ନୀତିଶ କୁମାରଙ୍କୁ ନେଇ ପ୍ରଶାନ୍ତ କିଶୋର ଦେଲେ ବଡ଼ ବୟାନ, ପିକେ ମନେ ପକାଇଦେଲେ ୨୦୧୭ର କଥା
Advertisement
Article Detail0/zeeodisha/odisha1294890

ନୀତିଶ କୁମାରଙ୍କୁ ନେଇ ପ୍ରଶାନ୍ତ କିଶୋର ଦେଲେ ବଡ଼ ବୟାନ, ପିକେ ମନେ ପକାଇଦେଲେ ୨୦୧୭ର କଥା

Bihar Politics: ପ୍ରଶାନ୍ତ କିଶୋର (Prashant Kishor) କହିଛନ୍ତି ଯେ ଯେଉଁ ମେଣ୍ଟ ବିରୋଧରେ ନୀତିଶ କୁମାର (Nitish Kumar) ନିର୍ବାଚନ ଲଢ଼ିଛନ୍ତି ଆଜି ସେମାନଙ୍କ ସହ ଯିବେ, ଏଭଳି ପରିସ୍ଥିତିରେ ଭଲ ହେବ କି ଆପଣ ପୁନର୍ବାର ଜନସାଧାରଣଙ୍କ ନିକଟକୁ ଯାଇ ଜନାଦେଶ ନିଅନ୍ତୁ । 

ନୀତିଶ କୁମାରଙ୍କୁ ନେଇ ପ୍ରଶାନ୍ତ କିଶୋର ଦେଲେ ବଡ଼ ବୟାନ, ପିକେ ମନେ ପକାଇଦେଲେ ୨୦୧୭ର କଥା

ପାଟନା: Bihar Politics: ବିହାର ରାଜନୀତି ବର୍ତ୍ତମାନ ସମୟରେ ଅଶାନ୍ତ ହୋଇଉଠିଛି । ଆଗାମୀ ସମୟରେ କିଛି ବଡ଼ ଘଟଣା ଘଟିବ କି ସେନେଇ କଳ୍ପନାଜଳ୍ପନାର ବଜାର ଗରମ ହୋଇଛି । ଏହି ସମୟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର ((Nitish Kumar)) ଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି । ପିକେ (PK) କହିଛନ୍ତି ଯେ, ଯଦି ଜନତା ଆପଣଙ୍କ ଉପରେ ବିଶ୍ୱାସ କରିଛନ୍ତି ତ ଆପଣ ସେମାନଙ୍କୁ ସମ୍ମାନ କରିବା ଉଚିତ୍ । ଯେଉଁ ମେଣ୍ଟ ବିରୋଧରେ ଆପଣ ନିର୍ବାଚନ ଲଢ଼ିଛନ୍ତି ଆଜି ସେମାନଙ୍କ ସହ ଯିବେ, ତା ଅପେକ୍ଷା ଆପଣ ପୁନର୍ବାର ଜନସାଧାରଣଙ୍କ ନିକଟକୁ ଯାଇ ଜନାଦେଶ ନିଅନ୍ତୁ ।

ପ୍ରକୃତରେ ପ୍ରଶାନ୍ତ କିଶୋର ସୋମବାର ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମ ସମୟରେ ସିୱାନରେ ପହଞ୍ଚିଥିଲେ । ସର୍କିଟ ହାଉସରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ସେ ଏହି କଥା କହିଛନ୍ତି । ସେ କହିଛନ୍ତି ଯେ, ବିହାରର ଲୋକମାନେ ଏନଡିଏ ନାମରେ ଜନାଦେଶ ଦେଇଛନ୍ତି । ସରକାର ଯାହା ବି ହେଉ, ଲୋକମାନେ ଏହାକୁ ପାଞ୍ଚ ବର୍ଷ ପାଇଁ ବାଛିଛନ୍ତି । ଗତଥର ଲୋକମାନେ ମହାମେଣ୍ଟକୁ ବାଛିଥିଲେ । ୨୦୧୭ରେ ନୀତିଶ କୁମାର ଏହାକୁ ଛାଡି ବିଜେପି ସହ ଯାଇଥିଲେ, କିନ୍ତୁ ସରକାର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଯଦି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଏହା କେବଳ ଲୋକଙ୍କ କାନ୍ଧରେ ବୋଝ ବଢ଼ାଇବ ।

ଏହା ବି ପଢ଼ନ୍ତୁ:-ଆଜି ମହାରାଷ୍ଟ୍ରରେ କ୍ୟାବିନେଟ ସମ୍ପ୍ରସାରଣ: ଏହି ୨୦ ଜଣ ହେବେ ମନ୍ତ୍ରୀ! ଦେଖନ୍ତୁ ପୂରା ତାଲିକା

ଏହା ବି ପଢ଼ନ୍ତୁ:-ଆସୁଛି ଆଉ ଏକ ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷିବ! ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

ପ୍ରଶାନ୍ତ କିଶୋର କହିଛନ୍ତି ଯେ, ନାଗରିକ ଭାବରେ ମୁଁ କହିବି ଯେ ଯଦି ସରକାର ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି, ତେବେ ପାଞ୍ଚ ବର୍ଷ ପୂରଣ ହେବା ଆବଶ୍ୟକ । ଅକ୍ଟୋବର-ନଭେମ୍ବର ୨୦୨୫ରେ ନିର୍ବାଚନ ଅନୁଷ୍ଠିତ ହେବା ଉଚିତ୍ । ସେ ଆଗକୁ କହିଛନ୍ତି ଯେ, ମୁଁ ନା ସରକାରରେ ଅଛି, ନା ବିରୋଧୀ ଦଳରେ, ଏହା ସେମାନଙ୍କ ଚିନ୍ତା ଯେ କାହାର ସରକାର ଗଠନ ହେବ । ମୋର କୌଣସି ଭୂମିକା ନାହିଁ । ନାଗରିକଙ୍କ ଦୃଷ୍ଟିକୋଣରୁ କ’ଣ ଘଟୁଛି ମୁଁ ମଧ୍ୟ ଦେଖୁଛି । ଦଳଗୁଡିକ ସେମାନଙ୍କର ବିଧାୟକଙ୍କ ସହ ସାକ୍ଷାତ କରିବା ଆଶ୍ଚର୍ଯ୍ୟଜନକ ନୁହେଁ । ମୁଁ ବିହାରର ଲୋକଙ୍କୁ ଭେଟୁଛି ଓ ଜନ ସୁରାଜ ବିଷୟରେ କହୁଛି ।