ପୁଣିଥରେ କ୍ଷମତା ମିଳୁଛି ସିନା, କିନ୍ତୁ ନୀତିଶଙ୍କ ଆଗରେ ରହିବ ଏହି ୫ଟି ବଡ ଚ୍ୟାଲେଞ୍ଜ
Advertisement

ପୁଣିଥରେ କ୍ଷମତା ମିଳୁଛି ସିନା, କିନ୍ତୁ ନୀତିଶଙ୍କ ଆଗରେ ରହିବ ଏହି ୫ଟି ବଡ ଚ୍ୟାଲେଞ୍ଜ

ନୀତିଶ କୁମାର ଏପର୍ଯ୍ୟନ୍ତ ତାଙ୍କର ଏକମାତ୍ର ସହଯୋଗୀ ବିଜେପି ସହିତ ବିହାରରେ ସରକାର ଚଳାଇ ଆସୁଥିଲେ, କିନ୍ତୁ ଏଥର ଏନଡିଏର ଚାରିଜଣ ସହଯୋଗୀ ଅଛନ୍ତି ।

ପୁଣିଥରେ କ୍ଷମତା ମିଳୁଛି ସିନା, କିନ୍ତୁ ନୀତିଶଙ୍କ ଆଗରେ ରହିବ ଏହି ୫ଟି ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ବିହାରରେ ଆଣ୍ଟି-ଇନକମ୍ବେନ୍ସି ଓ ବିରୋଧୀଙ୍କ କଠୋର ଚ୍ୟାଲେଞ୍ଜକୁ ଅତିକ୍ରମ କରି ଏନଡିଏ (NDA) ସଂଖ୍ୟାଗରିଷ୍ଠତା ହାସଲ କରିଛି । ଯାହା ପରେ ନୀତିଶ କୁମାର (Nitish Kumar) ଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ପୁଣି ଥରେ ସାକାର ହେବାକୁ ଯାଉଛି । ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ନୀତିଶ ଶପଥ ଗ୍ରହଣ କରିବେ । କିନ୍ତୁ ଏଥର ତାଙ୍କ ପାଇଁ ସବୁକିଛି ସହଜ ହେବ ନାହିଁ । ଏଥର ଉଭୟ ରାଜନୈତିକ ସମୀକରଣ ଏବଂ ପରିସ୍ଥିତି ଅଲଗା ରହିଛି । ଯେଉଁଥିପାଇଁ ନୀତିଶଙ୍କ ଆଗରେ  ଅନେକ ଚ୍ୟାଲେଞ୍ଜ ରହିଛି । ଗୋଟିଏ ପଟେ ତାଙ୍କୁ ଦୃଢ଼ ବିରୋଧର ସାମ୍ନା କରିବାକୁ ପଡିବ ଏବଂ ଅନ୍ୟ ପଟେ ତାଙ୍କୁ ଚାରି ସହଯୋଗୀଙ୍କ ସହ ସନ୍ତୁଳନ ରଖିବାକୁ ପଡିବ ।

୧. ସହଯୋଗୀମାନଙ୍କ ସହିତ ସନ୍ତୁଳନ 

ନୀତିଶ କୁମାର ଏପର୍ଯ୍ୟନ୍ତ ତାଙ୍କର ଏକମାତ୍ର ସହଯୋଗୀ ବିଜେପି ସହିତ ବିହାରରେ ସରକାର ଚଳାଇ ଆସୁଥିଲେ, କିନ୍ତୁ ଏଥର ଏନଡିଏର ଚାରିଜଣ ସହଯୋଗୀ ଅଛନ୍ତି । ଏଥର ବିଜେପି ସହିତ ଜିତନ ରାମ ମାଞ୍ଝୀଙ୍କ ହାମ୍ ଏବଂ ମୁକେଶ ସାହନିଙ୍କ ଭିଆଇପି ମଧ୍ୟ ମେଣ୍ଟର ଅଂଶବିଶେଷ । ଏହି ଦୁଇ ଦଳ କେବଳ ମେଣ୍ଟର ଅଂଶ ନୁହଁନ୍ତି ବରଂ ସରକାର ଚଳାଇବା ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତାର ଅଂଶୀଦାର ଅଟନ୍ତି । ଏନଡିଏ ଏପରି ଏକ ଜନାଦେଶ ପାଇଛି, ଯେଉଁଥିରେ ନୀତିଶଙ୍କ ଚେୟାରରେ ଚାରିଜଣ ମାଲିକ ଅଛନ୍ତି ।

ଅର୍ଥାତ୍, ଏନଡିଏ ସହଯୋଗୀମାନଙ୍କ ମଧ୍ୟରୁ ଜଣେ ଅସନ୍ତୁଷ୍ଟ ହେବା କିମ୍ବା କଥା ବିଗିଡ଼ିବା ଅର୍ଥ ହେଉଛି ସରକାର ଆବଶ୍ୟକ କରୁଥିବା ସଂଖ୍ୟାଗରିଷ୍ଠତାଠାରୁ ଦୂରେଇ ଯିବା । ଏପରି ପରିସ୍ଥିତିରେ ପ୍ରତ୍ୟେକଙ୍କର ନିଜସ୍ୱ ସର୍ତ୍ତ ଏବଂ ସେମାନଙ୍କର ନିଜସ୍ୱ ଦୃଷ୍ଟିକୋଣ ମଧ୍ୟ ରହିବ । ନୀତିଶଙ୍କ ମନ୍ତ୍ରୀମଣ୍ଡଳ ଠାରୁ ଆରମ୍ଭ କରି ସରକାରଙ୍କ ନିଷ୍ପତ୍ତିରେ ଏହାର ଚାପ ସ୍ପଷ୍ଟ ଦେଖାଯିବ । ଏଭଳି ପରିସ୍ଥିତିରେ ନୀତିଶ କୁମାରଙ୍କ ଆଗରେ ସବୁଠାରୁ ବଡ ଆହ୍ୱାନ ହେଉଛି ତାଙ୍କର ଚାରି ସହଯୋଗୀଙ୍କ ସହ ସନ୍ତୁଳନ ଏବଂ ସମନ୍ୱୟ ରକ୍ଷା କରିବା ।

୨. ସରକାରଙ୍କ ଉପରେ କିପରି ନିୟନ୍ତ୍ରଣ ରଖିବେ 

ନୀତିଶ କୁମାର ସଂପୂର୍ଣ୍ଣ ଦୃଢ଼ତା ଓ ବିନା ହସ୍ତକ୍ଷେପରେ କାମ କରୁଥିବା ମୁଖ୍ୟମନ୍ତ୍ରୀ ଭାବେ ବେଶ ଜଣାଶୁଣା । ବିରୋଧୀମାନେ ତାଙ୍କ କାର୍ଯ୍ୟ କରିବାର ଶୈଳୀକୁ ବିନା କୌଣସି ବିଚାର ବିମର୍ଶ କରି ନିଷ୍ପତ୍ତି ନେଉଥିବା ମୁଖ୍ୟମନ୍ତ୍ରୀ ଭାବରେ କରିଆସୁଛନ୍ତି । ବିହାରରେ ସମୀକରଣ ଏପରି ଯେ ନୀତିଶଙ୍କୁ ସରକାର ଚଳାଇବା ଏବଂ ସ୍ୱତନ୍ତ୍ର ଭାବରେ ନିଷ୍ପତ୍ତି ନେବାର ସ୍ୱାଧୀନତା ପୂର୍ବ ଭଳି ହେବ ନାହିଁ । ନୀତିଶ କୁମାରଙ୍କୁ ନିଜ ନିୟନ୍ତ୍ରଣରେ ରଖି ଶାସନ କରିବାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ।

୩. ଜେଡିୟୁ କ୍ୟାବିନେଟରେ ସଂଖ୍ୟାଲଘୁ ରହିବ

ନୀତିଶ କୁମାରଙ୍କ ଦଳ ଜେଡିୟୁର ସରକାର ଭିତରେ ଅଂଶୀଦାର ମଧ୍ୟ ହ୍ରାସ ପାଇବ । ଏନଡିଏରେ ବିଜେପି ହେଉଛି ସବୁଠାରୁ ବଡ ଦଳ ଏବଂ ଜେଡିୟୁ ହେଉଛି ଦୁଇ ନମ୍ବର ଦଳ । ଏଭଳି ପରିସ୍ଥିତିରେ କେବଳ ନୀତିଶଙ୍କ କ୍ୟାବିନେଟରେ କେବଳ ବିଜେପି ଏବଂ ଜେଡିୟୁ ନୁହେଁ, ଜିତନ ରାମ ମଞ୍ଝୀଙ୍କ ହାମ ଏବଂ ମୁକେଶ ସାହନିଙ୍କ ଭିଆଇପି ଦଳକୁ ମଧ୍ୟ ମନ୍ତ୍ରୀ ପଦବୀ ଦେବାକୁ ପଡ଼ିବ । କାରଣ ସେମାନଙ୍କର ସହାୟତାରେ ସଂଖ୍ୟାଗରିଷ୍ଠତା ମିଳିଛି । ବିଧାନସଭାରେ ଯାହାର ଯେତିକି ଅଂଶ, ତାଙ୍କୁ କ୍ୟାବିନେଟରେ ସେତିକି ଭାଗୀଦାରର ଫର୍ମୁଲା ଉପରେ ବିହାରରେ କ୍ୟାବିନେଟର ଅଂଶ ମିଳି ଆସୁଛି । ଏହାର ଅର୍ଥ ଯଦି ନୂଆ ମନ୍ତ୍ରୀମଣ୍ଡଳରେ ବିଜେପି ମନ୍ତ୍ରୀମାନେ ଅଧିକ ହେବ, ତେବେ ଗତଥର ତୁଳନାରେ ଜେଡିୟୁ କମ୍ ହେବ । ବିହାରରେ ସର୍ବାଧିକ ୩୬ ମନ୍ତ୍ରୀ ନିଯୁକ୍ତ ହୋଇପାରିବେ । ଏହିପରି ଜେଡିୟୁ କ୍ୟାବିନେଟରେ ସଂଖ୍ୟାଲଘୁଙ୍କ ମଧ୍ୟରେ ରହିବ ।

୪. ମଜଭୁତ ବିରୋଧଙ୍କ ସମ୍ମୁଖୀନ ହେବେ 

ବିହାର ରାଜନୀତିରେ ନୀତିଶ କୁମାରଙ୍କୁ ପ୍ରଥମ ଥର ପାଇଁ ମଜଭୁତ ବିରୋଧଙ୍କ ସମ୍ମୁଖୀନ ହେବାକୁ ପଡ଼ିବ । ୨୦୦୫ ମସିହାରେ ଯେତେବେଳେ ସେ ପ୍ରଥମେ ପୂର୍ଣ୍ଣକାଳୀନ ସିଏମ୍ ହୋଇଥିଲେ ସେତେବେଳେ ବିରୋଧୀ ବିହାରରେ ଏକ ଦୁର୍ବଳ ସ୍ଥିତିରେ ଥିଲେ । ଏଥର ବିରୋଧୀ ଦଳରେ ଅତି କମରେ ୧୧୫ ଜଣ ବିଧାୟକ ପ୍ରଥମ ଥର ପାଇଁ ତାଙ୍କୁ ଘେରିବେ । ବିରୋଧୀ କେବଳ ସଂଖ୍ୟାରେ ନୁହେଁ ବରଂ ତେଜସ୍ୱୀ ଯାଦବ ଚଳିତ ନିର୍ବାଚନରେ ଜଣେ ଶକ୍ତିଶାଳୀ ନେତା ଭାବରେ ଉଭା ହୋଇଛନ୍ତି । ଏଭଳି ପରିସ୍ଥିତିରେ ନୀତିଶ କୁମାରଙ୍କୁ ଅସହଜ କରିବା ପାଇଁ ବିରୋଧୀ ସମସ୍ତ ପ୍ରକାର ଉଦ୍ୟମ କରିବେ ।

ଅଧିକ ପଢ଼ନ୍ତୁ:-ଖୁସି ଖବର, ଭାରତରେ ପହଞ୍ଚିଲା ରୁଷର କୋରୋନା ଭ୍ୟାକ୍ସିନ

୫. ନୀତିଶଙ୍କୁ ନିଜ ହଜିଯାଇଥିବା ଭାବମୂର୍ତ୍ତିକୁ ପୁନଃ ପ୍ରାପ୍ତ କରିବାର ଆହ୍ୱାନ

ନୀତିଶ କୁମାର ହୁଏତ କ୍ଷମତାକୁ ଆସିଥାଇ ପାରନ୍ତି, କିନ୍ତୁ ନିର୍ବାଚନରେ ​​ଯେଉଁଭଳି ଭାବରେ ତାଙ୍କ ବିରୋଧରେ ଲୋକଙ୍କ ଅସନ୍ତୁଷ୍ଟ ଦେଖାଯାଇଛି । ନୀତିଶ କୁମାରଙ୍କ ସୁଶାସନ ବାବୁଙ୍କର ଭାବମୂର୍ତ୍ତି ଥିଲା, ସେଥିରେ ଗଭୀର ଧକ୍କା ଲାଗିଛି ।  ନିର୍ବାଚନ ସମୟରେ ଇନକମ୍ବୁନ୍ସି ବିରୋଧୀ ହାୱା ସ୍ପଷ୍ଟ ଦେଖାଯାଉଥିଲା ଏବଂ ଲୋକମାନେ ନୀତିଶ କୁମାରଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରୁଥିଲେ । ବିହାର ନିର୍ବାଚନରେ ​​ବିକାଶ ଏବଂ ରୋଜଗାର ଏକ ବଡ଼ ପ୍ରସଙ୍ଗ ରହିଛି । ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଯେତେବେଳେ ନୀତିଶ କୁମାର କ୍ଷମତା ଗ୍ରହଣ କରିବାକୁ ଯାଉଛନ୍ତି, ଯାହା ତାଙ୍କ ହଜିଯାଇଥିବା ସୁଶାସନ ବାବୁଙ୍କ ଭାବମୂର୍ତ୍ତିକୁ ଦୃଢ଼ କରିବା ତାଙ୍କ ପାଇଁ ଏକ ଆହ୍ୱାନ ଅଟେ । କେବଳ ଏତିକି ନୁହେଁ ସେ ନିର୍ବାଚନ ମଝିରେ ଘୋଷଣା କରିଛନ୍ତି ଯେ ଏହା ହେଉଛି ତାଙ୍କ ଶେଷ ନିର୍ବାଚନ ।