ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା (Trinamool Congress-TMC President) ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal Chief Minister Mamata Banerjee) ଓ ତାଙ୍କ ପୁତୁରା ତଥା ଦଳର ରାଷ୍ଟ୍ରୀୟ ସାଧାରଣ ସଚିବ ଅଭିଷେକ ବାନାର୍ଜୀ (Abhishek Banerjee) ଙ୍କ ଫଲୋୱେର୍ସଙ୍କ ମଧ୍ୟ ଚାଲୁଥିବା ସଂଘର୍ଷ ଶୁକ୍ରବାର ଆହୁରି ତୀବ୍ର ହୋଇଯାଇଥ
Trending Photos
କୋଲକାତା: ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା (Trinamool Congress-TMC President) ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal Chief Minister Mamata Banerjee) ଓ ତାଙ୍କ ପୁତୁରା ତଥା ଦଳର ରାଷ୍ଟ୍ରୀୟ ସାଧାରଣ ସଚିବ ଅଭିଷେକ ବାନାର୍ଜୀ (Abhishek Banerjee) ଙ୍କ ଫଲୋୱେର୍ସଙ୍କ ମଧ୍ୟ ଚାଲୁଥିବା ସଂଘର୍ଷ ଶୁକ୍ରବାର ଆହୁରି ତୀବ୍ର ହୋଇଯାଇଥିଲା, ଯେତେବେଳେ ଅଭିଷେକଙ୍କ ବିଶ୍ୱସ୍ତବାଦୀମାନେ ‘ଜଣେ ବ୍ୟକ୍ତି-ଗୋଟିଏ ପଦ’ବା #OneManOnePost କୁ ନେଇ ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ କରିଥିଲେ । #OneManOnePost ନୀତିକୁ TMC ଗତ ବର୍ଷ ଏକ ବଡ଼ ସାଂଗଠନିକ ପରିବର୍ତ୍ତନ ସମୟରେ ଆପଣାଇଥିଲା ।
ପାର୍ଟିର ଅନେକ ଲୋକ ଏହାକୁ ମୁଖ୍ୟମନ୍ତ୍ରୀ ମମତା (Mamata Banerjee) ଙ୍କ ବିରୁଦ୍ଧରେ ବିଦ୍ରୋହ ଭାବେ ଦେଖୁଛନ୍ତି । କାରଣ ଅଭିଷେକ (Abhishek Banerjee) ଜୁନ୍ ୨୦୨୧ରେ ଟିଏମସି (TMC) ର ଜାତୀୟ ସାଧାରଣ ସମ୍ପାଦକ ହେବା ପରଠାରୁ ଏହି ନୀତିର ଏକ ପ୍ରଚାରକ ଭାବରେ କାର୍ଯ୍ୟ କରିଆସୁଛନ୍ତି । ସେ ଯୁବ ୱିଙ୍ଗ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ କହିଥିଲେ ଯେ ଯୁବକମାନଙ୍କୁ ପଦରେ ଉପରକୁ ଉଠିବାର ସୁଯୋଗ ଦିଆଯାଉ ।
ହ୍ୟାଶଟ୍ୟାଗ୍ କ୍ୟାମ୍ପେନ #OneManOnePost ମାଧ୍ୟମରେ ଫେସବୁକ୍ ଓ ଟ୍ୱିଟର ଅନେକ ପୋଷ୍ଟ କରାଯାଇଛି, ଯାହା ପରେ ଟିଏମସିକୁ ଅପଦସ୍ତ ହେବାକୁ ପଡିଛି କାରଣ ଗତ ବର୍ଷ ନଭେମ୍ବରରେ ମମତା ବାନାର୍ଜୀ ନୀତିଗତ ରିହାତି ଓ କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ୍ (KMC) ନିର୍ବାଚନରେ ୬ ଜଣ ବିଧାୟକଙ୍କୁ ମନୋନୀତ କରିବାର ନିଷ୍ପତ୍ତି ନେଇଥିଲେ । ସେଥିମଧ୍ୟରୁ ଚାରିଜଣ ନିବର୍ତ୍ତମାନ ବୋର୍ଡର କାଉନସିଲର ଥିଲେ । ଏହି ନେତାଙ୍କ ମଧ୍ୟରେ ସବୁଠାରୁ ପ୍ରମୁଖ ଥିଲେ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ କୋଲକାତା ମେୟର ଫିରହାଦ୍ ହାକିମ, ଯିଏ ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ତଥା ବିଶ୍ୱାସୀ ସହାୟକ । ହାକିମଙ୍କ ବିଜୟ ପରେ ପୁଣି ଥରେ ତାଙ୍କୁ ବଙ୍ଗଳାର ରାଜଧାନୀର ମେୟର କରାଯାଇଥିଲା ।
ଏହା ବି ପଢ଼ନ୍ତୁ:-ଆମେରିକା ଜାରି କଲା ବଡ଼ ଚେତାବନୀ, ବେଜିଂ ଅଲିମ୍ପିକ୍ସ ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ
ଏହା ବି ପଢ଼ନ୍ତୁ:-ୟୁପି-ଉତ୍ତରାଖଣ୍ଡ ନିର୍ବାଚନ ଫଳାଫଳକୁ ନେଇ ଶିବରାଜ ସିଂ ଚୌହାନ କହିଦେଲେ ଏପରି କିଛି, ପୁରା ଖୁସ୍ ହୋଇଗଲା କଂଗ୍ରେସ; ଦେଖନ୍ତୁ ଭିଡିଓ
ଏହା ବି ପଢ଼ନ୍ତୁ:-ପାନ୍ କାର୍ଡ ୟୁଜର୍ସଙ୍କ ପାଇଁ ଜରୁରୀ ସୂଚନା! ଯଦି ଏପର୍ଯ୍ୟନ୍ତ କରିନାହାଁନ୍ତି ଏହି କାମ ତ ଲାଗିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା
ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ିବା ପରେ ପରିସ୍ରା କରିବା କାହିଁକି ହୋଇଥାଏ ଜରୁରୀ? ଏସବୁ ଦିଗ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ
ଟିଏମସିର ବରିଷ୍ଠ ନେତାମାନେ କହିଛନ୍ତି ଯେ, ବାନାର୍ଜୀ ତାଙ୍କର ଚାରିଜଣ ବିଶ୍ୱସ୍ତ ଓ ଅଭିଷେକ ବାନାର୍ଜୀଙ୍କୁ ଶନିବାର ଅପରାହ୍ନରେ ତାଙ୍କ ବାସଭବନରେ ଜରୁରୀକାଳୀନ ବୈଠକରେ ଯୋଗଦେବାକୁ କହିଛନ୍ତି । ତେବେ ଦିନରେ ରାଜ୍ୟର ଚାରୋଟି ଗୁରୁତ୍ୱପୂର୍ଣ୍ଣ ପୌର ସଂସ୍ଥାରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ବୈଠକରେ ହାକିମ, ଟିଏମସି ସାଧାରଣ ସମ୍ପାଦକ ପାର୍ଥା ଚାଟାର୍ଜୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସୁବ୍ରତ ବକ୍ସି ଏବଂ ମନ୍ତ୍ରୀ ଅରୁପ ବିଶ୍ବାସ ସାମିଲ ରହିବେ । ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବା ପରେ ଶୁକ୍ରବାର ଗୋଆରୁ ଫେରିଥିବା ଅଭିଷେକ ଗଣମାଧ୍ୟମକୁ ଏଡ଼ାଇ ଯାଇଥିଲେ ।
ଏଠାରେ କହି ରଖୁଛୁ ଯେ, ଦଳର ବିସ୍ତାର କାର୍ଯ୍ୟକ୍ରମର ନେତୃତ୍ୱ ଅଭିଷେକ ନେଇଛନ୍ତି । ୨୦୧୯ରେ ବଙ୍ଗଳାର ୪୨ଟି ଲୋକସଭା ଆସନରୁ ୧୮ଟି ବିଜେପି ଦଖଲ କରିବା ପରେ ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ପରିଚିତ କରାଇଥିଲେ । ୨୦୨୧ ବିଧାନସଭା ନିର୍ବାଚନରେ ଟିଏମସିକୁ ସାହାଯ୍ୟ କରିବା ପାଇଁ I-PAC ନିଯୁକ୍ତ କରାଯାଇଥିଲା ଓ ଦଳ ୨୯୪ଟି ଆସନ ମଧ୍ୟରୁ ୨୧୩ଟି ଜିତିଥିଲା ।