ନୀତିଶ କୁମାରଙ୍କ ଦୁଃଖ, ବଦଳିଲା ମାଞ୍ଝୀଙ୍କ ମୁଡ୍, ଏନଡିଏରେ ନାହିଁ ସବୁକିଛି ଠିକ୍!
Advertisement
Article Detail0/zeeodisha/odisha825591

ନୀତିଶ କୁମାରଙ୍କ ଦୁଃଖ, ବଦଳିଲା ମାଞ୍ଝୀଙ୍କ ମୁଡ୍, ଏନଡିଏରେ ନାହିଁ ସବୁକିଛି ଠିକ୍!

ଯେବେ ବି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସୁଯୋଗ ମିଳୁଛି, ସେ ଟାର୍ଗେଟ କରୁଛନ୍ତି । ନୀତିଶ ପୁଣି ଥରେ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲେ ଏବଂ ଚାପରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ନୀତିଶ କୁମାରଙ୍କ ଦୁଃଖ, ବଦଳିଲା ମାଞ୍ଝୀଙ୍କ ମୁଡ୍, ଏନଡିଏରେ ନାହିଁ ସବୁକିଛି ଠିକ୍!

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ବିହାର ରାଜନୀତିରେ ଅସ୍ଥିରତା ଲାଗି ରହିଛି । ବିଜେପି (BJP) ଓ ଜନତା ଦଳ ୟୁନାଇଟେଡ (JDU) ସମ୍ପର୍କରେ ତିକ୍ତତା ଦେଖାଦେଇଛି । ଯାହାର ଫଳ ସ୍ୱରୂପ ଏନଡିଏରେ ମଧ୍ୟ ଫାଟ ସୃଷ୍ଟି ହେବାରେ ଲାଗିଛି । ନୀତିଶ କୁମାର (Nitish Kumar) ଙ୍କ ନେତୃତ୍ୱାଧୀନ ଏନଡିଏ ସରକାର (NDA Govt) ଗଠନ କରିବାକୁ ଦୁଇ ମାସ ହେବାକୁ ଯାଉଛି, କିନ୍ତୁ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ । ନା ହିଁ ରାଜ୍ୟପାଳ କୋଟାରୁ ବିଧାନ ପରିଷଦ (MLC) ଆସନ ବାଣ୍ଟିବାର ଫର୍ମୂଲା ସାମ୍ନାକୁ ଆସିଛି । ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ତାଙ୍କୁ ଜଣାପଡ଼ି ନଥିଲା ଯେ ନିର୍ବାଚନରେ ​​ତାଙ୍କ 'ବନ୍ଧୁ' କିଏ ଏବଂ 'ଶତ୍ରୁ' କିଏ?  ସେପଟେ ଏନଡିଏର ସହଯୋଗୀ ଜିତନ ରାମ ମାଞ୍ଝୀ (Jitan Ram Manjhi) ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି (RJD) ନେତା ତେଜସ୍ୱୀ ଯାଦବ (Tejashwi Yadav) ଙ୍କ ପ୍ରଶଂସା କରୁଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଏନଡିଏରେ ସବୁକିଛି ଠିକ୍ ଚାଲୁଛି କି? ଯେଉଁ କାରଣରୁ ନୀତିଶ ଏବଂ ମାଞ୍ଝୀ ଇସାର-ଇସାରରେ ବିଜେପିକୁ ଟାର୍ଗେଟ କରୁଛନ୍ତି?

ଅଧିକ ପଢ଼ନ୍ତୁ:-ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍!

ଯେବେ ବି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସୁଯୋଗ ମିଳୁଛି, ସେ ଟାର୍ଗେଟ କରୁଛନ୍ତି । ନୀତିଶ ପୁଣି ଥରେ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲେ ଏବଂ ଚାପରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଜେଡିୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସେ କହିଛନ୍ତି ଯେ ଯେତେବେଳେ ନିର୍ବାଚନରେ ଆମ ଲୋକ ​​କମ୍ ଜିତିଥିଲେ ସେତେବେଳେ ମୋତେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ନଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ ଦଳ ଓ ବିଜେପି କାରଣରୁ ହୋଇଛି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନଡିଏରେ ସବୁକିଛି ୫ ମାସ ପୂର୍ବରୁ ସ୍ଥିର ହୋଇଯିବାର ଆବଶ୍ୟକତା ଥିଲା । କୋରୋନା କାରଣରୁ ପ୍ରାର୍ଥୀମାନେ ପ୍ରଚାର ପାଇଁ କମ୍ ସମୟ ପାଇଲେ, ଯାହାର କ୍ଷତି ଜେଡିୟୁକୁ ସହିବାକୁ ପଡିଛି । ନୀତିଶଙ୍କ ଏହି ଇସାରା ଏନଡିଏରେ ଆସନ ବୁଝାମଣାରେ ବିଳମ୍ବ ଉପରି ଥିଲା ।

ଅଧିକ ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ଓୱେସୀଙ୍କୁ ବଡ଼ ଝଟକା ଦେଲେ ମମତା, ଟିଏମସିରେ ସାମିଲ ହେଲେ AIMIM ର ବଙ୍ଗଳା ମୁଖ୍ୟ

ଏଥର ବିହାର ବିଧାନସଭା ନିର୍ବାଚନରେ ​​ଜେଡିୟୁର ଆସନ ବିଜେପି ଠାରୁ କମ୍ ଆସିଛି । ବିଜେପି ୭୪ଟି ଆସନ ପାଇଥିବାବେଳେ ଜେଡିୟୁକୁ ୪୩ଟି ଆସନ ମିଳିଛି । ଏନଡିଏରେ ବିଜେପିର ବଡ଼ ଭାଇର ଭୂମିକାକୁ ନୀତିଶ ହଜମ କରିପାରୁନାହାଁନ୍ତି । ଏହି କାରଣରୁ ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି ଯେ ତାଙ୍କୁ ଜଣାପଡ଼ି ନଥିଲା ଯେ କିଏ ଶତ୍ରୁ ଏବଂ କିଏ ତାଙ୍କର ବନ୍ଧୁ । 

ସେପଟେ ସମୟ ଓ ସୁଯୋଗକୁ ଦୃଷ୍ଟିରେ ରଖି ଏନଡିଏର ସହଯୋଗୀ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ମୁଖ୍ୟ ଜିତନ ରାମ ମାଞ୍ଝୀ ମଧ୍ୟ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛନ୍ତି । ଗୋଟିଏ ଏମଏଲସି ଏବଂ ଅନ୍ୟ ଏକ ମନ୍ତ୍ରୀ ପଦବୀ ଦାବି କରିବା ପରେ ମାଞ୍ଝୀ କହିଛନ୍ତି ଯେ ରାଜନୀତିରେ ମେଣ୍ଟ ଧର୍ମ ପାଳନ କରିବା ଯଦି ଶିଖିବାର ଅଛି ତେବେ ନୀତିଶ କୁମାରଙ୍କଠାରୁ ଏହା ଶିଖିବା ଉଚିତ । ମେଣ୍ଟରେ ସାମିଲ ଦଳକୁ ଆଭ୍ୟନ୍ତରୀଣ ବିରୋଧ ଓ ଷଡଯନ୍ତ୍ର ସତ୍ତ୍ୱେ ତାଙ୍କ ସହଯୋଗ କରିବା ନୀତିଶଙ୍କୁ ରାଜନୈତିକ ସ୍ତରରେ ଅଧିକ ମହାନ କରିଥାଏ । ଅନ୍ୟ ଏକ ଟ୍ୱିଟ୍‌ରେ ମାଞ୍ଝୀ ତେଜସ୍ୱୀ ଯାଦବଙ୍କୁ ବିହାରର ଭବିଷ୍ୟତର ନେତା କହିଛନ୍ତି । ଏବଂ ସକରାତ୍ମକ ରାଜନୀତି କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ମଧ୍ୟ ପ୍ରଦେଶ ବିଜେପିରେ ବିଦ୍ରୋହ! 'କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି ୩୫ ଜଣ ବିଧାୟକ'

ବାସ୍ତବରେ, ଏଥର ବିହାର ବିଧାନସଭା ନିର୍ବାଚନ ଫଳାଫଳ ଏପରି ଆସିଛି ଯେ ଏନଡିଏ ଓ ମହାମେଣ୍ଟ ମଧ୍ୟରେ ଆସନରେ ଅଧିକ ପାର୍ଥକ୍ୟ ନାହିଁ । ଏନଡିଏକୁ ୧୨୫ ଆସମ ମିଳିଥିବା ବେଳେ ମହାମେଣ୍ଟକୁ ୧୧୦ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଏହା ବ୍ୟତୀତ ଏଆଇଏମଆଇଏମ (AIMIM) ର ୫ ବିଧାୟକ ଓ ଗୋଟିଏ ବହୁଜନ ସମାଜ ପାର୍ଟି (BSP) ର ଏବଂ ସ୍ୱାଧୀନ ବିଧାୟକ ଅଛନ୍ତି । ତେଣୁ ବିହାରରେ ଯେକୌଣସି ମୁହୂର୍ତ୍ତରେ କ୍ଷମତାରେ ପରିବର୍ତ୍ତନ ହେବାର ଆଶଙ୍କାକୁ ଅସ୍ୱୀକାର କରି ହେବନାହିଁ । ବିଗତ ଦିନରେ ଆରଜେଡି ଦାବି କରିଥିଲା ଯେ ଜେଡିୟୁର ୧୭ ଜଣ ବିଧାୟକ ସେମାନଙ୍କ ସହ ସମ୍ପର୍କରେ ଅଛନ୍ତି ।