Advertisement
Photo Details/zeeodisha/odisha1169786
photoDetails0hindi

ଜିନ୍ସର ରଙ୍ଗ କାହିଁକି ହୋଇଥାଏ ନୀଳ? ଜାଣନ୍ତୁ ଏହା ପଛର କାରଣ

ଆମେରିକା ଜିନ୍ସ (Jeans) କୁ ଦୁନିଆରେ ପରିଚିତ କରାଇଛି । ଏହି ଦେଶ ମାଧ୍ୟମରେ ଜିନ୍ସ ଦୁନିଆର ସବୁ କୋଣରେ ପହଞ୍ଚିଥିଲା ​। ଜିନ୍ସ ଯାହା ଆଜି ଏକ ଫ୍ୟାଶନ୍ ଷ୍ଟେଟମେଣ୍ଟ ଭାବରେ ବିବେଚନା କରାଯାଏ, ତାହା ପ୍ରକୃତରେ ଶ୍ରମିକମାନଙ୍କ ପାଇଁ ତିଆରି କରାଯାଇଥିଲା । ଜିନ୍ସ ତିଆରି କରିବାର କାରଣ ଏହା ଥିଲା ଯେପରି ଶ୍ରମିକମାନଙ୍କ ପୋଷାକ ଅତ୍ୟଧିକ ମଇଳା ନ ହେବ । ହଁ ଆଜ୍ଞା, ପ୍ୟାଣ୍ଟକୁ ବାରମ୍ବାର ନ ଧୋଇବା ପାଇଁ ଜିନ୍ସକୁ ତିଆରି କରାଯାଇଥିଲା । ଆଜିର ସମୟରେ ପ୍ରାୟ ସମସ୍ତେ ଜିନ୍ସ ପିନ୍ଧନ୍ତି ।

1/5

ନୂଆଦିଲ୍ଲୀ: ଆଜିକାଲି ଜିନ୍ସ (Jeans) ସମସ୍ତଙ୍କ ପାଇଁ ଏକ ଫ୍ୟାଶନରେ ପରିଣତ ହୋଇଛି । ଯାହା ବର୍ଷ ବର୍ଷ ଧରି ନୁହେଁ ବରଂ ଶତାବ୍ଦୀ ଧରି ଚାଲିଆସୁଛି । ଜିନ୍ସର ଇତିହାସ ୨୦୦ ବର୍ଷରୁ ଅଧିକ ହେବ ଓ ଏହାର ଷ୍ଟାଇଲରେ ସାମାନ୍ୟ ପାର୍ଥକ୍ୟ ଯଦି ଛାଡ଼ି ଦିଆଯାଏ, ତେବେ ବାକି ଜିନ୍ସ ସେହିପରି ଯେପରି ଲେଭିସ୍ କମ୍ପାନୀ (Levis Company) ଆରମ୍ଭରେ ତିଆରି କରିଥିଲା । ବର୍ଷ ବର୍ଷ ଧରି ଜିନ୍ସରେ ଅନେକ ମୌଳିକ ପାର୍ଥକ୍ୟ ଦେଖାଯାଇଛି, କିନ୍ତୁ ଏହାର ରଙ୍ଗ ଏବେବି ନୀଳ (Blue) ହୋଇଥାଏ ।

2/5

ଜିନ୍ସ (Jeans) ରଙ୍ଗ କରିବା ପାଇଁ ରଙ୍ଗକୁ ଗରମ ପାଣି କିମ୍ବା କୌଶଳରେ ଉଚ୍ଚ ତାପମାତ୍ରା ବ୍ୟବହାର କରି କପଡ଼ା ଉପରେ ରଙ୍ଗ ପ୍ରୟୋଗ କରାଯାଏ । ଏହାର କାରଣ ହେଉଛି ଅଧିକାଂଶ ରଙ୍ଗ କେବଳ ଉଚ୍ଚ ତାପମାତ୍ରାରେ କାମ କରେ, କିନ୍ତୁ ନୀଳ ରଙ୍ଗ ଅର୍ଥାତ୍ ଇଣ୍ଡିଗୋ ରଙ୍ଗ (Indigo Dye) ରେ ଏପରି ନଥିଲା । ଏହି ପ୍ରାକୃତିକ ରଙ୍ଗ କେବଳ ବାହ୍ୟ ସୂତାରେ ଲାଗିଥାଏ ଓ ଏହା ପାଇଁ ଉଚ୍ଚ ତାପମାତ୍ରାର ଆବଶ୍ୟକତା ହୋଇ ନଥାଏ ।

3/5

ପ୍ରତ୍ୟେକ ଥର ଜିନ୍ସ (Jeans) ଧୋଇଲେ ଟିକିଏ ରଙ୍ଗ ବାହାରିଯାଏ ଓ ଜିନ୍ସ୍ର କପଡ଼ା ସ୍ୱୟଂଚାଳିତ ଭାବରେ ନରମ ହୋଇଯାଏ । କାରଣ ରାସାୟନିକ ରଙ୍ଗ ଅପେକ୍ଷା ଇଣ୍ଡିଗୋ ରଙ୍ଗ ଶସ୍ତା ଥିଲା ।

4/5

ବର୍ତ୍ତମାନ ସମୟରେ ଜିନ୍ସକୁ ରଙ୍ଗ କରିବା ପାଇଁ ସେହି ସମାନ ପ୍ରକ୍ରିୟା ବ୍ୟବହୃତ ହୁଏ ଓ ଜିନ୍ସ ବର୍ତ୍ତମାନ ଏକ ଫ୍ୟାଶନ୍ ଷ୍ଟେଟମେଣ୍ଟ ଭାବରେ ମନେ କରାଯାଏ । ବ୍ଲୁ ଜିନ୍ସ ଓ ଏହାର ଅଲଗା ଅଲଗା ଛାୟା ତଥାପି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

5/5

ଏଠାରେ କହି ରଖୁଛୁ ଯେ, ଆମେରିକା ଜିନ୍ସ (Jeans) କୁ ଦୁନିଆରେ ପରିଚିତ କରାଇଛି । ଏହି ଦେଶ ମାଧ୍ୟମରେ ଜିନ୍ସ ଦୁନିଆର ସବୁ କୋଣରେ ପହଞ୍ଚିଥିଲା ​। ଜିନ୍ସ ଯାହା ଆଜି ଏକ ଫ୍ୟାଶନ୍ ଷ୍ଟେଟମେଣ୍ଟ ଭାବରେ ବିବେଚନା କରାଯାଏ, ତାହା ପ୍ରକୃତରେ ଶ୍ରମିକମାନଙ୍କ ପାଇଁ ତିଆରି କରାଯାଇଥିଲା । ଜିନ୍ସ ତିଆରି କରିବାର କାରଣ ଏହା ଥିଲା ଯେପରି ଶ୍ରମିକମାନଙ୍କ ପୋଷାକ ଅତ୍ୟଧିକ ମଇଳା ନ ହେବ । ହଁ ଆଜ୍ଞା, ପ୍ୟାଣ୍ଟକୁ ବାରମ୍ବାର ନ ଧୋଇବା ପାଇଁ ଜିନ୍ସକୁ ତିଆରି କରାଯାଇଥିଲା । ଆଜିର ସମୟରେ ପ୍ରାୟ ସମସ୍ତେ ଜିନ୍ସ ପିନ୍ଧନ୍ତି ।

ଅଧିକ ପଢ଼ନ୍ତୁ:-ଜିନ୍ସରେ କାହିଁକି ଦିଆଯାଏ ଛୋଟ ପକେଟ୍? ଜାଣନ୍ତୁ ଏହାର ସଠିକ୍ ଉତ୍ତର

ଅଧିକ ପଢ଼ନ୍ତୁ:-ଆପଣ ଜାଣିଛନ୍ତି କି ଜିନ୍ସ ପ୍ୟାଣ୍ଟର ଚେନରେ କାହିଁକି ଲେଖା ହୋଇଥାଏ 'YKK'?