷ୍ଟ ଇଣ୍ଡିଆ ରେଲୱେ ମେଲ ଥିଲା।

 

2/5

ବମ୍ବେ-ପୁନା ମେଲ୍: ବମ୍ବେ-ପୁଣେ ମେଲ ମୁମ୍ବାଇ-ପୁଣେ ବିଭାଗରେ ଚାଲୁଥିଲା। ଏହି ଟ୍ରେନ ସେବା ପ୍ରଥମ ଥର ପାଇଁ ୧୮୬୩ ମସିହା ଅପ୍ରେଲ ୨୧ ତାରିଖରେ ଆରମ୍ଭ ହୋଇଥିଲା। ମୁମ୍ବାଇ-ପୁଣେ ମଧ୍ୟରେ ଏହା ପ୍ରଥମ ଆନ୍ତଃ ରାଜ୍ୟ ଟ୍ରେନ୍ ଥିଲା। ବହୁ ବର୍ଷ ଧରି ମୁମ୍ବାଇ-ପୁଣେ ଯାତ୍ରୀ ବମ୍ବେ-ପୁଣେ ମେଲ ଏବଂ ଡେକାନ କୁଇନ ଏକ୍ସପ୍ରେସ ଯୋଗେ ଯାତ୍ରା କରିଥିଲେ।

 

3/5

ଗ୍ରାଣ୍ଡ ଟ୍ରଙ୍କ ଏକ୍ସପ୍ରେସ: ଏହି ଟ୍ରେନ ନାମ ଦେଶର ପୁରାତନ ଟ୍ରେନ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ଗ୍ରାଣ୍ଡ ଟ୍ରଙ୍କ ଏକ୍ସପ୍ରେସ ପ୍ରଥମେ ପେଶୱାର ଠାରୁ ମାଙ୍ଗାଲୋର ପର୍ଯ୍ୟନ୍ତ ଚାଲିଥିଲା। ଏହି ଯାତ୍ରାରେ ପ୍ରାୟ ୧୦୪ ଘଣ୍ଟା ସମୟ ଲାଗୁଥିଲା। ଯେତେବେଳେ ଦିଲ୍ଲୀ-ମାଡ୍ରାସ ମାର୍ଗର ଶେଷ ବିଭାଗ ଅର୍ଥାତ୍ କାଜିପେଟ-ବଲହରଶା ବିଭାଗ ନିର୍ମାଣ ହେଲା, ସେତେବେଳେ ଏହି ଟ୍ରେନ୍ ସେବା ଆରମ୍ଭ ହୋଇଥିଲା। ପରେ ଏହି ଟ୍ରେନ୍ ଲାହୋର ଠାରୁ ମେଟ୍ଟୁପାଲାୟମ୍ ପର୍ଯ୍ୟନ୍ତ ଚାଲିଥିଲା।

4/5

ଫ୍ରଣ୍ଟିଅର୍ ମେଲ୍: ଏହି ଟ୍ରେନ ହେଉଛି ଭାରତ ବର୍ଷର ବିଭାଜନର ସାକ୍ଷୀ ପଞ୍ଜାବ ମେଲ ଆରମ୍ଭ ହେବାର ପ୍ରାୟ ୧୬ ବର୍ଷ ପରେ ଏହି ଟ୍ରେନ୍ ଚାଲିଥିଲା। ୧୯୨୮ ମସିହା ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ଟ୍ରେନ୍ ବ୍ରିଟିଶ ଶାସନ ସମୟରେ ଚାଲୁଥିବା ଅନ୍ୟତମ ପ୍ରସିଦ୍ଧ ଟ୍ରେନ୍ ଥିଲା। ଯେତେବେଳେ ଦେଶ ସ୍ୱାଧୀନ ହେଲା, ସେତେବେଳେ ଏହା ମୁମ୍ବାଇରୁ ଅମୃତସର ଦିଲ୍ଲୀ ଦେଇ ଯାତ୍ରା କରୁଥିଲା। ୧୯୯୬ ମସିହାରେ ଏହାର ନାମ ଗୋଲଡେନ୍ ଟେମ୍ପୁଲ ଏକ୍ସପ୍ରେସ୍ ରଖାଯାଇଥିଲା। ୧୯୩୪ ମସିହାରେ ଏହି ଟ୍ରେନ୍ ଏୟାର କଣ୍ଡିସନର ସହିତ ସଜ୍ଜିତ ହୋଇଥିଲା।

 

5/5

ପଞ୍ଜାବ ମେଲ୍: ୧୯୧୨ ମସିହା ଜୁନ ପହିଲାରୁ ଆରମ୍ଭ ହୋଇଥିବା ଏହି ଟ୍ରେନ୍ ଚଳିତ ବର୍ଷ ଜୁନ୍ ୧ ତାରିଖରେ ୧୧୧ ବର୍ଷ ପୂରଣ କରିଛି। ଏହା ଦେଶର ସର୍ବ ପୁରାତନ ଏବଂ ଦୀର୍ଘ ଦୂରତା ଅତିକ୍ରମ କରୁଥିବା ଟ୍ରେନ୍ ମଧ୍ୟରୁ ଅନ୍ୟତମ। ଯେତେବେଳେ ଭାରତ ପରାଧୀନ ଥିଲା, ସେବେ ଠାରୁ ଆଜି ପର୍ଯ୍ୟନ୍ତ ଏହି ଟ୍ରେନ୍ ଯାତ୍ରୀଙ୍କୁ ସେବା ପ୍ରଦାନ କରି ଆସୁଛି। ବ୍ରିଟିଶ ସରକାରଙ୍କ ସମୟରେ ଏହା ଭାରତ ବର୍ଷର ଦ୍ରୁତତମ ଟ୍ରେନ୍ ମଧ୍ୟରୁ ଅନ୍ୟତମ ଥିଲା।