Advertisement
Photo Details/zeeodisha/odisha1143329
photoDetails0hindi

ମହିଳାମାନେ କାହିଁକି ରୂପା ପାଉଁଜି ପିନ୍ଧନ୍ତି?

ଆମ ସଂସ୍କୃତିର ଏକ ଅଂଶ ହେଉଛି ପାଉଁଜି। ରୂପା ପାଉଁଜି ଆଉ ଗୋଡ ମୁଦି ହେଉଛି ବିବାହିତ ମହିଳାଙ୍କ ଏକ ପ୍ରତୀକ। ପାଉଁଜି ପାଦର ସୁନ୍ଦରତା ବଢାଏ ତାହା ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଥାଏ। ଭାରତୀୟ ମହିଳାମାନେ ରୂପା ପାଉଁଜି ପିନ୍ଧିବାକୁ ବେଶ ପସନ୍ଦ କରିଥାନ୍ତି। ଏହାର ବ୍ୟବହାର ପଛରେ ଅନେକ ବୈଜ୍ଞାନିକ କାରଣ ଅଛି। ପାଉଁଜି ପିନ୍ଧିଲେ ସ୍ୱାସ୍ଥ୍ୟ ଭଲ ରୁହେ। ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ..

କଣ କୁହେ ସଂସ୍କୃତି?

1/6
କଣ କୁହେ ସଂସ୍କୃତି?

ଭାରତୀୟ ପ୍ରାଚୀନ ଜ୍ୟୋତିଷଙ୍କ ଅନୁସାରେ, ଚନ୍ଦ୍ର ସହିତ ରୂପା ଜଡିତ। ବିଶ୍ବାସ ରହିଛି ଯେ, ରୂପା ଭଗବାନ ଶିବଙ୍କ ଆଖିରୁ ଉତ୍ପନ୍ନ ହୋଇଥିଲା ଯେଉଁ କାରଣରୁ ରୂପାକୁ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ସେଥିପାଇଁ ଭାରତୀୟ ସଂସ୍କୃତିରେ ରୂପା ପାଉଁଜିର ବିଶେଷ ଗୁରୁତ୍ବ ରହିଛି। ଅନ୍ୟପଟେ ଇଜିପ୍ଟ ଏବଂ ପୂର୍ବ ଦେଶ ଗୁଡିକରେ ପାଉଁଜିର ଖାସ ଗୁରୁତ୍ୱ ରହିଛି। ମାନ୍ୟତା ରହିଛି ଯେ, ପାଉଁଜି ପିନ୍ଧିଲେ ଶାରୀରିକ ଏବଂ ମାନସିକ ସ୍ବସ୍ଥ୍ୟା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ।

ଶରୀରର ଉର୍ଜାକୁ ବଜାୟ ରଖେ

2/6
ଶରୀରର ଉର୍ଜାକୁ ବଜାୟ ରଖେ

ରୂପା ଏକ ପ୍ରତିକ୍ରିୟାଶୀଳ ଧାତୁ ଏବଂ ଏହା ଆପଣଙ୍କ ଶରୀରରୁ ବାହାରୁଥିବା ଉର୍ଜାକୁ ବଜାୟ ରଖିଥାଏ। ଆମର ଅଧିକାଂଶ ଉର୍ଜା (ଉତ୍ତାପ) ଆମ ହାତ ଏବଂ ପାଦ ଦ୍ବାରା ଶରୀରକୁ ଆସିଥାଏ, ଆଉ ରୂପା, ପିତ୍ତଳ ଧାତୁ ଏକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିଥାଏ। ଏହା ଆମ ଶରୀରରେ ଉତ୍ତାପ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ। ଅର୍ଥାତ ରୂପା ମୁଦି, ଗୋଡ ମୁଦି, ଏବଂ ପାଉଁଜି ଆମ ଭିତରେ ଥିବା ଉର୍ଜାକୁ ବାହାରକୁ ଯିବାକୁ ଦିଏ ନାହିଁ। ଯାହା ଆମ ଶରୀରକୁ ଉର୍ଜା ଫେରାଇବାରେ ସାହାଯ୍ୟ କରିଥାଏ। ଏଥିପାଇଁ ପାଉଁଜି ପିନ୍ଧିବା ଦ୍ବାରା ଜଣେ ଅଧିକ ଉର୍ଜାବାନ ଏବଂ ଅଧିକ ସକରାତ୍ମକ ଅନୁଭବ କରେ।

ଜୀବାଣୁ ନାଶକ

3/6
ଜୀବାଣୁ ନାଶକ

ଯଦି ଆମେ ଇତିହାସ ଉପରେ ନଜର ପକାଇବା ତେବେ ରୂପାକୁ ଆଣ୍ଟିବ୍ୟାକ୍ଟେରିଆ ଗୁଣ ପାଇଁ ବେଶ ପ୍ରସିଦ୍ଧ। ହଜାର ହଜାର ବର୍ଷ ପୂର୍ବେ ନାବିକ ଓ ବଣିକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତ୍ରା କରୁଥିଲେ। ଆଉ ସେମାନେ ନିଜ ସହ ରୂପା ମୁଦ୍ରା ନେଉଥିଲେ। ସେହି ମୁଦ୍ରାକୁ ସେମାନେ ପାଣି ବୋତଲରେ ରଖୁଥିଲେ ଆଉ ସେହି ପାଣିକୁ ପିଉଥିଲେ। ରୂପା ପାଣି ଆଣ୍ଟିବ୍ୟାକ୍ଟେରିଆ ବା ଜଳ ବିଶୋଧନାକାରୀ ଭାବରେ କାମ କରିଥାଏ। ଏହି କାରଣରୁ ମହିଳାମାନେ ରୂପା କିଣିବାରେ ରୁଚି ରଖି ଥାଆନ୍ତି।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ

4/6
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ

ରୂପା ପାଉଁଜି ଆମର ରୋଗ ପ୍ରତିରୋଧକ ଶକ୍ତି ଏବଂ ହରମୋନକୁ ସନ୍ତୁଳନ କରିବାରେ  ସହାୟକ ହୋଇଥାଏ। ଏହି କାରଣରୁ ଆମ ଦେଶରେ ବିବାହିତ ମହିଳାମାନେ ରୂପା ଗୋଡ ମୁଦି  ପିନ୍ଧି ଥାଆନ୍ତି। ଅନ୍ୟପଟେ ରୂପାର ଅଳଙ୍କାର ମହିଳାଙ୍କ ଗର୍ଭାଶୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ ଋତୁସ୍ରାବ ସମୟରେ ପେଟ ଦରଜ ମଧ୍ୟ କମ କରିଥାଏ।

ଗୋଡକୁ ଶକ୍ତ ରଖେ

5/6
ଗୋଡକୁ ଶକ୍ତ ରଖେ

ମହିଳାମାନେ ରୋଷେଇ ଘରେ ଠିଆ ହୋଇ ଘଣ୍ଟା ଘଣ୍ଟା କାମ କରିଥାଆନ୍ତି। ସନ୍ଧ୍ୟା ସୁଦ୍ଧା ତାଙ୍କର ଗୋଡ ଆଉ ପିଠିରେ ଯନ୍ତ୍ରଣା ଅନୁଭବ କରିଥାଆନ୍ତି। ରକ୍ତ ସଞ୍ଚାଳନରେ ରୂପା ବେଶ ସାହାଯ୍ୟ କରିଥାଏ। ଏଥିପାଇଁ ରୂପା ପାଉଁଜି ଗୋଡକୁ ଦୁର୍ବଳ ହେବାକୁ ଦିଏ ନାହିଁ ।

କାହିଁକି ପିନ୍ଧିବେ ନାହିଁ ସୁନା ପାଉଁଜି ?

6/6
କାହିଁକି ପିନ୍ଧିବେ ନାହିଁ ସୁନା ପାଉଁଜି ?

ଆୟୁର୍ବେଦ ଏବଂ ଆଧୁନିକ ବିଜ୍ଞାନ ଅନୁଯାୟୀ ରୂପା ପୃଥିବୀର ଗରମ ସହିତ ଭଲ ପ୍ରତିକ୍ରିୟା କରୁଥିବା ଧାତୁ। ସୁନା ଶରୀରକୁ ଗରମ ରଖେ। ଆଉ ଗୋଡଆଡୁ ଅତ୍ୟଧିକ ଗରମ ମଣିଷ ପାଇଁ ହାନିକାରକ। ତେଣୁ ରୂପାକୁ ମୁଦି, ପାଉଁଜି, ଗୋଡ ମୁଦି ଭାବରେ ବ୍ୟବହାର କରାଯାଏ।  ସୁନାକୁ ନିଜ ଶରୀରର ଉପର ଅଂଶରେ ବ୍ୟବୃହତ କରାଯାଏ। ଯେପରି ନାକଫୁଲ, କାନଫୁଲ, ଚେନ, ହାର ଇତ୍ୟାଦି।