Advertisement
Photo Details/zeeodisha/odisha1852391
photoDetails0hindi

World Coconut Day 2023: ଏମିତି ବନାନ୍ତୁ ନଡ଼ିଆ ଚଟଣି, ସ୍ୱାଦ ହେବ ଦମଦାର

ଆଜି ବିଶ୍ୱ ନଡ଼ିଆ ଦିବସରେ ଆମେ ଆପଣଙ୍କୁ ଦକ୍ଷିଣ ଭାରତୀୟ ଶୈଳୀରେ ନଡ଼ିଆ ଚଟଣି ପ୍ରସ୍ତୁତ କରିବାର ଉପାୟ କହିବୁ । ଆପଣ ଶିଖିବା ପରେ ଘରେ ତିଆରି କରି ଖାଇବା ସହ ଅନ୍ୟମାନଙ୍କୁ ଖାଇବାକୁ ଦେଇ ପ୍ରଶଂସା ପାଇପାରିବେ ।

1/6

କେବଳ ସ୍ନାକ୍ସ ନୁହେଁ ଅନେକ ଲୋକ ପ୍ରାୟତ ଅଧିକାଂଶ  ଖାଦ୍ୟ ସହିତ ନଡ଼ିଆ ଚଟଣି ଖାଇବାକୁ ପସନ୍ଦ କରିଥାନ୍ତି । ଆପଣ ଖୁବ୍ କମ୍ ସମୟ ମଧ୍ୟରେ ସ୍ୱାଦିଷ୍ଟ ନଡ଼ିଆ ଚଟନି ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହା ଆପଣ କିପରି ପ୍ରସ୍ତୁତ କରିବେ ।

2/6

ନଡ଼ିଆ ଚଟଣି ତିଆରି ପାଇଁ ଆପଣ ନଡିଆ କୋରା ୧ କପ, ଚଣା ଡାଲି ଭଜା ୧ ଚାମଚ, କଞ୍ଚା ଲଙ୍କା ୨ଟି, ଅଦା ଛୋଟ ଖଣ୍ଡେ ଓ ୪ରୁ ୫ଟି ବାଦାମ ନିଅନ୍ତୁ ।

3/6

ଯଦି ଆପଣ ଏହାକୁ ମସାଲାଦାର କରିବାକୁ ଚାହୁଁଛନ୍ତି ତେବେ, ୨ଚାମଚ ସୋରିଷ, ଭୃସଙ୍ଗ ପତ୍ର ଅଳ୍ପ, ଶୁଖିଲା ଲଙ୍କା, ଲେମ୍ୱୁ ରସ ୧ ଚାମଚ, ତେଲ ୧ ଚାମଚ ଓ ସ୍ୱାଦ ଅନୁସାରେ ଲୁଣ ବ୍ୟବହାର କରିପାରିବେ ।

4/6

ସ୍ୱାଦଯୁକ୍ତ ନଡ଼ିଆ ଚଟଣି ତିଆରି କରିବାକୁ ଆପଣଙ୍କୁ ମାତ୍ର ଅଳ୍ପ ସମୟ ଲାଗିବ । ପ୍ରଥମେ ଏକ ନଡ଼ିଆ ନେଇ ଏହାକୁ ଭାଙ୍ଗନ୍ତୁ ଏବଂ କୋରି ନିଅନ୍ତୁ । ନଡ଼ିଆକୁ ଅଳ୍ପ ଭାଜିବା ପରେ ଏକ ପାତ୍ରରେ ରଖନ୍ତୁ । ଏହା ପରେ ଗରମ କରିବା ପାଇଁ ହାଲୁକା ଅଗ୍ନିରେ ଏକ ପ୍ୟାନ ରଖନ୍ତୁ । ପ୍ୟାନରେ ୧ ଚାମଚ ଚାଣା ଡାଲି ମିଶାନ୍ତୁ ଏବଂ ଏହାକୁ କମ୍ ଆଞ୍ଚରେ ଭାଜନ୍ତୁ । ଡାଲିର ରଙ୍ଗ ହାଲୁକା ବାଦାମୀ ହୋଇଯିବା ପରେ ଗ୍ୟାସ ବନ୍ଦ କରି ଏକ ପାତ୍ରରେ ଡାଲିକୁ ବାହାର କରିନିଅନ୍ତୁ ।

5/6

ବର୍ତ୍ତମାନ ଭୃସଙ୍ଗ ପତ୍ର ଭଲ ଭାବରେ କାଟି ଦିଅନ୍ତୁ । ବର୍ତ୍ତମାନ ଏକ ମିକ୍ସର୍ ପାତ୍ର ନେଇ କୋରା ନଡ଼ିଆ, ଭଜା ହୋଇଥିବା ଚଣା ଡାଲି, କଞ୍ଚା ଲଙ୍କା, ଅଦା ଏବଂ ବାଦାମ ମିଶାନ୍ତୁ । ଏହା ପରେ ପାତ୍ରରେ ଅଧା କପ୍ ଗରମ ପାଣି ମିଶାନ୍ତୁ । ପରେ ଢାଙ୍କୁଣୀକୁ ଘୋଡାଇ ଦିଅନ୍ତୁ ଏବଂ ସବୁକିଛି ଭଲଭାବରେ ଗ୍ରାଇଣ୍ଡ୍ କରନ୍ତୁ । ଯେତେବେଳେ ପେଷ୍ଟ୍ ବହୁତ ଚିକ୍କଣ ଏବଂ ପତଳା ହୋଇଯାଏ, ଏହାକୁ ଏକ ବଡ଼ ପାତ୍ରରେ ବାହାର କରି ରଖନ୍ତୁ ।

6/6

ବର୍ତ୍ତମାନ ତଡକା ତିଆରି ପାଇଁ ଏକ ଛୋଟ ପ୍ୟାନ ନିଅନ୍ତୁ ଏବଂ ସେଥିରେ ଗୋଟିଏ ଚାମଚ ତେଲ ମିଶାଇ ହାଲୁକା ନିଆଁରେ ଗରମ କରନ୍ତୁ । ତେଲ ଗରମ ହୋଇଗଲେ ସୋରିଷ ମଞ୍ଜି, ଡାଲି ଏବଂ ଭୃସଙ୍ଗ ପତ୍ର ମିଶାଇ କିଛି ସମୟ ଭାଜନ୍ତୁ । ଯେତେବେଳେ ସୋରିଷ ମଞ୍ଜି ଏବଂ ଡାଲି ଫାଟିବା ଆରମ୍ଭ କରିବ ସେତେବେଳେ ଗ୍ୟାସ୍ ବନ୍ଦ କରିନେବେ । ପରେ ପ୍ରସ୍ତୁତ ଚଟଣି ଉପରେ ସ୍ୱାଦ ଅନୁଯାୟୀ ଲେମ୍ବୁ ରସ ଏବଂ ଲୁଣ ମିଶାନ୍ତୁ । ସ୍ୱାଦଯୁକ୍ତ ନଡ଼ିଆ ଚଟଣି ଖାଇବାକୁ ପ୍ରସ୍ତୁତ  ହୋଇଗଲା ।