ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟ ଦି'ଫାଳ, ଏନଡିଏରେ ସାମିଲ ହେବ ଆରଏଲଏସପି !
Advertisement
Article Detail0/zeeodisha/odisha754153

ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟ ଦି'ଫାଳ, ଏନଡିଏରେ ସାମିଲ ହେବ ଆରଏଲଏସପି !

କୁଶୱାହା (Upendra Kushwaha) କହିଛନ୍ତି ଯେ, ଆସନ ସଂଖ୍ୟାର କୌଣସି ମାମଲା ନାହିଁ । ଆସନ ସଂଖ୍ୟା ଉପରେ ଆମେ ଆପୋଷ ବୁଝାମଣା କରିପାରିବା । ରାଜ୍ୟବାସୀ ପରିବର୍ତ୍ତନ ଚାହୁଁଛନ୍ତି, କିନ୍ତୁ ଜନସାଧାରଣ ମଧ୍ୟ ମତ ଦେଇଛନ୍ତି ଯେ ବିକଳ୍ପ ନେତୃତ୍ୱ ଏପରି ହେବା ଉଚିତ ଯେ ଏହା ନୀତୀଶ କୁମାର (Nitish Kumar) ଙ୍କ ସାମ୍ନାରେ ଠିଆ ହୋଇପାରିବ ।

ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟ ଦି'ଫାଳ, ଏନଡିଏରେ ସାମିଲ ହେବ ଆରଏଲଏସପି !

ପାଟନା: Bihar Election 2020: ଆଉ କିଛି ସମୟର ଅପେକ୍ଷା ଆଜି(ଶୁକ୍ରବାର) ମଧ୍ୟାହ୍ନ ୧୨ଟାରେ ବିହାର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ । ଏହା ପୂର୍ବରୁ ମହାମେଣ୍ଟ (Grand Alliance) କୁ ଲାଗିଛି ଜୋରଦାର ଝଟକା । ବିଗତ  କିଛି ଦିନ ଧରି ରାଷ୍ଟ୍ରୀୟ ଜନତା ଦଳ (RJD) ଓ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (RLSP) ମଧ୍ୟରେ ଜାରି ଥିଲା ବିବାଦ । ଶେଷରେ ଆରଏଲଏସପି ମହାମେଣ୍ଟରୁ ଅଲଗା ହୋଇଯାଇଛି ।  ବର୍ତ୍ତମାନ ଆରଏଲଏସପି ଆରଜେଡିରୁ ଅଲଗା ହେବାର ଘୋଷଣା କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା (Upendra Kushwah) ସେପ୍ଟେମ୍ବର ୨୪ (ଗୁରୁବାର) ରେ କହିଛନ୍ତି - ଯଦି ଆରଜେଡି ନିଜର ନେତୃତ୍ୱ ପରିବର୍ତ୍ତନ କରେ ତେବେ ଆମ ଦଳ ମହାମେଣ୍ଟରେ ସାମିଲ ହେବ । ଆମେ ଆମ ଲୋକଙ୍କୁ ମହାମେଣ୍ଟରେ ଯୋଗଦେବାକୁ ପୁଣିଥରେ ମନାଇ ନେବୁ । ସେ ଦଳର ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି । 

ଅଧିକ ପଢ଼ନ୍ତୁ:-ଯଦି ମୁଁ ନିର୍ବାଚନରେ ​​ହାରି ଯାଏ, ତଥାପି ସହଜରେ ଛାଡ଼ିବିନି ଶାସନ ଗାଦି: ଡୋନାଲ୍ଡ ଟ୍ରମ୍ପ

କୁଶୱାହା କହିଛନ୍ତି ଯେ, ଆସନ ସଂଖ୍ୟାର କୌଣସି ମାମଲା ନାହିଁ । ଆସନ ସଂଖ୍ୟା ଉପରେ ଆମେ ଆପୋଷ ବୁଝାମଣା କରିପାରିବା । ରାଜ୍ୟବାସୀ ପରିବର୍ତ୍ତନ ଚାହୁଁଛନ୍ତି, କିନ୍ତୁ ଜନସାଧାରଣ ମଧ୍ୟ ମତ ଦେଇଛନ୍ତି ଯେ ବିକଳ୍ପ ନେତୃତ୍ୱ ଏପରି ହେବା ଉଚିତ ଯେ ଏହା ନୀତୀଶ କୁମାରଙ୍କ ସାମ୍ନାରେ ଠିଆ ହୋଇପାରିବ । ଆମେ ଏହା ପୂର୍ବରୁ କହିଛୁ ଯେ ବର୍ତ୍ତମାନର ଆରଜେଡି ନେତୃତ୍ୱ (ତେଜସ୍ୱୀ ଯାଦବ) ନୀତୀଶ କୁମାରଙ୍କ ସାମ୍ନାରେ ଠିଆ ହୋଇପାରିବେ ନାହିଁ ।

ଅଧିକ ପଢ଼ନ୍ତୁ:-କୋରୋନାର ଆଉ ଏକ ଭ୍ୟାକ୍ସିନ ଦେଲା ଖୁସି ଖବର

ବୈଠକରେ ପାରିତ ହୋଇଥିବା ପ୍ରସ୍ତାବରେ କୁହାଯାଇଛି ଯେ, ଆରଏଲଏସପି ନିରନ୍ତର ନୀତୀଶ କୁମାର ସରକାରଙ୍କୁ ବିଦାୟ ଦେବାକୁ ଚେଷ୍ଟା କରୁଛି । ଏଥିପାଇଁ ନୀତି, ନେତୃତ୍ୱ ଏବଂ ଅଭିଯାନ ଉପରେ ସାମୂହିକ ବୁଝାମଣା ବିକାଶ ପାଇଁ ଏକ ପ୍ରୟାସ କରାଯାଇଛି । ତେବେ ଆରଜେଡି ନେତୃତ୍ୱ ଏକପାଖିଆ ନିଷ୍ପତ୍ତି ନେଇଛି । ଏହି କାରଣରୁ ମହାମେଣ୍ଟର ଦଳ ମଧ୍ୟରେ କୌଣସି ଏକ ମତ ସୃଷ୍ଟି ହୋଇନାହିଁ । ଆସନ ବୁଝାମଣା ପ୍ରଶ୍ନ ଉପରେ ମଧ୍ୟ ଅନିଶ୍ଚିତତା ଜାରି ରହିଛି । ଏଥିରେ ଗୋଟିଏ ଦିନର ବିଳମ୍ବ ଜନସାଧାରଣଙ୍କୁ ବ୍ୟଥିତ କରୁଛି । ଏହି ପରିପ୍ରେକ୍ଷୀରେ ଅନେକ ପର୍ଯ୍ୟାୟର ଆଲୋଚନା ହୋଇଛି । କିନ୍ତୁ କୌଣସି ଫଳାଫଳ ମିଳିଲା ନାହିଁ । ଏଭଳି ପରିସ୍ଥିତିରେ ଆଉ ରହିବା ହେଉଛି ପରୋକ୍ଷରେ କିମ୍ବା ପ୍ରତ୍ୟକ୍ଷ ଭାବରେ NDA କୁ ଲାଭ ପହଞ୍ଚାଇବା ।