Advertisement
Photo Details/zeeodisha/odisha1612408
photoDetails0hindi

OMG: ଏହି ଗାଁରେ ରହିବା ପାଇଁ ମିଳୁଛି ୫୦ ଲକ୍ଷ ଟଙ୍କା, ଆପଣ ଏଠାରେ ରହିବାକୁ ଚାହିଁବେ କି?

OMG news: ଯଦି ଆପଣଙ୍କୁ କେହି କୁହନ୍ତି କି ଆପଣ ଏକ ସୁନ୍ଦର ଗାଁକୁ ଯାଇପାରିବେ ଏଥିପାଇଁ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ମିଳିବ। ତେବେ ଏହା ଶୁଣି ଆପଣ କଣ ଭାବିବେ। ଆମେ ମଜା କରୁନାହୁଁ  ସ୍ୱିଜରଲ୍ୟାଣ୍ଡରେ ଥିବା ଏକ ଗାଁରେ ଏଭଳି ସୁବିଧା ଦେଇଥାଏ । ଏହି ଗାଁଟି ବହୁତ ସୁନ୍ଦର ହୋଇଥିବାବେଳେ ଏଠାରେ ରହିବା ନେଇ କିଛି ସର୍ତ୍ତ ଅଛି ।

1/5

ଭାଲାଇସର ସ୍ୱିଜରଲ୍ୟାଣ୍ଡର(Switzerland) କ୍ୟାଣ୍ଟିନରେ ଅବସ୍ଥିତ ଆଲବିନେନର ଆକର୍ଷଣୀୟ ପାର୍ବତ୍ୟ ଉପତ୍ୟକାରେ ଥିବା ଏହି ଗ୍ରାମରେ ନିଜ ପରିବାରକୁ ସ୍ଥାନାନ୍ତର କରିବାର ଏକ ସୂବର୍ଣ୍ଣ ସୁଯୋଗ ରହିଛି । ଏହା ସମୁଦ୍ର ପତ୍ତନଠାରୁ ୪,୨୬୫ ଫୁଟ ଉଚ୍ଚରେ ଅବସ୍ଥିତ। ଏହି ଗାଁରେ ତୁଷାରପାତ ହେବା ସହ ବହୁତ ଥଣ୍ତା ମଧ୍ଯ ପଡ଼େ ।

2/5

ତେବେ ଏଠାରେ ଅଧିକାଂଶ ଲୋକ ପଡ଼ୋଶୀ ସହରକୁ ଚାଲିଯାଆନ୍ତି। ଏହି କାରଣରୁ ଏହି ଗାଁଟି ବିଲୁପ୍ତ ହେବା ନେଇ ଆଶଙ୍କା କରାଯାଉଛି। ଏହାକୁ କମେଇବା ଲାଗି ପାଇଁ ୨୦୧୮ ମସିହାରେ £ ୫୦,୦୦୦ (୫୦ ଲକ୍ଷ)ରୁ ଅଧିକ ପରିବାରକୁ ଆଲବିନେନକୁ ସ୍ଥାନାନ୍ତର କରିବା ନେଇ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

3/5

ପ୍ରତ୍ୟେକ ବ୍ୟକ୍ତି ପାଇଁ ୨୫,୦୦୦ ସ୍ବିସ୍ ଫ୍ରାଙ୍କ ( ଅର୍ଥାତ୍ ୨୨.୫ ଲକ୍ଷ) ବ୍ୟତୀତ ୪ ଜଣ ପରିବାର ପ୍ରତ୍ୟେକ ପିଲାଙ୍କୁ ପାଇଁ ଅତିରିକ୍ତ ୧୦,୦୦୦ ସ୍ବିସ୍ ଫ୍ରାଙ୍କ(ଅର୍ଥାତ୍ ୨ ଲକ୍ଷ) ପାଇବେ ।

4/5

ଏହି କାର୍ଯ୍ୟକ୍ରମଟି ଏକ ଅନୁମତି ବାସଭବନ ସହିତ ସ୍ୱିଜରଲ୍ୟାଣ୍ଡ ନାଗରିକଙ୍କ(Switzerland Citizenship) ପାଇଁ ଖୋଲା ଅଛି। ୟୁରୋପୀୟ ୟୁନିୟମ କିମ୍ବା ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘର ନାଗରିକ ତଥା ଆମେରିତା ଓ କାନାଡ଼ା ମଧ୍ଯ ସ୍ୱିଜରଲ୍ୟାଣ୍ଡ ୫ ବର୍ଷ ରହିବା ପରେ ଅନୁମତି ପାଇଁ ଆବେଦନ କରିପାରିବେ ।

5/5

ଆବେଦନକାରୀଙ୍କ ବୟସ ୪୫ ବର୍ଷରୁ କମ ହେବା ଆବଶ୍ୟକ ଓ ଏହି କାର୍ଯ୍ୟକ୍ରମ ଲାଗି ଯୋଗ୍ୟ ହେବା ପାଇଁ ଅତିକମରେ ଦଶ ବର୍ଷ ପର୍ଯ୍ୟନ୍ତ ୨୦୦,୦୦୦ ସ୍ବିସ୍ ଫ୍ରାଙ୍କ( ୧୮ ମିଲିୟନ) ମୂଲ୍ୟର ଏକ ଆଲବିନେନ ଘରେ ରହିବାକୁ ରାଜି ହେବାକୁ ପଡ଼ିବ । ଯଦି ୧୦ ବର୍ଷ ପୂର୍ବରୁ କେହି ଯିବାକୁ ଚାହାନ୍ତି ତାହାଲେ ତାଙ୍କୁ £ ୫୦,୦୦୦ ଦେବାକୁ ପଡ଼ିବ ।