Advertisement
Photo Details/zeeodisha/odisha1777225
photoDetails0hindi

Horoscope Today 13 July 2023: ଦୂରସ୍ଥାନକୁ ଯାତ୍ରାକୁ ବେଳେ ସର୍ତକ ରୁହନ୍ତୁ ଏହି ୨ ରାଶି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଗୁରୁବାର

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ ରାଶି: ସ୍ବାସ୍ଥ୍ୟ ଭଲ ରହିବ। ପୂଜାର୍ଚ୍ଚନା ପାଇଁ ଦିନଟି ଅନୁକୂଳ ଅଟେ। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ । ବିଦେଶ ଯାତ୍ରା ନେଇ ସୁଯୋଗ ମିଳିପାରେ। ମହିଳା ଓ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ ଅଟେ ।

2/12

ବୃଷ ରାଶି: ନୂତନ ଲୋକମାନଙ୍କ ସହ ଯୋଗାଯୋଗକୁ ଆସିପାରନ୍ତି । ଆକସ୍ମିକ ବିପଦ ହେତୁ ସତର୍କ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ପାରିବାରିକ ଜୀବନରେ ଝଡ଼ ଦେଖାଦେଇପାରେ ।

3/12

ମିଥୁନ ରାଶି: ସମସ୍ତ କାର୍ଯ୍ୟରେ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତାଙ୍କ କ୍ଷେତ୍ରରେ ଅଧିକ ସମ୍ବେଦନଶୀଳ ହେବେ। ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ନଚେତ୍ କ୍ଷତି ହୋଇପାରେ ।

4/12

କର୍କଟ ରାଶି: ଯେକୌଣସି କାର୍ଯ୍ୟ ସଫଳ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ ଅଟେ । ମିତ୍ର ତଥା ସ୍ଵଜନମାନଙ୍କ ସହ ସାକ୍ଷାତ କରି ଖୁସି ହେବେ। ଲଘୁ ଯାତ୍ରାର ଯୋଗ ରହିଛି। ଭାଇ-ବନ୍ଧୁଙ୍କ ସହ ମିଳିମିଶି ରହିବା ଲାଭଦାୟକ ରହିବ। ଆର୍ଥିକ୍ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନେ ପରାଜିତ ହେବ।

5/12

ସିଂହ ରାଶି: ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହ ଭେଟ ହୋଇପାରେ । ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।

6/12

କନ୍ୟା ରାଶି: ସୌହାର୍ଯ୍ୟପୂର୍ଣ୍ଣ ସମ୍ବନ୍ଧ ବିକଶିତ କରି ନିଜ କାମ ହାସଲ କରିପାରିବେ । ବ୍ୟବସାୟ ଦୃଷ୍ଟି କୋଣରୁ ଆଜିର ଦିନ ଲାଭଦାୟୀ ପ୍ରମାଣିତ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ପରିଜନମାନଙ୍କ ସହିତ ସାକ୍ଷାତ କରି ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ରହିଛି।

7/12

ତୁଳା ରାଶି: ପରୋପକାର ବଦଳରେ ଉପକାର ମିଳିବ । ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଓ ସମସ୍ୟା ମନର ଶାନ୍ତିକୁ ଭଙ୍ଗ କରିପାରେ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ କରି ଶାନ୍ତି ଅନୁଭବ କରିବେ । ଯାତ୍ରା ସମୟରେ ସର୍ତକ ରୁହନ୍ତୁ ।

8/12

ବିଛା ରାଶି: ଗୃହସ୍ଥ ଜୀବନରେ ସୁଖ ଓ ସନ୍ତୋଷ ଅନୁଭୂତ ହେବ । ପତ୍ନୀ ତଥା ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ମିଳିବ। ଆୟ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।

9/12

ଧନୁ ରାଶି: ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଦିନଟି ଭଲରେ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥ ଜୀବନରେ ଆନନ୍ଦ ଓ ଶାନ୍ତି ଲାଗି ରହିବ ।

10/12

ମକର ରାଶି: ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟ ଓ ବ୍ୟବସାୟରେ ନୂଆ ବିଚାରଧାରା ଜାଗ୍ରତ ହେବ।  ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । ସନ୍ତାନଙ୍କ ସମସ୍ୟା ଯୋଗୁଁ ଚିନ୍ତାରେ ପଡ଼ିପାରନ୍ତି ।

11/12

କୁମ୍ଭ ରାଶି: ନକାରାତ୍ମକ ବିଚାର ଯୋଗୁଁ ହତାଶ ହୋଇପାରନ୍ତି। ମାନସିକ ଉଦ୍ଵେଗ ଯୋଗୁଁ ଦିନଟି ଭଲରେ କଟିବ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ନ ରଖିିଲେ ପରିବାରରେ ମନମାଳିନ୍ୟ ଓ ଝଗଡ଼ା ହେବା ନେଇ ଆଶଂକା ରହିଛି। ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

12/12

ମୀନ ରାଶି: ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରୀମାନଙ୍କ ସମୟ ଉତ୍ତମ ଅଟେ। ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ର ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତ କରି ଖୁସି ହେବେ। ଅବିବାହିତଙ୍କ ଲାଗି ବିବାହ ନେଇ ଯୋଗ ରହିଛି ।