ସର୍ଭେ: ପିଏମ ମୋଦିଙ୍କ ଉତ୍ତରାଧିକାରୀ କିଏ? ବିଜେପିର ଏହି ନେତାଙ୍କ ମଧ୍ୟରେ କଡ଼ା ଟକ୍କର
Advertisement
Article Detail0/zeeodisha/odisha1299036

ସର୍ଭେ: ପିଏମ ମୋଦିଙ୍କ ଉତ୍ତରାଧିକାରୀ କିଏ? ବିଜେପିର ଏହି ନେତାଙ୍କ ମଧ୍ୟରେ କଡ଼ା ଟକ୍କର

PM Modi: ତେବେ ପିଏମ ମୋଦିଙ୍କ ଉତ୍ତରାଧିକାରୀଙ୍କୁ ନେଇ ଏତେ ଚର୍ଚ୍ଚା କାହିଁକି? ବାସ୍ତବରେ, ୭୫+ ନେତାଙ୍କୁ ରାଜନୀତିରୁ ଅବସର ନେବାକୁ ବିଜେପି ଏକ ନୀତି ଆପଣାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମଗ୍ରହଣ କରିଥିଲେ । ସେହି ଅନୁଯାୟୀ, ଆସନ୍ତା ମାସରେ ତାଙ୍କୁ ୭୨ ବର୍ଷ ହେବ ଓ ୨୦୨୪ରେ ତାଙ୍କ ବୟସ ୭୪ ବର୍ଷ ହେବ ।

ସର୍ଭେ: ପିଏମ ମୋଦିଙ୍କ ଉତ୍ତରାଧିକାରୀ କିଏ? ବିଜେପିର ଏହି ନେତାଙ୍କ ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ: PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଙ୍କ ଉତ୍ତରାଧିକାରୀ କିଏ ହେବେ? ଏହା ସମସ୍ତଙ୍କ ପ୍ରଶ୍ନ । ଏ ବାବଦରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ଉତ୍ତରାଧିକାରୀ ଭାବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Aditya Nath) ଙ୍କ ମଧ୍ୟରେ କଡ଼ା ଟକ୍କର ରହିଛି ।

ଇଣ୍ଡିଆ ଟୁଡେ ସି ଭୋଟର ସର୍ଭେ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ ଭାବରେ ଅମିତ ଶାହଙ୍କୁ ୨୫ ପ୍ରତିଶତ ଭୋଟ୍ ମିଳିଛି । ସେପଟେ  ୨୪ ପ୍ରତିଶତ ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ ଭାବେ ଦେଖୁଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଜୋରଦାର ଟକ୍କର ରହିଛି ଓ କେବଳ ଏକ ପ୍ରତିଶତ ଭୋଟର ପାର୍ଥକ୍ୟ ଅଛି ।

ଏଥି ସହ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ତୃତୀୟ ସ୍ଥାନରେ ଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚତୁର୍ଥ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ନିତିନ ଗଡକରୀଙ୍କୁ ୧୫ ପ୍ରତିଶତ ଭୋଟ୍ ମିଳିଥିବାବେଳେ ୯ ପ୍ରତିଶତ ଲୋକ ରାଜନାଥ ସିଂଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ ଭାବରେ ଦେଖୁଛନ୍ତି । ଶ୍ରେଷ୍ଠ ୫ ତାଲିକାରେ ଅନ୍ୟ ଏକ ନାମ ସାମିଲ ରହିଛି । ସେ ହେଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଯାହାଙ୍କୁ ୪ ପ୍ରତିଶତ ଭୋଟ୍ ମିଳିଛି ।

ତେବେ ପିଏମ ମୋଦିଙ୍କ ଉତ୍ତରାଧିକାରୀଙ୍କୁ ନେଇ ଏତେ ଚର୍ଚ୍ଚା କାହିଁକି? ବାସ୍ତବରେ, ୭୫+ ନେତାଙ୍କୁ ରାଜନୀତିରୁ ଅବସର ନେବାକୁ ବିଜେପି ଏକ ନୀତି ଆପଣାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମଗ୍ରହଣ କରିଥିଲେ । ସେହି ଅନୁଯାୟୀ, ଆସନ୍ତା ମାସରେ ତାଙ୍କୁ ୭୨ ବର୍ଷ ହେବ ଓ ୨୦୨୪ରେ ତାଙ୍କ ବୟସ ୭୪ ବର୍ଷ ହେବ ।

ଏହା ବି ପଢ଼ନ୍ତୁ:-ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ

ଏହା ବି ପଢ଼ନ୍ତୁ:-ରାଜୁ ଶ୍ରୀବାସ୍ତବଙ୍କୁ ଏପର୍ଯ୍ୟନ୍ତ ଆସିନାହିଁ ହୋସ୍, ସ୍ଥିତି ଗୁରୁତର; ଜାଣନ୍ତୁ କ'ଣ କହିଲେ ଡାକ୍ତର

ଏହା ବି ପଢ଼ନ୍ତୁ:-ଯେତେବେଳେ ତେଜସ୍ୱୀ ଯାଦବ ନିଜ ବାପାଙ୍କୁ କହିଥିଲେ ସେ ଜଣେ ଖ୍ରୀଷ୍ଟିଆନ ଝିଅଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ ଲାଲୁଙ୍କ କ'ଣ ଥିଲା ପ୍ରତିକ୍ରିୟା

 

ବିଜେପି ସର୍ବଦା ଏହି ପଦ୍ଧତି ଉପରେ କାମ କରିଆସୁଛି ଯେ ଲୋକତନ୍ତ୍ରରେ କୌଣସି ସାମ୍ବିଧାନିକ ପଦର ଉତ୍ତରାଧିକାରୀ ବର୍ତ୍ତମାନର କୌଣସି ପଦାସୀନ ବ୍ୟକ୍ତିଙ୍କ ପରିବାରର ସଦସ୍ୟ ହେବେ ନାହିଁ । ଆପଣଙ୍କୁ ଜଣାଇଦେଉଛୁ ଯେ ସି ଭୋଟର ଅନ୍ୟ ଏକ ସର୍ଭେରୁ ଜଣାପଡିଛି ଯେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ମୋଦି ୫୩ ପ୍ରତିଶତ ଭୋଟ୍ ପାଇଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୯ ପ୍ରତିଶତ ଭୋଟ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ପ୍ରତିଶତ ଭୋଟ ସହ ତୃତୀୟ ସ୍ଥାନରେ ଅଛନ୍ତି ।