'କିଛି ବି ହେଇଯାଉ, ଏଥର ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବି ନାହିଁ'
Advertisement

'କିଛି ବି ହେଇଯାଉ, ଏଥର ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବି ନାହିଁ'

ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସୱାନ (LJP President Chirag Paswan) ସିଏମ ନୀତିଶ (Nitish Kumar) ଙ୍କ ଉପରେ ଆକ୍ରମଣ କରିଛନ୍ତି । ଚିରାଗ କହିଛନ୍ତି ଯେ, "ଯାହା ବି ହେଉ, ନୀତିଶଙ୍କୁ ଏଥର ସିଏମ ହେବାକୁ ଦେବି ନାହିଁ ।"

'କିଛି ବି ହେଇଯାଉ, ଏଥର ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବି ନାହିଁ'

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) ପାଇଁ ପ୍ରଚାର ଜୋରଦାର କରୁଛନ୍ତି ସମସ୍ତ ରାଜନୈତିକ ଦଳ । ଏହି କ୍ରମରେ ଅକ୍ଟୋବର ୧୨ରୁ ବିହାର ବିଧାନସଭା ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ କ୍ୟାମ୍ପେନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (CM Nitish Kumar) । କିନ୍ତୁ ନିଜର ପ୍ରଥମ ସମ୍ୱୋଧନରେ ସେ ଯେପରି ବିହାରର ବିକାଶକୁ ନେଇ ନିଜର ଅସହାୟତା ଦେଖାଇଥିଲେ । ଏଥିରୁ ବିରୋଧୀଙ୍କୁ ଆକ୍ରମଣ କରିବାର ସୁଯୋଗ ମିଳିଥିଲା ।

ବାସ୍ତବରେ ସିଏମ ନୀତିଶ କୁମାର ବିହାରର ଭୌଗୋଳିକ ସ୍ଥିତିକୁ ରାଜ୍ୟର ବିକାଶର ବାଧକ ବୋଲି କହି କହିଛନ୍ତି ଯେ ଆମେ ଚାରି ପାର୍ଶ୍ୱରେ ଘେରି ରହୁଛି । ଉପକୂଳବର୍ତ୍ତୀ ରାଜ୍ୟଗୁଡିକରେ ଅଧିକ ବୃହତ ଶିଳ୍ପ ପ୍ରତିଷ୍ଠା କରାଯାଇଛି । ଆମେ ବହୁତ ଚେଷ୍ଟା କରିଥିଲୁ କିନ୍ତୁ ବଡ ଶିଳ୍ପପତିମାନେ ବିହାରକୁ ଆସି ନଥିଲେ । ସିଏମ ନୀତିଶଙ୍କ ଏହି ପ୍ରସଙ୍ଗକୁ ଆଧାର କରି ବର୍ତ୍ତମାନ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସୱାନ (LJP President Chirag Paswan) ସିଏମ ନୀତିଶଙ୍କ ଉପରେ ଆକ୍ରମଣ କରିଛନ୍ତି । ଚିରାଗ କହିଛନ୍ତି ଯେ, "ଯାହା ବି ହେଉ, ନୀତିଶଙ୍କୁ ଏଥର ସିଏମ ହେବାକୁ ଦେବି ନାହିଁ ।"

ଅଧିକ ପଢ଼ନ୍ତୁ:-ଟ୍ରେନରେ ଏହି ନିୟମ ଭାଙ୍ଗିଲେ ହେବ ଜେଲ, ଲାଗିବ ଜରିମାନା !

ଚିରାଗ କହିଛନ୍ତି ଯେ, ପ୍ରଥମ ରାଲିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ବହୁତ ଚେଷ୍ଟା କରିଛୁ । ବିହାରରେ ଇଣ୍ଡଷ୍ଟ୍ରିଜ୍ ସ୍ଥାପନ ହୋଇପାରିବ ନାହିଁ । ନୀତୀଶ କୁମାର କହୁଛନ୍ତି ଯେ ବିହାର ସମୁଦ୍ର ଦ୍ୱାରା ଘେରି ନାହିଁ, ତେଣୁ ଏଠାରେ କୌଣସି ଶିଳ୍ପ ନାହିଁ । କିନ୍ତୁ, ବିହାର ଏକମାତ୍ର ରାଜ୍ୟ ନୁହେଁ ଯାହା ଲ୍ୟାଣ୍ଡ ଲକ୍ ରହିଛି । ବରଂ ଦିଲ୍ଲୀ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଝାଡଖଣ୍ଡ, ହିମାଚଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ ଭଳି ରାଜ୍ୟ ମଧ୍ୟ ଚାରିଆଡେ ଜମିରେ ଘେରି ରହିଛନ୍ତି । ଏହି ରାଜ୍ୟଗୁଡିକ ମଧ୍ୟରୁ ଅନେକରେ ବିହାର ଅପେକ୍ଷା ଅଧିକ କାରଖାନା ଅଛି ।

ଅଧିକ ପଢ଼ନ୍ତୁ:-ନିଜ ସମ୍ପତ୍ତି ଓ ନିବେଶ ବିଷୟରେ ବଡ଼ ସୂଚନା ଦେଲେ ପିଏମ ମୋଦି, ଜାଣନ୍ତୁ କେଉଁଠାରେ ସେ ନିବେଶ କରିଛନ୍ତି ନିଜ ଟଙ୍କା ?

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଥିବା ଯାଏ ବିକାଶ ହେବା କିମ୍ବା  ବିହାରର ବିକଶିତ ହେବା ସମ୍ଭବ ନୁହେଁ ବୋଲି ଏଲଜେପି ଅଧ୍ୟକ୍ଷ କହିଛନ୍ତି । ରାଜ୍ୟବାସୀ ତାଙ୍କୁ ୧୫ ବର୍ଷ ଦେଇଛନ୍ତି । ଦେଢ଼ ଦଶନ୍ଧି ପରେ ମଧ୍ୟ ସ୍ଥିତିରେ ସୁଧାର ଆସି ନାହିଁ । ସିଏମ ନୀତିଶ ଆଜି କହୁଛନ୍ତି ଯେ ସେ ଆପଣଙ୍କ ଘର ଓ କ୍ଷେତକୁ ବିଦ୍ୟୁତ ପହଞ୍ଚାଇବେ । ବିହାର ଆମର କୃଷି ପ୍ରଧାନ ରାଜ୍ୟ, ବିଦ୍ୟୁତ୍ ବର୍ତ୍ତମାନ ଯାଏ ପହଞ୍ଚି ଯିବାର କଥା । ଏହାସହ ଜଳସେଚନ ସୁବିଧା ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ଗ୍ରାମରେ ପହଞ୍ଚି ଯିବାର କଥା । କିନ୍ତୁ ତାହା ବର୍ତ୍ତମାନ ଯାଏ ହୋଇନାହିଁ ।