Advertisement
Photo Details/zeeodisha/odisha1771798
photoDetails0hindi

Sanjeev Kumar Birth Anniversary: 'ସୋଲେ' ରେ ଗବର ହେବାକୁ ଚାହୁଁଥିଲେ କିନ୍ତୁ ବନିଗଲେ ଠାକୁର୍...

Sanjeev Kumar Birth Anniversary: ଦିଗଗଜ ଅଭିନେତା ସଞ୍ଜୀବ କୁମାର (Sanjeev Kumar)। ସେ ଆଜି ଆମ ଗହଣରେ ନାହାଁନ୍ତି ସତ। ହେଲେ ତାଙ୍କ ଅଭିନୟକୁ ଆଜିବି ଝୁରି ହେଉଛନ୍ତି ଦର୍ଶକ। ୧୯୩୮ ମସିହା, ଜୁଲାଇ ୯ରେ ସେ ଜନ୍ମ ଗ୍ରହଣ କରିଥିଲେ। ୪୭ ବର୍ଷ ବୟସରେ ଗୁଜୁରାତରେ ସେ ଆଖି ବୁଜିଥିଲେ। ହେଲେ ବଲିଉଡକୁ ଦେଇଛନ୍ତି ଅନେକ ସପୁରହିଟ୍ ଫିଲ୍ମ।

1/5

ସଞ୍ଜୀବ କୁମାର, ଯିଏ ପୂର୍ବରୁ ଜଣେ ମଞ୍ଚ ଅଭିନେତା ଥିଲେ ଏବଂ ପରେ ନିଜର ଦକ୍ଷତା,ପରିଶ୍ରମ ବଳରେ ଜଣେ ଆଗଧାଢିର ଅଭିନେତା ହୋଇପାରିଥିଲେ। ହାମ୍ ହିନ୍ଦୁସ୍ତାନୀ (Hum Hindustani) ଫିଲ୍ମରେ ସେ ଡେବ୍ୟୁ କରିଥିଲେ । ସଞ୍ଜୀବ କୁମାର 'ସଙ୍ଗର୍ଷ', 'ସଚ୍ଚାଇ', 'ପରିଚୟ', 'କୋଷିସ୍', 'ଆନ୍ଧି', 'ମୌ ସୁମ' ଏବଂ 'ଅଙ୍ଗୁର' ଫିଲ୍ମରେ  ଅଭିନୟ କରିଛନ୍ତି।

 

2/5

ସଞ୍ଜୀବ କୁମାରଙ୍କର ସବୁଠୁ ବ୍ଲକବଷ୍ଟର ଫିଲ୍ମ ଥିଲା 'ସୋଲେ'(Sholay) । ଯାହା ୧୯୭୫ରେ ମୁକ୍ତିଲାଭ କରିଥିଲେ। ତେବେ, ଏହି ଫିଲ୍ମରେ ସେ ଠାକୁର ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ସେ ଠାକୁର ଭୂମିକାରେ ଅଭିନୟ କରିବାକୁ ଚାହୁ ନ ଥିଲେ , ସେ ଗବର ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ। କିନ୍ତୁ ନିର୍ଦ୍ଦେଶକ ରମେଶ ସିପି ତାଙ୍କୁ ଠାକୁର ଭୂମିକାରେ ଦେଖିବାକୁ ଚାହୁଁଥିଲେ।

3/5

'ସୀତା ଅର ଗୀତା' ପରେ ରମେଶ ସିପି ପୁଣି ଥରେ ହେମା ମାଳିନୀ, ଧର୍ମେନ୍ଦ୍ର ଏବଂ ସଞ୍ଜୀବ କୁମାରଙ୍କୁ ପରଦାରେ ଦେଖିବାକୁ ଚାହୁଁଥିଲେ। ଏଭଳି ପରିସ୍ଥିତିରେ ରମେଶ ଠାକୁରଙ୍କ ଭୂମିକା ପାଇଁ ସଞ୍ଜୀବଙ୍କୁ ବାଛିଥିଲେ। 

4/5

କିନ୍ତୁ କୁହାଯାଏ ଯେ, ଠାକୁରଙ୍କ ଭୂମିକା ପାଇଁ ସଞ୍ଜୀବ ନିର୍ଦ୍ଦେଶକଙ୍କର ପ୍ରଥମ ପସନ୍ଦ ନଥିଲେ। 

5/5

ଏହି ଭୂମିକା ପାଇଁ ପୂର୍ବରୁ ଦିଲୀପ କୁମାରଙ୍କୁ ଦିଆଯାଇଥିଲା, କିନ୍ତୁ ଯେତେବେଳେ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ସେତେବେଳେ ଏହା ସଞ୍ଜୀବଙ୍କ ପାଖକୁ ଯାଇଥିଲା । ଅଫର ଆସିଥିବା ସୋଲେ ଫିଲ୍ମରେ ଅଭିନୟ ନ କରିଥିବାରୁ ଏହା ତାଙ୍କ ଜୀବନର ଏକ ବଡ ଅବଶୋଷ ବୋଲି କୁହନ୍ତି ଦିଲ୍ଲୀପ।