Assembly Election 2023: ମଧ୍ୟ ପ୍ରଦେଶ-ଛତିଶଗଡ଼ ରେ ଜବରଦସ୍ତ ଭୋଟିଂ; ସରକାରଙ୍କ ପାଇଁ ବାଜିଲା ସତର୍କ ଘଣ୍ଟି ନାଁ ବିଜୟ ନାରା?
Advertisement
Article Detail0/zeeodisha/odisha1965370

Assembly Election 2023: ମଧ୍ୟ ପ୍ରଦେଶ-ଛତିଶଗଡ଼ ରେ ଜବରଦସ୍ତ ଭୋଟିଂ; ସରକାରଙ୍କ ପାଇଁ ବାଜିଲା ସତର୍କ ଘଣ୍ଟି ନାଁ ବିଜୟ ନାରା?

Assembly Election 2023 Voting Percentage: ଗତ ଥର ଭଳି ଏଥର ମଧ୍ୟ ମଧ୍ୟ ପ୍ରଦେଶ-ଛତିଶଗଡ଼ ବିଧାନସଭା ନିର୍ବାଚନରେ ଗତ ଥର ଭଳି ଏଥର ମଧ୍ୟ ବମ୍ପର ଭୋଟିଂ ହୋଇଛି। 

Assembly Election 2023: ମଧ୍ୟ ପ୍ରଦେଶ-ଛତିଶଗଡ଼ ରେ ଜବରଦସ୍ତ ଭୋଟିଂ; ସରକାରଙ୍କ ପାଇଁ ବାଜିଲା ସତର୍କ ଘଣ୍ଟି ନାଁ ବିଜୟ ନାରା?

Assembly Election 2023 Voting: ମଧ୍ୟପ୍ରଦେଶ ଏବଂ ଛତିଶଗଡ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ନଭେମ୍ବର ୧୭ ତାରିଖ ଶୁକ୍ରବାର ଶେଷ ହୋଇଛି ଭୋଟ। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ମତଦାନ ଶେଷ ହେବା ମାତ୍ରେ ଉଭୟ ବିଜେପି-କଂଗ୍ରେସ ଦଳର ସମସ୍ତ ନେତା ନିଜ ନିଜ ଦଳର ସରକାର ଗଠନ କରୁଥିବା ନେଇ ଦାବି କରିଛନ୍ତି। ଏହି ନିର୍ବାଚନ ଉଭୟ ଦଳ ପାଇଁ କୌଣସି ଅଗ୍ନିପରୀକ୍ଷା ଠାରୁ କମ ନୁହେଁ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମଧ୍ୟପ୍ରଦେଶ ଏବଂ ଛତିଶଗଡ ବିଧାନସଭା ନିର୍ବାଚନ ସହ ଜଡ଼ିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ରାଜ୍ୟରେ ବମ୍ପର ଭୋଟିଂ ହୋଇଛି।  ଯଦି ମତଦାନ ପ୍ରତିଶତ କଥା କୁହାଯାଏ ତାହେଲେ ମଧ୍ୟପ୍ରଦେଶରେ ୭୨.୬୬ ଏବଂ ଛତିଶଗଡ଼ରେ ୭୦.୨୩ ପ୍ରତିଶତ ମତଦାନ ହୋଇଛି। ଉଭୟ ରାଜ୍ୟର ମତଦାନ ପ୍ରତିଶତ ବଢିପାରେ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ମଧ୍ୟ ପ୍ରଦେଶର ରତଲାମ ଜିଲ୍ଲାର ସୈଲାନା ନିର୍ବାଚନମଣ୍ଡଳୀରେ ସର୍ବାଧିକ ମତଦାନ ହୋଇଥିଲା। ଯେଉଁଠି ରାଜଧାନୀ ଭୋପାଳ ଠାରେ କମ ମତଦାନ ହୋଇଥିବାର କୁହାଯାଉଛି। ଉଭୟ ରାଜ୍ୟରେ ହୋଇଥିବା ମତଦାନକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ଅନେକ ଚର୍ଚ୍ଚା।

ମଧ୍ୟପ୍ରଦେଶରେ ବାଜିରେ କାହାର କ'ଣ ଲାଗିଛି?
ବିଜେପି କିପରି ରାଜ୍ୟରେ ପୁନର୍ବାର ସରକାର ଗଢିବ ତାହା ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପାଇଁ କୌଣସି ଚ୍ୟାଲେଞ୍ଜ ଠାରୁ କମ ନୁହେଁ। ଅନ୍ୟପକ୍ଷରେ କଂଗ୍ରେସ କିପରି ପୁନର୍ବାର କ୍ଷମତାକୁ ଫେରିବ ତାହା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ଭାବେ ଉଭା ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଚୌହାନଙ୍କ ବିରୋଧରେ ସରକାର ବିରୋଧି ହାୱା ଏବଂ ଦଳର ଆକର୍ଷଣୀୟ ନିର୍ବାଚନ ଇସ୍ତାହାରକୁ ପ୍ରସଙ୍ଗ କରି କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛି। ବିଜେପି ପ୍ରତ୍ୟେକ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେହେରା ଏବଂ 'ଲାଡଲି ବହାନା ମଧ୍ୟ ପ୍ରଦେଶ' ଭଳି ଯୋଜନା ଉପରେ ନିର୍ଭର କରୁଛି।

ରାଜ୍ୟବାସୀ କମଲ ନାଥଙ୍କ ସରକାରକୁ ୧୫ ମାସ ଏବଂ ଶିବରାଜ ସିଂହ ଚୌହାଙ୍କୁ ସରକାରକୁ ସାଢେ ୩ ବର୍ଷ ଧରି ଦେଖି ସାରିଛନ୍ତି। ସରକାରଙ୍କ କାମ ଆଧାରରେ ରାଜ୍ୟବାସୀ ନିଜର ମତାମତ ୨୦୨୩ ବିଧାନସଭା ନିର୍ବାଚନରେ ଦେଇ ସାରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ମଧ୍ୟ ପ୍ରଦେଶରେ କମଲ ନାଥ ଏବଂ ଦିଗବିଜୟ ସିଂହଙ୍କ ପରି ବରିଷ୍ଠ କଂଗ୍ରେସ ନେତାଙ୍କ ଭବିଷ୍ୟତ ବିପଦରେ ରହିଛି। ଅନ୍ୟପଟେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର କେନ୍ଦ୍ରମନ୍ତ୍ରୀ ତଥା ଦଳର ୪ ଜଣ ସାଂସଦଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ।

୨୦୧୮ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କେଉଁ ଦଳ ବାଜିମାତ କରିବ ତାହା ଡିସେମ୍ବର ୩ ତାରିଖରେ ଜଣାପଡ଼ିବ। ଯଦି ୨୦୧୮ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ କଥା କୁହାଯାଏ, ତାହେଲେ ଭୋଟ୍ ଦୃଷ୍ଟିରୁ ରାଜ୍ୟର ମହାକୌଶଳ ମଣ୍ଡଳ ୮୦ ପ୍ରତିଶତ ଭୋଟ୍ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚମ୍ବଲ କ୍ଷେତ୍ର ୬୯ ପ୍ରତିଶତ ମତଦାନ ସହ ସର୍ବନିମ୍ନ ସ୍ଥିତିରେ ରହିଥିଲା। ଗତ ୨୦୧୮ ନିର୍ବାଚନରେ ​ମୋଟ ୨୮୯୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏପରିକି ସେତେବେଳେ ନିର୍ବାଚନରେ ବମ୍ପର ଭୋଟିଂ ହୋଇଥିଲା। ରାଜ୍ୟର ମୋଟ ୨୩୦ ଆସନରେ ୭୫.୬ ପ୍ରତିଶତ ମତଦାନ ହୋଇଥିଲା। କଂଗ୍ରେସ ୧୧୪ ଏବଂ ବିଜେପି ୧୦୯ ସିଟ୍ ପାଇଥିଲା। ଭୋଟ୍ ପ୍ରତିଶତ ବିଷୟରେ କହିବାକୁ ଗଲେ କଂଗ୍ରେସ ଅପେକ୍ଷା ବିଜେପି ଅଧିକ ଭୋଟ୍ ପାଇଥିଲା। ବିଜେପି ୪୧ ଏବଂ କଂଗ୍ରେସ ୪୦.୯ ପ୍ରତିଶତ ଭୋଟ୍ ପାଇଥିଲା। ବିଏସପି ତୃତୀୟ ସ୍ଥାନରେ ରହିଥିଲା। ଦଳ ୨୨୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୨ ସିଟ୍ ପାଇଥିଲା। ବିଏସପି ୫% ଭୋଟ୍ ପାଇବାକୁ ସକ୍ଷମ ହୋଇଥିଲା। ସମାଜବାଦୀ ପାର୍ଟି ୫୨ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଗୋଟିଏ ଆସନ ପାଇଥିଲେ। ଦଳକୁ ୧.୩ ପ୍ରତିଶତ ଭୋଟ୍ ମିଳିଥିଲା। 

୨୦୧୮ ଛତିଶଗଡ଼ ବିଧାନସଭା ନିର୍ବାଚନ
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜ୍ୟର ମୋଟ ୯୦ ଆସନ ମଧ୍ୟରୁ ୭୫ ସିଟ୍ ଜିତିବାକୁ ଲକ୍ଷ୍ୟ ରଖିଛି। ରାଜ୍ୟରେ ପୁନର୍ବାର କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ନିଜର ସମସ୍ତ କଳ ବଳ କୌଶଳ ଲଗାଇଦେଇଛି। ଅନ୍ୟପଟେ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ଯେକୌଣସି ପ୍ରକାରେ କ୍ଷମତାକୁ ଫେରିବାକୁ ଚାହୁଁଛି। ଗତ ୨୦୦୩ ବର୍ଷରୁ ୨୦୧୮ ପର୍ଯ୍ୟନ୍ତ ଲଗାତାର ୧୫ ବର୍ଷ ପାଇଁ ଛତିଶଗଡ଼ରେ କ୍ଷମତାସୀନ ରହିଥିଲା ବିଜେପି। ଏଠାରେ ମଧ୍ୟ ବିଜେପି-କଂଗ୍ରେସ ମଧ୍ୟରେ ଜୋରଦାର ପ୍ରତିଯୋଗିତା ରହିଛି। ଗତ ୨୦୧୮ ଛତିଶଗଡ଼ ବିଧାନସଭା ନିର୍ବାଚନରେ ୭୫.୩ ପ୍ରତିଶତ ମତଦାନ ହୋଇଥିଲା। ଗତଥର ତୁଳନାରେ ଏଥର ମଧ୍ୟ ବମ୍ପର ଭୋଟିଂ ହୋଇଛି। ରାଜ୍ୟର ବାଲୋଦ ଜିଲ୍ଲାରେ ୭୭.୬୭ ଏବଂ ରାୟଗଡ଼ ଜିଲ୍ଲାରେ ୭୫.୧୬ ପ୍ରତିଶତ ଭୋଟିଂ ହୋଇଥିବାର ଜଣାପଡ଼ିଛି। ଗତ ୨୦୧୮ ନିର୍ବାଚନରେ ରାଜ୍ୟର ମୋଟ ୯୦ ଆସନ ମଧ୍ୟରୁ କଂଗ୍ରେସ ୬୮ ଏବଂ ବିଜେପି ୧୫ ଆସନ ପାଇଥିଲା। ସେହିପରି ଜନତା କଂଗ୍ରେସ ଛତିଶଗଡ଼ ଜେସିସି ୫ ଏବଂ ବିଏସପି ୨ ସିଟ୍ ପାଇଥିଲା। ଏଥର ରାଜ୍ୟରେ କିଏ ସରକାର ଗଢିବ ତାହା ଡିସେମ୍ବର ୩ ତାରିଖରେ ଜଣାପଡ଼ିବ।