Maharashtra Politics: ସରକାର ଗାଦିଚ୍ୟୁତ ହେବା ପରେ ସଞ୍ଜୟ ରାଉତଙ୍କୁ ନୀତେଶ ରାଣେଙ୍କ କଟାକ୍ଷ
Advertisement
Article Detail0/zeeodisha/odisha1238984

Maharashtra Politics: ସରକାର ଗାଦିଚ୍ୟୁତ ହେବା ପରେ ସଞ୍ଜୟ ରାଉତଙ୍କୁ ନୀତେଶ ରାଣେଙ୍କ କଟାକ୍ଷ

Maharashtra Politics: ମହାବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହେବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ଶିବସେନା।

Maharashtra Politics: ସରକାର ଗାଦିଚ୍ୟୁତ ହେବା ପରେ ସଞ୍ଜୟ ରାଉତଙ୍କୁ ନୀତେଶ ରାଣେଙ୍କ କଟାକ୍ଷ

Maharashtra Politics: ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହେବା ପରେ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ସଂକଟ ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ମହାବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହେବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ଶିବସେନା।

ଗତ କାଲି ଶିବସେନ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ଇସ୍ତଫା ପରେ ଗାଦିଚ୍ୟୁତ ହୋଇଥିଲା ମହାବିକାଶ ଅଘାଡ଼ି ସରକାର। ଏ ପ୍ରସଙ୍ଗରେ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଟାର୍ଗେଟ କରି ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ସେମାନଙ୍କୁ କଟାକ୍ଷ କରି କହିଛନ୍ତି ନିଜ ଲୋକ ଆମକୁ ପଛରୁ ଛୁରୀ ମାରିଛନ୍ତି। ଏହାର ଜବାବ ଦେବାକୁ ଯାଇ ବିଜେପି ବିଧାୟକ ନୀତେଶ ରାଣେ ଏକ ସ୍କେଚ୍ ଟ୍ୱିଟ୍ କରିଛନ୍ତି।

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କଟାକ୍ଷ ଉପରେ ଜବାବ ରଖି ବିଜେପି ବିଧାୟକ ନୀତେଶ ରାଣେ ଏକ ସ୍କେଚ୍ ଟ୍ୱିଟ୍ କରି କହିଛନ୍ତି ରିଟର୍ଣ୍ଣ ଗିଫ୍ଟ। ଶିବସେନା ନେତାଙ୍କ ପକ୍ଷରୁ କରାଯାଇଥିବା କଟାକ୍ଷର ଜବାବ ସିନ୍ଦେଙ୍କ ଉଦାହରଣ ଦେଇ ଦେଇଛନ୍ତି। ଶିବସେନା ସାଂସଦ ସଞ୍ଜୟ ରାଉତ ପଛରୁ ଛୁରୀ ମାରୁଥିବାର ସ୍କେଚ୍ ଟ୍ୱିଟ୍ କରି ଦଳର ବିଦ୍ରୋହୀ ବିଧାୟକଙ୍କୁ ଟାର୍ଗେଟ କରିଥିଲେ। ଏନେଇ ସେ କହିଥିଲେ "ପ୍ରକୃତରେ ଏପରି ଘଟଣା ଘଟିଛି! "   

ଏହାର ଜବାବରେ ବିଜେପି ବିଧାୟକ ନୀତେଶ ରାଣେ  ଏକ  ସ୍କେଚ୍ ଟ୍ୱିଟ୍ କରି ଶିବେସନା ସାଂସଦ  ସଞ୍ଜୟ ରାଉତଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି ଆପଣଙ୍କୁ ରିଟର୍ଣ୍ଣ ଗିଫ୍ଟ ମିଳିସାରିଛି। ଏହି ସ୍କେଚ୍ ଟ୍ୱିଟ୍ କରି ନୀତେଶ ରାଣେ ୨୦୧୯ ବର୍ଷରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ ହୋଇଥିବା ବିବାଦକୁ ଦର୍ଶାଇଛନ୍ତି।  

Also Read: ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ସଞ୍ଜୟ ରାଉତଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା