Advertisement
Photo Details/zeeodisha/odisha1187135
photoDetails0hindi

ଭାରତର ଏହି ରେଳ ଟ୍ରାକ୍ ଉପରେ ଆଜି ବି ବ୍ରିଟିଶଙ୍କ ରହିଛି ଅଧିକାର! ସରକାରଙ୍କୁ ଦେବାକୁ ପଡ଼େ ପ୍ରତିବର୍ଷ ଟିକସ

Shakuntala Railways Line: ଆଜି ଆମେ ଆପଣଙ୍କୁ ଏପରି ଏକ ରେଳ ଟ୍ରାକ୍ (Railway Line) ବିଷୟରେ କହିବାକୁ ଯାଉଛୁ, ଯାହା ଉପରେ ଆଜି ବି ବ୍ରିଟେନର ଦଖଲ ରହିଛି । ଏହି ଟ୍ରାକ (Train Track) ରେ ଟ୍ରେନ୍ ଚଲାଇବା ପାଇଁ ଭାରତୀୟ ରେଲୱେ (Indian Railways) ବ୍ରିଟେନର ଏକ ଘରୋଇ କମ୍ପାନୀକୁ ବାର୍ଷିକ ୧ କୋଟି ୨୦ ଲକ୍ଷ ଟଙ୍କା ଦେଇଥାଏ ।

1/6

ନୂଆଦିଲ୍ଲୀ: Shakuntala Railways Line: ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ (Trains) ଯାତାୟତ କରନ୍ତି । ଲକ୍ଷ ଲକ୍ଷ ଲୋକ ଏଥିରେ ଯାତ୍ରା କରନ୍ତି । ଆପଣ ଅନେକ ରେଳ ଟ୍ରାକ୍ ବିଷୟରେ ଶୁଣିଥିବେ, ଯାହା ଅତି ଦୁର୍ଗମ ଅଞ୍ଚଳରେ ନିର୍ମିତ ହୋଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ରେଳ ଟ୍ରାକ୍ (Railway Line) ବିଷୟରେ କହିବାକୁ ଯାଉଛୁ, ଯାହା ଉପରେ ଆଜି ବି ବ୍ରିଟେନର ଦଖଲ ରହିଛି । ଏହି ଟ୍ରାକ (Train Track) ରେ ଟ୍ରେନ୍ ଚଲାଇବା ପାଇଁ ଭାରତୀୟ ରେଲୱେ (Indian Railways) ବ୍ରିଟେନର ଏକ ଘରୋଇ କମ୍ପାନୀକୁ ବାର୍ଷିକ ୧ କୋଟି ୨୦ ଲକ୍ଷ ଟଙ୍କା ଦେଇଥାଏ ।

2/6

ଏହି ରେଳ ଟ୍ରାକ୍ ମହାରାଷ୍ଟ୍ର (Maharashtra) ର ଅମ୍ରାବତୀ (Amravati) ରେ ରହିଛି । ଏହି ମାର୍ଗରେ ଚାଲୁଥିବା ଶକୁନ୍ତଳା ଏକ୍ସପ୍ରେସ (Shakuntala Express) ଯୋଗୁଁ ଏହାକୁ 'ଶକୁନ୍ତଳା ରେଳ ମାର୍ଗ' ( Shakuntala Railways Line) ମଧ୍ୟ କୁହାଯାଏ । 

3/6

୧୯୦୩ ମସିହାରେ ବ୍ରିଟିଶ୍ କମ୍ପାନୀ (British Company) କ୍ଲିକ୍ ନିକ୍ସନ୍ (Click Nixon) ତରଫରୁ ଏହି ଟ୍ରାକ୍ ତିଆରି କରିବାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୯୬୧ରେ ରେଳ ଟ୍ରାକ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଏହି କମ୍ପାନୀ ଆଜି ସେଣ୍ଟାଲ ପ୍ରୋଭିନ୍ସ ରେଲୱେ କମ୍ପାନୀ (Central Provinces Railway Company) ନାମରେ ଜଣାଶୁଣା ।

4/6

ଅମ୍ରାବତୀ ଅଞ୍ଚଳ ନିଜର କପା ପାଇଁ ସାରା ଦେଶରେ ପ୍ରସିଦ୍ଧ ଥିଲା । ବ୍ରିଟିଶମାନେ ମୁମ୍ବାଇ ବନ୍ଦରକୁ କପା ପରିବହନ ପାଇଁ ଏହି ରେଳ ଲାଇନ୍ ନିର୍ମାଣ କରିଥିଲେ । ସେହି ସମୟରେ କେବଳ ଘରୋଇ ସଂସ୍ଥାଗୁଡ଼ିକ ରେଳ ନେଟୱାର୍କ ବିସ୍ତାର କରିବା ପାଇଁ କାର୍ଯ୍ୟ କରୁଥିଲେ ।

5/6

ଆଜି ବି ଏହି ଟ୍ରାକ୍ ଏହି ବ୍ରିଟିଶ କମ୍ପାନୀର ଦଖଲରେ ରହିଛି । ଏହାର ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଏହା ଉପରେ ଅଛି । ପ୍ରତିବର୍ଷ ଟଙ୍କା ଦେବା ସତ୍ତ୍ୱେ ଏହି ଟ୍ରାକ୍ ବହୁତ  ଜର୍ଜିତ ଅବସ୍ଥାରେ ରହିଛି । ରେଳ ସୂତ୍ରରୁ ପ୍ରକାଶ ଯେ ଗତ ୬୦ ବର୍ଷ ଧରି ଏହାର ମରାମତି ମଧ୍ୟ ହୋଇନାହିଁ । ଏହା ଉପରେ ଚାଲୁଥିବା JDM ସିରିଜ୍ ଡିଜେଲ ଲୋକୋ ଇଞ୍ଜିନର ସର୍ବାଧିକ ସ୍ପିଡ୍ ୨୦ କିଲୋମିଟରରେ ରଖାଯାଇଛି ।

ଏହା ବି ପଢ଼ନ୍ତୁ:-ୟୁକ୍ରେନ ପରେ ବର୍ତ୍ତମାନ ଏହି ଦେଶକୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଋଷ, ବର୍ଡରକୁ ପଠାଇଲା ଭୟଙ୍କର ପରମାଣୁ କ୍ଷେପଣାସ୍ତ୍ର

ଏହା ବି ପଢ଼ନ୍ତୁ:-ଏସବୁ ଦେଶରେ ରହିଛି ଭାରତର ମିଲିଟ୍ରୀ ବେସ୍, ଦେଖନ୍ତୁ ପୁରା ତାଲିକା

ଏହା ବି ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧରେ ନିଜର ଆହତ ସୈନ୍ୟଙ୍କୁ ଗୁଳି କରି ହତ୍ୟା କରୁଛି ଋଷ! ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

6/6

ଏହି ରେଳ ମାର୍ଗରେ ଥିବା ସିଗନାଲଗୁଡ଼ିକ ବ୍ରିଟିଶ କାଳରେ ତିଆରି କରାଯାଇଥିଲା । ଏଠାରୁ ଚାଲୁଥିବା ଶକୁନ୍ତଳା ଏକ୍ସପ୍ରେସ ଟ୍ରେନ (Shakuntala Express Train) ରେ ପ୍ରତିଦିନ ଏକ ହଜାରରୁ ଅଧିକ ଲୋକ ଯାତ୍ରା କରନ୍ତି ।