Advertisement
Photo Details/zeeodisha/odisha1689223
photoDetails0hindi

Pakistan Politicians jailed: ଗିରଫଦାରୀ ଛାଡନ୍ତୁ ଫାଶୀ ପାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ, ୬ ଜଣ ଯାଇଛନ୍ତି ଜେଲ

Pakistan Prime Minister:  ପାକିସ୍ତାନ ରାଜନୀତିରେ ଏହା ପ୍ରଥମ ଥର ହୋଇନାହିଁ, ଯେତେବେଳେ ଦେଶର କୌଣସି ପ୍ରଧାନମନ୍ତ୍ରୀ ଜେଲ ଯାଇଛନ୍ତି। ଇମରାନ ଖାନଙ୍କ ପୂର୍ବରୁ ମଧ୍ୟ ବହୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଛି। 

1/7

ଜୁଲ୍ ଫିକର ଅଲ୍ଲୀ ଭୁଟ୍ଟୋ: ୧୯୭୩ ଅଗଷ୍ଟରୁ ୧୯୭୭ ପର୍ଯ୍ୟନ୍ତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ଜୁଲଫିକର ଅଲି ଭୁଟ୍ଟୋ ମଧ୍ୟ ଜେଲ ଯାଇଛନ୍ତି। ୧୯୭୭ ସେପ୍ଟେମ୍ବରରେ, ଜୁଲଫିକର ଅଲି ଭୁଟ୍ଟୋ ୧୯୭୪ ମସିହାରେ ଜଣେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହତ୍ୟା କରିବା ଷଡଯନ୍ତ୍ରରେ ଗିରଫ ହୋଇଥିଲେ। ହେଲେ ପରେ ତାଙ୍କୁ ଗିରଫଦାରୀକୁ ଆଧାର ହୀନ ଦର୍ଶାଇ ଲାହୋର ହାଇକୋର୍ଟ ତାଙ୍କୁ ମୁକ୍ତ କରି ଦେଇଥିଲେ। ହେଲେ ପାକିସ୍ତାନ ମାର୍ଶଲ ଲ ରେଗୁଲେସନ ୧୨ ଅନୁଯାୟୀ ୩ ଦିନ ପରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା। ଏହା ପରେ ଜୁଲଫିକର ଅଲି ଭୁଟ୍ଟୋଙ୍କୁ ୧୯୭୯ ମସିହା ଅପ୍ରେଲ ୪ ତାରିଖରେ ଫାଶୀ ଦିଆଯାଇଥିଲା।

2/7

ହୁସେନ୍‌ ଶହୀଦ: ୧୯୫୬ ସେପ୍ଟମ୍ବରରୁ ୧୯୫୭ ଅକ୍ଟୋବର ପର୍ଯ୍ୟନ୍ତ ପାକିସ୍ତାନର ପଞ୍ଚମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ହୁସେନ୍‌ ଶହୀଦ। ହେଲେ ଏହି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଜଣଙ୍କ ଜେନେରାଲ ଆୟୁବ ଖାନଙ୍କ ସରକାରକୁ ସମର୍ଥନ କରିବାକୁ ମନା କରିଦେଇଥିଲେ। ଯାହା ପରେ ତାଙ୍କୁ ନିର୍ବାଚନ ସଂସ୍ଥା ଅଯୋଗ୍ୟତା ଅର୍ଡର ମାଧ୍ୟମରେ ରାଜନୀତିରେ ପ୍ରତିବନ୍ଧିତ କରି ଦେଇଥିଲା। ହେଲେ ପରେ ୧୯୬୦ ମସିହାରେ ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଗିରଫ ହୋଇଥିଲେ ହୁସେନ୍‌ ଶହୀଦ।

3/7

ଶାହୀଦ ଖାକାନ ଆବ୍ବାସୀ: ୨୦୧୭ ଜାନୁୟାରୀରୁ ୨୦୧୮ ମେ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଥିବା ଶାହୀଦ ଖାକାନ ଆବ୍ବାସୀଙ୍କୁ ୨୦୧୯ ଜୁଲାଇରେ ଗିରଫ କରାଯାଇଥିଲା। ସେ ପେଟ୍ରୋଲିୟମ ମନ୍ତ୍ରୀ ପଦରେ ରହିଥିବା ସମୟରେ ୨୦୧୩ ମସିହାରେ ହୋଇଥିବା LNG ଆମଦାନୀ ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ୨୦୨୦ ଫେବୃଆରୀରେ ତାଙ୍କୁ ଏହି ମାମଲାରେ ଜାମିନ ମିଳିଯାଇଥିଲା।

4/7

ନୱାଜ ଶରିଫ: ତିନି ତିନି ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ନୱାଜ ଶରିଫ। ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ ପରଭେଜ ମୁଶରଫଙ୍କ ନେତୃତ୍ୱାଧିନ ସରକାର ସମୟରେ ନୱାଜ ଶରିଫଙ୍କୁ ୧୦ ବର୍ଷ ପାଇଁ ନିର୍ବାସିତ ଜୀବନ ଯାପନ କରିବାକୁ ପଡିଥିଲା। ହେଲେ ପରେ ଯେତେବେଳେ ସେ ପୁନର୍ବାର ସ୍ୱଦେଶ ଫେରିଲେ ସେତେବେଳେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫଦାରୀ ପକିସ୍ତାନର ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସାଉଦି ଆରବ ଠାରେ ଅବଶିଷ୍ଟ ନିର୍ବାସିତ ଜୀବନ ବିତାଇବାକୁ ପଠାଇ ଦିଆଯାଇଥିଲା।

 

5/7

ବେନଜିର ଭୁଟ୍ଟୋ: ଦୁଇ ଦୁଇ ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ ବେନଜୀର ଭୁଟ୍ଟୋ। ପ୍ରଥମେ ୧୯୮୮ ମସିହାରୁ ୧୯୯୦ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଏବଂ ୧୯୯୩ ମସିହାରୁ ୧୯୯୬ ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ହୋଇଥିଲେ ବେନଜୀର ଭୁଟ୍ଟୋ। ସେ ହେଉଛନ୍ତି ଦେଶର ପ୍ରଥମେ ଏବଂ ଶେଷ ମହିଳା ୱଜିର-ଏ-ଆଜମ ଅର୍ଥାତ ପ୍ରଧାନମନ୍ତ୍ରୀ। ୧୯୮୫ ମସିହାରେ ବେନଜୀର ଭୁଟ୍ଟୋ ତାଙ୍କ ଭାଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଆସିଥିଲେ। ଯେଉଁଠାରେ ତାଙ୍କୁ ପ୍ରାୟ ୩ ମାସ ପାଇଁ ଗୃହବନ୍ଦୀ କରି ରଖାଯାଇଥିଲା। ଏହା ପରେ ୧୯୮୬ ମସିହାରେ ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନ ଆର୍ଥିକ ରାଜଧାନୀ କରାଚି ସହରରେ ଆୟୋଜିତ ଏକ ରାଲି ସମୟରେ ଦେଶର ସରକାରଙ୍କୁ ସମାଲୋଚନା କରିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଦୁର୍ନୀତି ଅଭିଯୋଗରେ ୧୯୯୯ ମସିହାରେ ପାକିସ୍ତାନର ଏହି ପୂର୍ବତନ ମହିଳା ପ୍ରଧାନମନ୍ତ୍ରୀଙ୍କୁ ୫ ବର୍ଷର ଦଣ୍ଡାଦେଶ ମିଳିଥିଲା। ଗତ ୨୦୦୭ ବର୍ଷରେ ଯେତେବେଳେ ସେ ଯେତେବେଳେ ନିଜର ନିର୍ବାସନ ସାରିବା ପାକିସ୍ତାନ ଫେରିଥିଲେ ସେତେବେଳେ ତାଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା।

 

6/7

ୟୁସୁଫ ରାଜା ଗିଲାନୀ: ଗତ ୨୦୦୮ ବର୍ଷରେ ଏକ ଦୁର୍ନୀତି ମାମଲାରେ ସେତେବେଳର କ୍ଷମତାସୀନ ମେଣ୍ଟ ସରକାରର ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିଲା। ନକଲି କମ୍ପାନୀ ନାମରେ ଟଙ୍କା କାରବାର କରିଥିବା ଅଭିଯୋଗରେ ଗିରଫ ହୋଇଥିଲା  ୟୁସୁଫ ରାଜା ଗିଲାନୀ। ଗତ ୨୦୧୨ ବର୍ଷରେ ତାଙ୍କୁ ବାଦ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ପଡି଼ଥିଲା।

 

7/7

ଇମରାନ ଖାନ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଚଳିତ ବର୍ଷ ମେ ୯ ତାରିଖରେ ଗିରଫ କରାଯାଇଥିଲା। ତାଙ୍କୁ ପାକ୍ ରେଞ୍ଜର୍ସ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରିଥିଲା। ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବାର କୁହାଯାଉଛି।