Advertisement
Photo Details/zeeodisha/odisha1614387
photoDetails0hindi

OMG: ମୋବାଇଲ-ଗ୍ୟାସ- ବିଜୁଳି ବିନା ୫୦ ବର୍ଷ ଧରି ଜୀବନ କାଟୁଛନ୍ତି ଏହି ବ୍ୟକ୍ତି, ନିଜକୁ ଏପରି ରଖିଛନ୍ତି ଜୀବିତ

Italian Man Living On Mountain: ଯଦି ଆପଣଙ୍କୁ କୁହାଯାଏ ଯେ ଗୋଟିଏ ଦିନ ମୋବାଇଲ ବିନା ବିତାଇବାକୁ ପଡି଼ବ, ତାହାଲେ ହୁଏତ ବହୁ ଲୋକେ ଗୋଟିଏ ଦିନ ମଧ୍ଯ ମୋବାଇଲ ବିନା ବଞ୍ଚିପାରିବେ ନାହିଁ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ୫୦ ବର୍ଷ ଧରି ଏମିତି ଜୀବନ ବଞ୍ଚି ଆସୁଛନ୍ତି । ଖାଲି ମୋବାଇଲ ନୁହେଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବ୍ୟକ୍ତି ଗ୍ୟାସ ଓ ବିଜୁଳ ବିନା ୫୦ ବର୍ଷ ଧରି ପାହାଡ଼ରେ ଜୀବନ ଅତିବାହିତ କରିଆସୁଛନ୍ତି।

1/5

ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଇଟାଲୀର ଏହି ୭୨ ବର୍ଷୀୟ ଫୈବ୍ରିଜିଓ କାର୍ଡ଼ିନାଲି(Fabrizio cardinali) । ଫୈବ୍ରିଜିଓ କହିଛନ୍ତି କି, ସେ ୫୦ ବର୍ଷରୁ ଅଧିକ ସମୟ ଧରି ସେ ସର୍ବସାଧାରଣ ବିଦ୍ୟୁତ୍ ନେଟୱାର୍କ ତଥା ଗ୍ରୀଡ଼ ଠାରୁ ସମ୍ପୂର୍ଣ୍ଣ ଦୂରରେ ରହିଛନ୍ତି । ଏମିତି ଶୀତ ଦିନରେ ସେ ନିଜ ତରିକାରେ ନିଜକୁ ଜୀବିତ ରଖିଛନ୍ତି ।

2/5

ଫୈବ୍ରିଜିଓ କାର୍ଡ଼ିନାଲି ଇଟାଲୀର ପୂର୍ବ ଆଡ୍ରିଆଟିକ୍ ଉପକୂଳରେ(Eastern Adriatic coast) ଥିବା ଏଙ୍କୋନା ନିକଟରେ ଥିହୀ ଏକ ପଥର ଘରେ ରହୁଛନ୍ତି । ସେଠାରେ ଗ୍ୟାସ, ବିଜୁଳି ଓ ନେଟୱାର୍କ ଲାଗି କୌଣସି ସୁବିଧା ନାହିଁ ।  

3/5

ଫୈବ୍ରିଜିଓ କହିଛନ୍ତି କି, ମୁଁ ଦୁନିଆର ଅଂଶ ହେବାକୁ ଆଗ୍ରହୀ ନଥିଲି । ତେଣୁ ମୁଁ ପରିବାର, ବନ୍ଧୁ, ବିଶ୍ବବିଦ୍ୟାଳୟ, କ୍ରୀଡା଼ ଦଳକୁ ପଛରେ ଛାଡ଼ି ଅଲଗା ଏକ ଦେଶକୁ ଚାଲିଆସିଲି । ଆପଣଙ୍କୁ କିଛି ଦେବାକୁ ହେଲେ କିଛି ହରାଇବାକୁ ପଡ଼ିଥାଏ ଯାହା ଗୁରୁତ୍ବପୂର୍ଣ୍ଣ ଅଟେ ।  

4/5

ଫୈବ୍ରିଜିଓ, ରନ୍ଧନ ତେଲରେ ଜଳୁଥିବା ଲ୍ୟାମ୍ପ ସହାୟତାରେ ପଢିଥାନ୍ତି। ଯାହାକୁ ତାଙ୍କ ପଡ଼ୋଶୀଙ୍କ ଦ୍ୱାରା ସାହାଯ୍ୟରେ ଦିଆଯାଇଥାଏ।ସେ ନିଜେ ଫଳ ଓ ପନିପରିବା ଚାଷ କରିବା ସହ ଅଲିଭ୍‌ ତେଲ ତିଆରି କରିବା ପାଇଁ ଅଲିଭ ଓ ମହୁ ପାଇଁ ମହୁମାଛି ରଖିଥାଆନ୍ତି। କିଛି ସ୍ଥାନୀୟ ବାସିନ୍ଦା ତାଙ୍କୁ ଲେମ୍ବୁ, ଗହମ, ଖାଦ୍ୟ ଶସ୍ୟ ଆଦି ବିକ୍ରି କରିଥାଏ। ଯେତେବେଳେ ସମ୍ଭବ ହୁଏ , ସେ ଆବଶ୍ୟକୀୟ ଜିନିଷ କିଣା ବିକା କରନ୍ତି।

5/5

ସେ କହିଥିଲେ ଯେ, ମୁଁ ପାହଡ଼ରେ ଏକା ରୁହେ ନାହିଁ, ମୋ ସହ କୁକୁଡ଼ା, ବିଲେଇ ପରି ଅନେକ ପ୍ରାଣୀ ରହୁନ୍ତି। ରୋଷେଇ ଏ ଥଣ୍ତା ଲାଗିଲେ କାଠ ଜଳାଇବା ପାଇଁ କାର୍ଡିନାଲ୍ ପର୍ବତରୁ କାଠ ଆଣିଥାନ୍ତି । ତାହା ମାଧ୍ୟମରେ ନିଆଁ  ବାହାର କରି ତାକୁ ବ୍ୟବହାର କରିଥାଆନ୍ତି ।