ସର୍ଭେ: ୟୁପିରେ ଏହି ଦଳ ଗଢ଼ିବାକୁ ଯାଉଛି ସରକାର? ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ଆସନ
Advertisement
Article Detail0/zeeodisha/odisha1074797

ସର୍ଭେ: ୟୁପିରେ ଏହି ଦଳ ଗଢ଼ିବାକୁ ଯାଉଛି ସରକାର? ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ଆସନ

ଇଣ୍ଡିଆ ଟିଭିର ସର୍ଭେ ଅନୁଯାୟୀ ବିଜେପି (BJP) ନିର୍ବାଚନରେ ​​୨୩୦-୨୩୫ଟି ସିଟ୍ ପାଇପାରେ । ଏହା ସହିତ ଏସପି (SP) କୁ ୧୬୦ରୁ ୧୬୫ ଆସନ ମିଳିପାରେ । ଏହା ବ୍ୟତୀତ ବିଏସପି (BSP) ସର୍ଭେରେ ୨ରୁ ୫ଟି ଆସନ ଏବଂ କଂଗ୍ରେସ (Congress) ୩ରୁ ୭ଟି ଆସନ ଜିତିବ ବୋଲି ଆକଳନ କରାଯାଇଛି ।

ସର୍ଭେ: ୟୁପିରେ ଏହି ଦଳ ଗଢ଼ିବାକୁ ଯାଉଛି ସରକାର? ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ଆସନ

ନୂଆଦିଲ୍ଲୀ: UP Election 2022: ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ତାରିଖ ଘୋଷଣା ହୋଇସାରିଛି । ଯାହା ପରେ ରାଜନୈତିକ ଦଳଗୁଡ଼ିକ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଏହି ସମୟରେ ୟୁପି ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ଓପିନିୟନ ପୋଲ୍ ସବୁ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏବିପି ସି-ଭୋଟର ସର୍ଭେ (ABP C-Voter Survey) ରେ ଏହା ଜଣାପଡିଛି ଯେ ଉତ୍ତର ପ୍ରଦେଶରେ ବିଜେପି (BJP) ପୁଣି କ୍ଷମତାକୁ ଫେରିପାରେ । ଏହି ସର୍ଭେରେ ବିଜେପି ୨୨୧ରୁ ୨୩୧ ଆସନ ପାଇବ ବୋଲି ଆଶା କରାଯାଉଛି । ସେହିପରି ସମାଜବାଦୀ ପାର୍ଟି (Samajwadi Party) ର ଖାତାରେ ୧୪୭-୧୫୭ ଆସନ ଆସିପାରେ । ଯଦି ସର୍ଭେରେ ଦିଆଯାଇଥିବା ତଥ୍ୟ ଫଳାଫଳରେ ପରିଣତ ହୁଏ, ତେବେ ଏହା ସ୍ପଷ୍ଟ ଯେ ବିଜେପିକୁ ପୁଣିଥରେ ୟୁପିର କମାଣ ମିଳିବାକୁ ଯାଉଛି ।

ଏବିପି ସି-ଭୋଟର ସର୍ଭେରେ ବହୁଜନ ସମାଜ ପାର୍ଟି (Bahujan Samaj Party) କୁ ୭ରୁ ୧୩ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି । ଅନ୍ୟପକ୍ଷରେ ସର୍ଭେ ଅନୁଯାୟୀ କଂଗ୍ରେସ (Congress) ୫ରୁ ୯ଟି ଆସନ ପାଇପାରେ । ୟୁପି ନିର୍ବାଚନ ସମ୍ପର୍କରେ ସୁପର ଓପିନିୟନ ବିଷୟରେ କହିବାକୁ ଗଲେ, ଏବିପି-ସି ଭୋଟରଙ୍କ ବ୍ୟତୀତ ଅନ୍ୟ ଏଜେନ୍ସିର ସର୍ଭେରେ ମଧ୍ୟ ବିଜେପିକୁ କ୍ଷମତାକୁ ଫେରିବାର ଦେଖାଉଛନ୍ତି ।

ଇଣ୍ଡିଆ ଟିଭିର ସର୍ଭେ ଅନୁଯାୟୀ ବିଜେପି (BJP) ନିର୍ବାଚନରେ ​​୨୩୦-୨୩୫ଟି ସିଟ୍ ପାଇପାରେ । ଏହା ସହିତ ଏସପି (SP) କୁ ୧୬୦ରୁ ୧୬୫ ଆସନ ମିଳିପାରେ । ଏହା ବ୍ୟତୀତ ବିଏସପି (BSP) ସର୍ଭେରେ ୨ରୁ ୫ଟି ଆସନ ଏବଂ କଂଗ୍ରେସ (Congress) ୩ରୁ ୭ଟି ଆସନ ଜିତିବ ବୋଲି ଆକଳନ କରାଯାଇଛି ।

ଏହା ବି ପଢ଼ନ୍ତୁ:-ବଡ଼ ଖବର! LPG ଗ୍ୟାସ ସିଲିଣ୍ଡରକୁ ନେଇ ସରକାର କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକଙ୍କୁ ମିଳିବ ଲାଭ

ଏହା ବି ପଢ଼ନ୍ତୁ:-କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଗରିବ ଓ ଅଭାବୀ ଲୋକଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ କିପରି କରିବେ ଅପ୍ଲାଇ...

ଏହା ବି ପଢ଼ନ୍ତୁ:-ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ ଅଖିଳେଶ, ଜାଣନ୍ତୁ କେଉଁ ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା?

ଏହା ବି ପଢ଼ନ୍ତୁ:-ସାଙ୍ଘାତିକ ହେଲାଣି ସଂକ୍ରମଣ, ୩ ଲକ୍ଷ ଅଭିମୁଖେ ଦୈନିକ କୋରୋନା ମାମଲା

 

ରିପବ୍ଲିକ୍ P MARQ ର ସର୍ଭେରେ ବିଜେପି ୨୫୨-୨୭୨ଟି ଆସନ ପାଇବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଏସପି ୧୧୧-୧୩୧ ଆସନ, ବିଏସପି ୮-୧୬ ଏବଂ କଂଗ୍ରେସ ୩-୯ ଆସନ ଜିତିବ ବୋଲି ସର୍ଭେରୁ ଜଣାପଡିଛି ।

ପୋଲଷ୍ଟାର୍ଟ ନ୍ୟୁଜ୍ ଏକ୍ସ (Polstart NewsX ) ସର୍ଭେରେ ବିଜେପି ୨୩୫-୨୪୫ ଆସନ ଜିତିବ ବୋଲି ଆକଳନ କରାଯାଇଛି । ଏସପି ୧୨୦ରୁ ୧୩୦, ବିଏସପି ୧୩-୧୬ ଏବଂ କଂଗ୍ରେସ ୪-୫ଟି ଆସନ ପାଇପାରେ । ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ସମସ୍ତ ସର୍ଭେରେ ବିଜେପି ସବୁଠାରୁ ବଡ ଦଳ ଭାବରେ ଉଭା ହୋଇଛି । ବର୍ତ୍ତମାନ ନିର୍ବାଚନ ଫଳାଫଳ ପରେ ୟୁପି ବିଧାନସଭାର ପ୍ରକୃତ ଚିତ୍ର ସ୍ପଷ୍ଟ ହୋଇପାରିବ ।