ସର୍ଭେ: ବଙ୍ଗଳାରେ 'ଦିଦି'ଙ୍କ ହ୍ୟାଟ୍ରିକ୍, ଆସାମରେ ଫେରିବ ବିଜେପି, ଜାଣନ୍ତୁ କେରଳ, ତାମିଲନାଡୁ ଓ ପୁଡୁଚେରୀରେ କିଏ ଗଢ଼ିବେ ସରକାର
Advertisement
Article Detail0/zeeodisha/odisha856835

ସର୍ଭେ: ବଙ୍ଗଳାରେ 'ଦିଦି'ଙ୍କ ହ୍ୟାଟ୍ରିକ୍, ଆସାମରେ ଫେରିବ ବିଜେପି, ଜାଣନ୍ତୁ କେରଳ, ତାମିଲନାଡୁ ଓ ପୁଡୁଚେରୀରେ କିଏ ଗଢ଼ିବେ ସରକାର

ସର୍ଭେ ଅନୁଯାୟୀ, ବଙ୍ଗଳା ବିଧାନସଭାର ମୋଟ ୨୯୪ଟି ଆସନର କେବଳ ଭୋଟ୍ ପ୍ରତିଶତ ବିଷୟରେ ଆଲୋଚନା କରିବା ତେବେ ଟିଏମସି (TMC) ୪୩ ପ୍ରତିଶତ ଭୋଟ ପାଇପାରେ, ବିଜେପି (BJP) କୁ ୩୮ ପ୍ରତିଶତ ଭୋଟ ମିଳିପାରେ । କଂଗ୍ରେସ-ବାମପନ୍ଥୀ ଦଳ (Congress-Left) ୧୩ ପ୍ରତିଶତ ଭୋଟ ପାଇପାରନ୍ତି ।

ସର୍ଭେ: ବଙ୍ଗଳାରେ 'ଦିଦି'ଙ୍କ ହ୍ୟାଟ୍ରିକ୍, ଆସାମରେ ଫେରିବ ବିଜେପି, ଜାଣନ୍ତୁ କେରଳ, ତାମିଲନାଡୁ ଓ ପୁଡୁଚେରୀରେ କିଏ ଗଢ଼ିବେ ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସମେତ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି । ଯାହା ପରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡୁଚେରୀ ରାଜ୍ୟରେ ରାଜନୈତିକ ପାରା ବଢ଼ି ଯାଇଛି । ଏହା ମଧ୍ୟରେ କେଉଁ ରାଜ୍ୟରେ କିଏ ସରକାର ଗଠନ କରିବାକୁ ଯାଉଛନ୍ତି, ତାହାକୁ ନେଇ ଏକ ସର୍ଭେ ସାମ୍ନାକୁ ଆସିଛି । ସେହି ଅନୁସାରେ, ବଙ୍ଗଳା ଭୋଟରଙ୍କ ହୃଦୟରେ କ’ଣ ଅଛି? କାହାର ମୁଣ୍ଡରେ କ୍ଷମତାର ମୁକୁଟ ପିନ୍ଧାଇବେ, ନିର୍ବାଚନ ଫଳାଫଳ ବାହାରିବା ପରେ ହିଁ ଜଣା ପଡିବ, କିନ୍ତୁ ଏହି ସର୍ଭେରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେ (ABP News C-Voter Survey) ଅନୁଯାୟୀ, ମମତା ସରକାର ପୁଣି ଥରେ ବଙ୍ଗଳାରେ ଫେରୁଥିବାର ନଜରକୁ ଆସୁଛି ।

ଅଧିକ ପଢ଼ନ୍ତୁ:-ସୁନା-ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ, ଜାଣି ନିଅନ୍ତୁ ଆଜିର ରେଟ୍

ସର୍ଭେ ଅନୁଯାୟୀ, ବଙ୍ଗଳା ବିଧାନସଭାର ମୋଟ ୨୯୪ଟି ଆସନର କେବଳ ଭୋଟ୍ ପ୍ରତିଶତ ବିଷୟରେ ଆଲୋଚନା କରିବା ତେବେ ଟିଏମସି (TMC) ୪୩ ପ୍ରତିଶତ ଭୋଟ ପାଇପାରେ, ବିଜେପି (BJP) କୁ ୩୮ ପ୍ରତିଶତ ଭୋଟ ମିଳିପାରେ । କଂଗ୍ରେସ-ବାମପନ୍ଥୀ ଦଳ (Congress-Left) ୧୩ ପ୍ରତିଶତ ଭୋଟ ପାଇପାରନ୍ତି । ଏଥି ସହିତ ୬ ପ୍ରତିଶତ ଭୋଟ ଅନ୍ୟମାନଙ୍କ ଖାତାରେ ଯାଇପାରେ । ଆସନ ବିଷୟରେ କହିବାକୁ ଗଲେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ପୁଣି ଥରେ କ୍ଷମତାକୁ ଫେରୁଥିବା ଦେଖାଯାଉଛି । ସର୍ଭେ ଅନୁଯାୟୀ, ଟିଏମସି ୧୪୮-୧୬୪ ଆସନ ପାଇପାରେ । ଏଥିସହ ୨୦୦ ପ୍ଲସର ନାରା ଦେଇ ମୈଦାନକୁ ଓହ୍ଲାଇ ଥିବା ବିଜେପି ୯୨-୧୦୮ଟି ଆସନ ପାଇବ ବୋଲି ଆଶା କରାଯାଉଛି । ଏଥି ସହିତ କଂଗ୍ରେସ-ବାମପନ୍ଥୀ ଦଳର ମେଣ୍ଟ ୩୨-୪୦ଟି ଆସନ ପାଇପାରେ ।

ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ଏହି ସ୍କିମରେ ମିଳୁଛି ଶସ୍ତା ସୁନା, ମାର୍ଚ୍ଚ ୫ ଯାଏ କିଣିବାର ସୁଯୋଗ

ତାମିଲନାଡୁରେ କାହାର ସରକାର?

ଏବିପି ନ୍ୟୁଜ୍ ସି ଭୋଟର ସର୍ଭେ ଅନୁଯାୟୀ, ତାମିଲନାଡୁର ଏଆଇଏଡିଏମକେ (AIADMK) ମେଣ୍ଟ ୫୮-୬୬ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ତେଣୁ ଡିଏମକେ (DMK) ମେଣ୍ଟ କ୍ଷମତାକୁ ଫେରିଥିବାର ଦେଖାଯାଉଛି । ଏଠାରେ ଡିଏମକେ (DMK) ମେଣ୍ଟ ୧୫୪-୧୬୨ ଆସନ ପାଇପାରେ । ଅନ୍ୟମାନଙ୍କ ଖାତାରେ ୮ଟି ଆସନ ଯିବାର ସମ୍ଭାବନା ରହିଛି । ତାମିଲନାଡୁରେ ଏଆଇଡିଏମକେ (AIADMK) ମେଣ୍ଟ ୨୯ ପ୍ରତିଶତ ଭୋଟ୍ ପାଉଥିବାବେଳେ ଡିଏମକେ ସହଯୋଗୀ ଦଳ ପ୍ରାୟ ୪୧ ପ୍ରତିଶତ ଭୋଟ୍ ପାଇବାର ସମ୍ଭାବନା ରହିଛି । ଅନ୍ୟମାନେ ପ୍ରାୟ ୩୦ ପ୍ରତିଶତ ଭୋଟ୍ ପାଇପାରେ ।

ପୁଡୁଚେରୀରେ ଏନଡିଏର ସରକାର!

ସର୍ଭେ ଅନୁଯାୟୀ, ପୁଡୁଚେରୀରେ ଏନଡିଏ (NDA) ୪୬ ପ୍ରତିଶତ ଭୋଟ୍ ପାଇବାର ସମ୍ଭାବନା ରହିଛି । ଏଥି ସହିତ କଂଗ୍ରେସ ସହଯୋଗୀ ଦଳ (UPA) ୩୬ ପ୍ରତିଶତ ଭୋଟ୍ ପାଇପାରେ । ଏହା ବ୍ୟତୀତ ଅନ୍ୟମାନେ ୧୮ ପ୍ରତିଶତ ଭୋଟ୍ ପାଇବାର ସମ୍ଭାବନା ଅଛି । ଆସନ ବିଷୟରେ କହିବାକୁ ଗଲେ ଏନଡିଏ  ୧୭ରୁ ୨୧ଟି ଆସନ ପାଇବ ବୋଲି ଆଶା କରାଯାଉଛି । ଏଥି ସହିତ କଂଗ୍ରେସ ମେଣ୍ଟ ୮ରୁ ୧୨ଟି ଆସନ ପାଇପାରେ । ଏହା ବ୍ୟତୀତ ଅନ୍ୟମାନେ ୫ରୁ ୬ଟି ଆସନ ପାଇବାର ସମ୍ଭାବନା ରହିଛି । ସର୍ଭେ ଅନୁଯାୟୀ, ଏଠାରେ ଏନଡିଏ ସରକାର ଗଠନ କରୁଥିବାର ଦେଖାଯାଉଛି ।

ଅଧିକ ପଢ଼ନ୍ତୁ:-୬୦ ବର୍ଷ ଧରି ଗୁମ୍ଫାରେ ରହି ଆସୁଥିଲେ ଏହି ବାବା, ରାମ ମନ୍ଦିର ପାଇଁ ଦାନ କଲେ ୧ କୋଟି ଟଙ୍କା

ଆସାମରେ ବିଜେପି ଫେରିବ!

ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେ ଅନୁଯାୟୀ, ବିଜେପି ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରୁଥିବାର ନଜରକୁ ଆସୁଛି । ବିଜେପି ମେଣ୍ଟ ୬୮-୭୬ଟି ଆସନ ଜିତିପାରେ । ଏଥି ସହିତ କଂଗ୍ରେସ ମେଣ୍ଟ ୪୩-୫୧ଟି ଆସନ ପାଉଥିବାର ନଜରକୁ ଆସୁଛି । ଅନ୍ୟମାନେ ୫-୧୦ ଆସନ ପାଇପାରେ । ଭୋଟ୍ ପ୍ରତିଶତ ବିଷୟରେ କହିବାକୁ ଗଲେ ଆସାମରେ ବିଜେପି ମେଣ୍ଟ ୪୨ ପ୍ରତିଶତ ଭୋଟ୍ ପାଉଥିବାର ଜଣାପଡିଛି । ଏଥି ସହିତ କଂଗ୍ରେସ ମେଣ୍ଟ ୩୧ ପ୍ରତିଶତ ଭୋଟ୍ ଏବଂ ଅନ୍ୟମାନେ ପାଇଁ ୨୭ ପ୍ରତିଶତ ଭୋଟ୍ ପାଇପାରେ ।

ଅଧିକ ପଢ଼ନ୍ତୁ:-ଦେଶରେ ପୁଣି କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

କେରଳରେ କିଏ ଗଢ଼ିବ ସରକାର? 

ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେ ଅନୁଯାୟୀ, ସିପିଆଇ (ଏମ୍) ନେତୃତ୍ୱାଧୀନ ବାମପନ୍ଥୀ ଡେମୋକ୍ରାଟିକ୍ ଫ୍ରଣ୍ଟ (LDF) କୁ ୪୦ ପ୍ରତିଶତ ଭୋଟ୍ ମିଳିପାରେ । ସେପଟେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ୩୩ ପ୍ରତିଶତ ଭୋଟ ପାଉଥିବାର ଜଣାପଡିଛି । ଅନ୍ୟପକ୍ଷେ ବିଜେପିକୁ ୧୩ ପ୍ରତିଶତ ଭୋଟ ମିଳିବ । ଅନ୍ୟମାନଙ୍କୁ ୧୫ ପ୍ରତିଶତ ମିଳିବାର ସମ୍ଭାବନା ରହିଛି । ଆସନ ବିଷୟରେ କହିବାକୁ ଗଲେ, LDF ୮୩-୯୧ଟି ଆସନ ଜିତିବାରେ ସଫଳ ହୋଇପାରେ । ଅନ୍ୟପଟେ  UDF ୪୭-୫୫ଟି ଆସନଟ୍ ପାଇବ ବୋଲି ଆକଳନ କରାଯାଇଛି । ବିଜେପି ଏବଂ ଅନ୍ୟମାନେ ଏଠାରେ ୦-୨ ଆସନ ପାଇପାରନ୍ତି । ୩୮.୫ ପ୍ରତିଶତ ଲୋକ ପିନାରେଇ ବିଜୟନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ସେମାନଙ୍କର ପ୍ରଥମ ପସନ୍ଦ ରହିଛି । ୨୭ ପ୍ରତିଶତ ଲୋକ କଂଗ୍ରେସର ଓମାନ ଚାଣ୍ଡିଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ବୋଲି କହିଛନ୍ତି ।