Advertisement
Photo Details/zeeodisha/odisha1146202
photoDetails0hindi

ପୁଟିନଙ୍କୁ ଡରାଉଛି ୟୁକ୍ରେନର 'J ଫ୍ୟାକ୍ଟର'! ଜାଣନ୍ତୁ ଜେଲେନସ୍କିଙ୍କ ଏହି ବ୍ରହ୍ମାସ୍ତ୍ର ବିଷୟରେ...

 Russia-Ukraine War: ତେବେ, ଗୋଟିଏ ପଟେ ୟୁକ୍ରେନ (Ukraine) ର ଆତ୍ମସମର୍ପଣ ଉପରେ ଗୁରୁତ୍ୱ ଦିଆଯାଉଛି । ଅନ୍ୟ ପଟେ ପୁଟିନ (Vladimir Putin) ୟୁକ୍ରେନର 'J ଫ୍ୟାକ୍ଟର'କୁ ଭୟ କରୁଛନ୍ତି ।

1/8

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଲଢ଼େଇ ଚାଲିଛି । ଏହି ଯୁଦ୍ଧ କେବେ ବନ୍ଦ ହେବ ତାହା କେହି ଜାଣି ନାହାଁନ୍ତି । ଆମେରିକା (America) ସମେତ ଅନେକ ଦେଶ ଋଷ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ ।

2/8

ସମସ୍ତେ ଅନୁଭବ କରୁଛନ୍ତି ଯେ ବର୍ତ୍ତମାନ ଏହି ଯୁଦ୍ଧରେ ୟୁକ୍ରେନର ପରାଜୟ ନିଶ୍ଚିତ ଓ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Ukrainian President Volodymyr Zelensky) ଙ୍କୁ ଆତ୍ମସମର୍ପଣ କରିବା ଉଚିତ । ଏହାସହ ତାଙ୍କୁ ଋଷର ସମସ୍ତ ଦାବିକୁ ମାନି ନେବା ଆବଶ୍ୟକ । 

3/8

ତେବେ, ଗୋଟିଏ ପଟେ ୟୁକ୍ରେନ (Ukraine) ର ଆତ୍ମସମର୍ପଣ ଉପରେ ଗୁରୁତ୍ୱ ଦିଆଯାଉଛି । ଅନ୍ୟ ପଟେ ପୁଟିନ (Vladimir Putin) ୟୁକ୍ରେନର 'J ଫ୍ୟାକ୍ଟର'କୁ ଭୟ କରୁଛନ୍ତି ।

ଜେ ଫ୍ୟାକ୍ଟର୍ କ’ଣ?

4/8
ଜେ ଫ୍ୟାକ୍ଟର୍ କ’ଣ?

ଜେ ଅର୍ଥ ହେଉଛି ଆମେରିକୀୟ ଜାଭେଲିନ୍ ମିସାଇଲ୍ (American Javelin Missile) । ଯୁଦ୍ଧରେ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଆମେରିକା (US) ତାକୁ ୧୦ କୋଟିର ସହାୟତା ଘୋଷଣା କରିଛି । ଆମେରିକା ୟୁକ୍ରେନକୁ ଜାଭେଲିନ୍ ଅସ୍ତ୍ର ଯୋଗାଇ ଦେଇଛି । ଆମେରିକା ଓ ନାଟୋ (NATO) ଋଷ (Russia) ସହିତ ସିଧାସଳଖ ଯୁଦ୍ଧ କରିବାକୁ ଚାହୁଁନାହାଁନ୍ତି, ସେଥିପାଇଁ ସେମାନେ ୟୁକ୍ରେନକୁ ଜାଭେଲିନ୍ କ୍ଷେପଣାସ୍ତ୍ର (Javelin Missile) ଦେଇ ୟୁକ୍ରେନକୁ ଅଧିକ ଶକ୍ତିଶାଳୀ କରୁଛନ୍ତି । ଏହି ଅସ୍ତ୍ର ପାଇବା ପରେ ୟୁକ୍ରେନ ପୁଣି ଥରେ ଏକ ଦୃଢ଼ ସ୍ଥିତିରେ ଅଛି ଓ ଋଷର ସେନା (Russian Army) କୁ ଟାର୍ଗେଟ କରୁଛି ।

ଜାଭେଲିନକୁ କାହିଁକି ଡରୁଛନ୍ତି ପୁଟିନ?

5/8
ଜାଭେଲିନକୁ କାହିଁକି ଡରୁଛନ୍ତି ପୁଟିନ?

ଏହି କ୍ଷେପଣାସ୍ତ୍ର ବା ମିସାଇଲ ମାଧ୍ୟମରେ ୟୁକ୍ରେନ ସେନା (Ukrainian Army) ଋଷର ସୈନ୍ୟବାହିନୀ (Russian Troops) କୁ ବହୁତ କ୍ଷତି ପହଞ୍ଚାଇଛି । ଏହାସହ ଋଷର ଅନେକ ଟ୍ୟାଙ୍କକୁ ଧ୍ୱଂସ କରିଛି । ସାମରିକ ବିଶେଷଜ୍ଞମାନେ ମଧ୍ୟ ସହମତ ଅଟନ୍ତି ଯେ, ଆମେରିକାରେ ନିର୍ମିତ ଏହି ହାଲୁକା କିନ୍ତୁ ମାରାତ୍ମକ ଅସ୍ତ୍ର ୟୁକ୍ରେନ ସୈନିକମାନ (Ukrainian Soldiers) ଙ୍କୁ ଋଷର ଟ୍ୟାଙ୍କ ଓ ଆର୍ଟିଲିରିରେ ବହୁ କ୍ଷତି ପହଞ୍ଚାଇବାରେ ସାହାଯ୍ୟ କରିଛି । ଯେହେତୁ ଋଷର ସୈନ୍ୟମାନେ (Russian Soldiers) କୀଭ (Kyiv) ଆଡକୁ ଯାଉଛନ୍ତି, ୟୁକ୍ରେନ ସୈନ୍ୟମାନେ ଏହାର ବ୍ୟବହାରକୁ ତୀବ୍ର କରିଛନ୍ତି । 

6/8

ୟୁକ୍ରେନ ସୈନିକମାନେ ଜାଭେଲିନ୍ କ୍ଷେପଣାସ୍ତ୍ର (Javelin Missile) ଆକ୍ରମଣର ଏପରି ଚକ୍ରବ୍ରୁହ ରଚନା କଲେ ଯେ ଏହି ଟ୍ୟାଙ୍କଗୁଡିକ ଋଷର ସୈନିକମାନଙ୍କ କବରରେ ପରିଣତ ହୋଇଛି । ୟୁକ୍ରେନ ଦ୍ୱାରା ଜାଭେଲିନ୍ କ୍ଷେପଣାସ୍ତ୍ର ଯେଉଁ ସ୍ତରରେ ବ୍ୟବହାର କରାଯାଉଛି ତାହା ଦେଖି ମନେ କରାଯାଉଛି ଯେ ଖୁବ୍ ଶୀଘ୍ର ୟୁକ୍ରେନରେ ପ୍ରବେଶ କରୁଥିବା ଋଷର ସେନା ଧ୍ୱଂସ ହୋଇଯିବ ।

କାହିଁକି ଏତେ ଖାସ୍ ଜାଭେଲିନ୍ କ୍ଷେପଣାସ୍ତ୍ର?

7/8
କାହିଁକି ଏତେ ଖାସ୍ ଜାଭେଲିନ୍ କ୍ଷେପଣାସ୍ତ୍ର?

ଜାଭେଲିନ୍ (Javelin Missile) ହେଉଛି ଆମେରିକାରେ ନିର୍ମିତ ଏକ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର । ଓଜନ ହାଲୁକା ହେତୁ ଏହି କ୍ଷେପଣାସ୍ତ୍ର କାନ୍ଧରେ ରଖି ଚଲାଇ ହେବ । ଏହାର ମିସାଇଲ ଲଞ୍ଚରର ଓଜନ ୧୧ରୁ ୨୪ କିଲୋଗ୍ରାମ ମଧ୍ୟରେ ହୋଇଥାଏ । ଏହି ଲଞ୍ଚରରେ ଡେ-ନାଇଟ୍ ଭିଜନ୍ ମଧ୍ୟ ଅଛି । 

ଏହା ବି ପଢ଼ନ୍ତୁ:-ବିବାଦରେ CM ମାନଙ୍କ ବିମାନ ଯାତ୍ରା, ପଞ୍ଜାବର ସରକାରୀ ହେଲିକପ୍ଟରରେ ହିମାଚଳ ପ୍ରଦେଶରେ ଆମ୍ ଆଦମୀ ପାର୍ଟିର ପ୍ରଚାର

ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଯୁଦ୍ଧରେ ଫସିଲା ଚୀନ, ସହିବାକୁ ପଡ଼ୁଛି ଏସବୁ କ୍ଷତି

ଏହା ବି ପଢ଼ନ୍ତୁ:-ଏଣିକି ସାରା ଦେଶରେ ଚାଲିବ ଆପଣଙ୍କର ରାସନ କାର୍ଡ, ଯେକୌଣସି ସ୍ଥାନରୁ ନେଇପାରିବେ ରାସନ! ଜାଣନ୍ତୁ ଏହା ବିଷୟରେ ସବୁକିଛି...

8/8

ଜାଭେଲିନ୍ (Javelin Missile) କ୍ଷେପଣାସ୍ତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଶେଷତା ହେଉଛି ଏହା ଲକ୍ଷ୍ୟକୁ ପିଛା କରି ତାହାକୁ ନଷ୍ଟ କରିଦିଏ । ଏହାର ଏହି ବିଶେଷତା ଗ୍ରାଉଣ୍ଡ ଯୁଦ୍ଧରେ ଏହାକୁ ଅଧିକ ପ୍ରଭାବଶାଳୀ କରିଥାଏ । ଦୁଇ ପ୍ରକାର ଆକ୍ରମଣ ପାଇଁ ଜାଭେଲିନ୍ କ୍ଷେପଣାସ୍ତ୍ର ବ୍ୟବହୃତ ହୁଏ । ପ୍ରଥମେ କୌଣସି ଡ୍ରୋନ୍ କିମ୍ବା ନିମ୍ନ ଉଚ୍ଚତା ବିଶିଷ୍ଟ ଯୁଦ୍ଧ ବିମାନକୁ ଖସାଇବା ପାଇଁ, ଦ୍ୱିତୀୟଟି ହେଉଛି ସ୍ଥଳ ଯୁଦ୍ଧରେ ଟ୍ୟାଙ୍କ, କିମ୍ବା ଯୁଦ୍ଧ ଯାନକୁ ସିଧାସଳଖ ଲକ୍ଷ୍ୟ କରିବା ପାଇଁ ବ୍ୟବହୃତ ହୁଏ ।