Odisha Election 2024 : ଗଞ୍ଜାମରେ ପାଣ୍ଡିଆନ୍‍ଙ୍କ ପ୍ରଚାର, ଶେରଗଡ଼ରେ ଉପସ୍ଥାପନ କଲେ ପ୍ରତିବଦ୍ଧତା
Advertisement
Article Detail0/zeeodisha/odisha2237838

Odisha Election 2024 : ଗଞ୍ଜାମରେ ପାଣ୍ଡିଆନ୍‍ଙ୍କ ପ୍ରଚାର, ଶେରଗଡ଼ରେ ଉପସ୍ଥାପନ କଲେ ପ୍ରତିବଦ୍ଧତା

ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର  ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଆଜି ଗଞ୍ଜାମର ଶେରଗଡ଼ଠାରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାରଦିନ ସେ ଗୋପାଳପୁରଠାରେ ନିର୍ବାଚନ ରୋଡ ଶୋ’କରିଥିଲେ। ଆଜି ଶେରଗଡ଼ର ଗୋଠ ଗାଁରେ ନିର୍ବାଚନ ସଭାକୁ ସମ୍ବୋଧନ କରିବା ସହ ବିଗତ ବର୍ଷଗୁଡ଼ିକରେ ଦେଇଥିବା ପ୍ରତିଶୃତି କେତେ କାର୍ଯ୍ୟରେ ପରିଣତ ହୋଇଛି ତାହାର ହିସାବ ରଖିଥିଲେ। 

Odisha Election 2024 : ଗଞ୍ଜାମରେ ପାଣ୍ଡିଆନ୍‍ଙ୍କ ପ୍ରଚାର, ଶେରଗଡ଼ରେ ଉପସ୍ଥାପନ କଲେ ପ୍ରତିବଦ୍ଧତା

ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର  ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଆଜି ଗଞ୍ଜାମର ଶେରଗଡ଼ଠାରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାରଦିନ ସେ ଗୋପାଳପୁରଠାରେ ନିର୍ବାଚନ ରୋଡ ଶୋ’କରିଥିଲେ। ଆଜି ଶେରଗଡ଼ର ଗୋଠ ଗାଁରେ ନିର୍ବାଚନ ସଭାକୁ ସମ୍ବୋଧନ କରିବା ସହ ବିଗତ ବର୍ଷଗୁଡ଼ିକରେ ଦେଇଥିବା ପ୍ରତିଶୃତି କେତେ କାର୍ଯ୍ୟରେ ପରିଣତ ହୋଇଛି ତାହାର ହିସାବ ରଖିଥିଲେ। 

ALSO READ : Odisha Election 2024: ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍‍; ଆଜିଠୁ ପ୍ରାର୍ଥୀପତ୍ର ଦାଖଲ, ଜୁନ୍‍୧ ରେ ଭୋଟ୍‍

ଶ୍ରୀ ପାଣ୍ଡିଆନ୍‍ ଏବେ ମାରାଥନ ପ୍ରଚାରରେ ରହିଛନ୍ତି। ବ୍ରହ୍ମପୁର ଲୋକସଭା ମଣ୍ଡଳୀ ସହ ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି ଲୋକସଭା ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବାକୁ ଥିବାରୁ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାଣ୍ଡିଆନ୍‍ ପ୍ରଚାର ଆରମ୍ଭ କରିଛନ୍ତି।  ଅପରପକ୍ଷେ ବିଜୁ ଜନତା ଦଳର ସଭାପତି ତଥା ଷ୍ଟାର ଆଇକନ୍‍ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ପ୍ରଚାର ସଭାରେ ଯୋଗ ଦେଇ  ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି।